Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ଏଜେଣ୍ଟକୁ ଓଟିପି ସେୟାର ସ୍କାମ୍-୩ ଜଣଙ୍କୁ ଗିରଫ କଲା ଏସଟିଏଫ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ଏଜେଣ୍ଟକୁ ଓଟିପି ସେୟାର ସ୍କାମ୍-୩ ଜଣଙ୍କୁ ଗିରଫ କଲା ଏସଟିଏଫ୍

ସିମ୍ ଓଡିଶାର । ଓଡ଼ିଆ ଲୋକଙ୍କ ନାଁରେ କିଣା ହେଉଥିଲାସିମ୍ । କିନ୍ତୁ କାମ କରୁଥିଲା ପାକିସ୍ତାନରେ । ଆଉ ବ୍ୟବହାରକରୁଥିଲେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏଜେଣ୍ଟ ।ଏପରି ଦେଶ ବିରୋଧୀ କାମ କରି ଗିରଫ ହୋଇଛନ୍ତି ୩ ଓଡିଆଯୁବକ । ଗିରଫ ହୋଇଥିବା ୩ ଜଣଙ୍କ ଭିତରେ ଦୁଇଜଣନୟାଗଡରୁ ଥିବାବେଳେ ଜଣେ ଯାଜପୁରର । ଅଭିଯୁକ୍ତଙ୍କ
ମଧ୍ୟରେ ଜଣେ ଆଇଟିଆଇ ଶିକ୍ଷକ ଥିବା ଜଣାପଡିଛି । ଏହିଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି
ଏସଟିଏଫ୍ । ସିମ୍ କାର୍ଡ ମାଧ୍ୟମରେ ଏକାଧିକ ଓଟିପି ଜେନେରେଟ୍ କରି ବିଭିନ୍ନ ଅପରାଧିକ ଓ ଅସମାଜିକ ସଂସ୍ଥାକୁ
ବିକ୍ରି କରୁଥିଲେ । ଏସଟିଏଫ୍ ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ଏଟିଏମ୍ କାର୍ଡ ଓ
୨୩ଟି ସିମ୍ କଭର ଜବତ କରିଛି । ସେମାନେ ଓଟିପି ସେୟାରିଂ ସ୍କାମ କରି କିଛି ପାକିସ୍ଥାନୀ ଇଣ୍ଟେଲିଜେନ୍ସ ଅଧିକାରୀ ଓ
ଆଇଏସଆଇ ଏଜେଣ୍ଟମାନଙ୍କୁ ଲିଙ୍କ ଜେନେରେଟ କରି ତଥ୍ୟ ଦେଉଥିଲେ । ଏଥିପାଇଁ ଭାରତରେ ଥିବା ପାକିସ୍ଥାନୀ ଏଜେଣ୍ଟ
ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଦେଉଥିଲେ । ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବେଆଇନ ଉପାୟରେ ଆକ୍ଟିଭ ସିମ୍କାର୍ଡ ହାତଉଥିଲେ ଏବଂ ପରେ ସେହି ସିମ୍କାର୍ଡରୁ ଭାରତରେ ଥିବା ପାକିସ୍ଥାନୀ ଆଇଏସଆଇ ଏଜେଣ୍ଟମାନଙ୍କୁ ଓଟିପି ପଠାଉଥିଲେ । ପାକିସ୍ତାନର ଏଜେଣ୍ଟ ଏହି ସବୁ ଆକ୍ଟିଭ ନମ୍ବର ଜରିଆରେ ହ୍ୱାଟ୍ସଆପ୍ ଆରମ୍ଭ କରି ଟେଲିଗ୍ରାମ,ଫେସ୍ବୁକ୍ ଆକାଉଣ୍ଟ ଆକ୍ଟିଭ
୩ ଜଣଙ୍କୁ ଗିରଫ କଲା…
କରୁଥିଲେ । ପରେ ସେହି ଆକାଉଣ୍ଟ ଜରିଆରେ ଆମ ଦେଶର
ସୁରକ୍ଷା ସମ୍ପର୍କିତ ତଥ୍ୟ ହାସଲ ପାଇଁ ହନିଟ୍ରାପ୍ ଭଳି ଜାଲ ବିଛାଇ
ବିଭିନ୍ନ ଲୋକଙ୍କୁ ଟ୍ରାପ୍ କରୁଥିଲେ । କେବଳ ସେତିକି ନୁହେଁ ଏହି
ସବୁ ଓଟିପି ଜରିଆରେ ଆକ୍ଟିଭ ସୋସିଆଲ ମିଡ଼ିଆ ଜରିଆରେ
ଦେଶରେ ଅରାଜକତା ସୃଷ୍ଟିକାରୀ ତଥ୍ୟ ପ୍ରସାର କରିବା ଓ ଦେଶ
ବିରୋଧୀ ନାରା ମଧ୍ୟ ପ୍ରସାର କରୁଥିଲେ । ଲୋକାଲ ନମ୍ବର
ବ୍ୟବହାର କରି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ଭଳି ତଥ୍ୟ
ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଭଳି ପରିସ୍ଥିତି ସୃଷ୍ଟି କରୁଥିଲେ ।
ତେବେ ଏହି ଓଟିପି ସେୟାରିଂ ପାଇଁ ମୋଟା ଅଙ୍କର ଟଙ୍କା
ପାଉଥିଲେ ୩ ଅଭିଯୁକ୍ତ । ମିଳିଥିବା ଟଙ୍କାକୁ ବିଭିନ୍ନ ଆକାଉଣ୍ଟ
ଜରିଆରେ ଉଠାଉଥିବା ଏଟିଏମ୍ କାର୍ଡଗୁଡ଼ିକ ମଧ୍ୟ ଜବତ କରିଛି
ଏସଟିଏଫ ଟିମ୍ । ତେବେ ଏମାନେ ଦୀର୍ଘଦିନ ଧରି ଏପରି କାମ
କରୁଥିଲେ । ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବୁ୍ୟରୋ ସୂଚନା ଆଧାରରେ
ଏପରି ତଥ୍ୟ ସଂଗ୍ରହ କରି ନୟାଗଡ଼ରୁ ୩ ଅଭିଯୁକ୍ତଙ୍କୁ ଗିରଫ
କରିଛି ଏସିଟିଏଫ୍ ଟିମ୍ । ରାଜସ୍ଥାନ ହନିଟ୍ରାପ ମାମଲାରେ ଗିରଫ
ହୋଇଥିବା ମହିଳାଙ୍କ ସମ୍ପର୍କରେ ଏହି ତିନି ଅଭିଯୁକ୍ତ ସାମିଲ
ଥିବା ଏସିଟିଏଫ୍ ସୂଚନା ଦେଇଛି । ଗିରଫ ପରେ ଅଭିଯୁକ୍ତଙ୍କ
ନିକଟରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମ କାର୍ଡ, ୬୧ଟି
ଏଟିଏମ ଓ ଲ୍ୟାପଟପ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ
ହେଲେ ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ
ସୌମ୍ୟ ପଟ୍ଟନାୟକ । ଗିରଫ ପଠାଣି ନୟାଗଡ଼ ସ୍ଥିତ ଏକ ଘରୋଇ
ଆଇଟିଆଇ ସ୍କୁଲର ଜଣେ ଶିକ୍ଷକ ଭାବରେ କାମ କରୁଥିବା ବେଳେ
ନିଜ ଗାଁ ବଡପଣ୍ଡୁସରରେ ଏକ କୋଚିଂ ସେଣ୍ଟର୍ ଚଲାଉଥିଲେ ।
ଅନ୍ୟପକ୍ଷରେ ସରୋଜ ନାୟକଙ୍କ ଘର ଦଶପଲ୍ଲା ବ୍ଲକର ସାକେଣୀ
ହୋଇଥିବା ବେଳେ ସୌମ୍ୟଙ୍କ ଘର ଯାଜପୁର ଜିଲ୍ଲାର ଉଦୟପୁର
ଗ୍ରାମରେ ବୋଲି ଜଣାପଡିଛି ।

Leave a Reply