ବିଶ୍ୱର କଲ୍ୟାଣ ପାଇଁ ବାପୁଙ୍କ ଆଦର୍ଶକୁ ଅନୁସରଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି: ମୋଦି

ଟୋକିଓ: ଜାପାନରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ହିରୋସିମା ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଜାପାନରେ ଜି୭ ବୈଠକ ଆରମ୍ଭ ହୋଇଯାଇଛି । ଏଥରେ ୭ଟି ଦେଶର ରାଷ୍ଟ୍ର ନେତା ସାମିଲ ହୋଇଛନ୍ତି । ଏହାରି ଭିତରେ ଆଜି ଜାପାନର ହିରୋସୀମାରେ ପ୍ରଧାନମନ୍ତ୍ରୀ ମୋଦି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହାସହ ବାପୁଙ୍କୁ ପୁଷ୍ପାଞ୍ଜଳି ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, “ବିଶ୍ୱର କଲ୍ୟାଣ ପାଇଁ ଆମେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରିବା ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।” ମୋଦିଙ୍କ ସହ ଅନ୍ୟମାନେ ମଧ୍ୟ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍? ଏବଂ ଆମେରିକାକୁ ନେଇ ଜି-୭ ରାଷ୍ଟ୍ର ସମୂହ ଗଠିତ ହୋଇଛି । ୧୯ରୁ ୨୧ ତାରିଖ ଯାଏଁ ଶିଖର ସମ୍ମିଳନୀ ଚାଲିବା ପାଇଁ ଯୋଜନା ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ରହିଛନ୍ତି । ମୋଦି ଜି-୭ ବୈଠକରେ ଅଂଶଗ୍ରହଣ କରିବେ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଜି -୭ ଶିଖର ସମ୍ମିଳନୀ ପାଇଁ ଜାପାନ ଗସ୍ତ ସମୟରେ ମୁଁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାର ସୁଯୋଗ ପାଇଛି । ଏଥିପାଇଁ ମୁଁ ଜାପାନ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ସମସ୍ତ ବିଶ୍ୱବାସୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରି ବିଶ୍ୱ କଲ୍ୟାଣର ମାର୍ଗରେ ଆଗକୁ ବଢିବା ଦରକାର । ଏହା ହିଁ ଜାତିର ପିତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।”ସେ ଆହୁରି ମଧ୍ୟ କହିଛନ୍ତି,ଏଠାରେ ସ୍ଥାପିତ ବାପୁଙ୍କ ପ୍ରତିମୂର୍ତ୍ତି ଅହିଂସା ପଥରେ ଆଗକୁ ବଢିବା ପାଇଁ ଲୋକଙ୍କୁ ପ୍ରେରଣା ଦେବ । ତେବେ ମୋତେ ବେଶି ଖୁସି ଲାଗୁଛି ଯେ, ଯେତେବେଳେ ଜାପାନର ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ, ସେତେବେଳେ ମୁଁ ତାଙ୍କୁ ଏକ ଗଛ ଦେଇଥିଲି । ସେ ଆଜି ମୋତେ କହିଲେ ଯେ ମୁଁ ସେହି ଗଛକୁ ହିରୋସୀମାର ବଗିଚାରେ ଲଗାଇଛି । ଫଳରେ ହିରୋସୀମାକୁ ଆସୁଥିବା ଲୋକେ ବୃକ୍ଷ ଏବଂ ଶାନ୍ତିର ମହତ୍ତ୍ୱକୁ ବୁଝି ପାରିବେ । ମୁଁ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବାପୁଙ୍କ ପ୍ରତିମାକୁ ଏଠାରେ ସ୍ଥାନ ଦେଇଥିବାରୁ ମୁଁ ଜାପାନର ମେୟର, କାଉନିସିଲର, ଜାପାନର ପ୍ରଶାସନକୁ ଧନ୍ୟବାଦ ଦେଉଛି ।” ଆଜିକା ସମୟରେ ମଧ୍ୟ ଲୋକମାନେ ହିରୋସୀମାଙ୍କ ନାମ ଶୁଣି ଭୟଭୀତ ହୋଇପଡନ୍ତି । ଆଜି ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦରେ ପୀଡିତ ହୋଇଛି । ଏହି ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ହିରୋସୀମା ମେୟର ମାଟସୁଇ କାଜୁମି କହିଛନ୍ତି, “ମହାତ୍ମା ଗାନ୍ଧୀ ଜଣେ ସମ୍ମାନିତ ବ୍ୟକ୍ତି ଯିଏ ତାଙ୍କ ଜୀବନ ସାରା ଅହିଂସା ନୀତିକୁ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *