ଜୟପୁର ଠାରେ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ ଆୟୋଜିତ

ଜୟପୁର: ସ୍ଥାନୀୟ ଅରବିନ୍ଦ ନଗର ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ତରଫରୁ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ମୁଖ୍ୟ ବକ୍ତା ରୂପେ ବିଦ୍ୟାଭାରତୀଙ୍କ ପୂର୍ବକ୍ଷେତ୍ର ମନ୍ତ୍ରୀ ସରୋଜ କୁମାର ହାତୀ, ମୁଖ୍ୟ ଅତିଥି ରୂପେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଦିବାକର ଜୀ ଘୋଷ ଯୋଗ ଦେଇଥିଲେ । ଜିଲ୍ଲା ପ୍ରମୁଖ ସଂଗ୍ରାମ କେଶରୀ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରେମାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ଓ ପ୍ରାଦେଶିକ ମେଧା ପରୀକ୍ଷାରେ ଓଡ଼ିଶାରେ କୃତିତ୍ୱ ହାସଲ କରିଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର କୃତୀ ପରୀକ୍ଷାର୍ଥୀଙ୍କୁ କରାଯାଇଥିବା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସୁବ୍ରତ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ ବେହେରା ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ସମ୍ଭାଗ ସମ୍ପାଦକ ଶ୍ରୀଧର ଶତପଥୀ, କ୍ଷେତ୍ରୀୟ ଶିଶୁ ବାଟିକା ପ୍ରମୁଖ ପ୍ରଦୀପ କୁମାର ମଲ୍ଲିକ, ଦକ୍ଷିଣ ସମ୍ଭାଗ ପାଳକ ସଞ୍ଜୟ କୁମାର ମିଶ୍ର, ସହ ବିଭାଗ ନିରୀକ୍ଷକ ମାଧବ ଶତପଥୀ, ସମ୍ଭାଗ କୋଷାଧ୍ୟକ୍ଷ ଭରତ ଚନ୍ଦ୍ର ବରାଳ, ସମ୍ଭାଗ ସମିତି ସଦସ୍ୟା କବିତା ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ୨୦୨୨-୨୩ ଶିକ୍ଷା ବର୍ଷର ଦିବାଙ୍ଗତ ଶିଶୁ,ପରିବାରର ସଦସ୍ୟ ଓ କାର୍ଯ୍ୟକର୍ତ୍ତାଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *