Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ହିଁ ଭାରତବର୍ଷର ପ୍ରଥମ ଏକତ୍ୱର ବାର୍ତ୍ତାବହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ହିଁ ଭାରତବର୍ଷର ପ୍ରଥମ ଏକତ୍ୱର ବାର୍ତ୍ତାବହ

କୋଣାର୍କ, ୧୧ା୫: କୋଣାର୍କ ନିକଟସ୍ଥ ବନାଖଣ୍ଡି ଠାରେଥିବା କିଙ୍ଗ କୋ କୋ ସମ୍ମେଳନ କକ୍ଷରେ କୋଣାର୍କ ଜ୍ଞାନ ମଂଚ ପକ୍ଷରୁ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ଏକତ୍ୱର ବାର୍ତ୍ତାବହ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଭାରତ ବର୍ଷର ବିଭିନ୍ନ ତତ୍ତ୍ୱବାଦର ମୂଳଦର୍ଶନ ଏକ ଓ ଅଭିନ୍ନ ବୋଲି ଦର୍ଶାଇ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ଅଦୈତ୍ୟବାଦର ପ୍ରଚଳନ କରିଥିଲେ । ଗଣପତ୍ୟ, ଶୈବ, ଶାକ୍ତ, ସୌର ଓ ବୈଷ୍ଣବ ମତ ମଧ୍ୟରେ ଐକ୍ୟ ସ୍ଥାପନ ପାଇଁ ସେ ହିଁ ପ୍ରଥମେ ଗଣେଶ, ଶିବ, ଦୁର୍ଗା, ସୂର୍ଯ୍ୟ ଓ ବିଷ୍ଣୁ ଆଦି ପଂଚ ଦେବତାଙ୍କ ଏକତ୍ର ପୂଜାର ପ୍ରଚଳନ କରିଥିଲେ । ସାମାଜିକ କ୍ଷେତ୍ରରେ ଏହି ଐକ୍ୟ ପ୍ରତିଷ୍ଠା ପାଇଁ ସେ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଚାରିଗୋଟି ମଠର ସ୍ଥାପନା କରିଥିଲେ । କୋଣାର୍କ ଜ୍ଞାନ ମଂଚ ଓ ଭୁବନେଶ୍ୱର ସ୍ଥିତ ଜହ୍ନରାତି ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ବକ୍ତାମାନେ ଏହି ତଥ୍ୟର ଉପସ୍ଥାପନ କରିଥିଲେ । ଭାରତୀୟ ଦାର୍ଶନିକ ଅନୁସନ୍ଧାନ ପରିଷଦର ସିନିୟର ଫେଲୋ ପ୍ରଧ୍ୟାପକ ହର ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ବେଦାନ୍ତର ପ୍ରଫେସର ଡକ୍ଟର ପ୍ରଭାତ ରଞ୍ଜନ ମହାପାତ୍ର, ପ୍ରଫେସର ଜଗବନ୍ଧୁ ମିଶ୍ର ପ୍ରମୁଖ ବକ୍ତା ମାନେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଡଃ ମିନତୀ ମିଶ୍ର ଶଙ୍କରାଚାର୍ଯ୍ୟଙ୍କ ରଚିତ ସୌନ୍ଦର୍ଯ୍ୟ ଲହରୀ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଡକ୍ଟର ସୌଭାଗ୍ୟ ମିଶ୍ର ଓ ଡକ୍ଟର ରାଜେନ୍ଦ୍ର କିଶୋର ପଣ୍ଡା ଯୋଗଦେଇ ଥିବା ବେଳେ ପ୍ରଧ୍ୟାପକ ଆଦିକନ୍ଦ ସାହୁ, କବୟିତ୍ରୀ ମମତା ମିଶ୍ର, ଭିଜାମାଟି ସଂପାଦକ ଚିନ୍ମୟୀ ଷଡଙ୍ଗୀ, ସାହିତ୍ୟିକ ଅରୁଣ ସାହୁ, ବାନରସେନା ସଂପାଦକ ପ୍ରକାଶ ଚନ୍ଦ୍ର ଖଟୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟ ପକ୍ଷରୁ ହରିଶ୍ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ବରାଳ, ଲିଙ୍ଗରାଜ ନାୟକ, କାମଦେବ ବିଶ୍ୱାଳ, ଚିତ୍ତରଞ୍ଜନ ବିଶ୍ୱାଳ ଓ ପ୍ରତାପ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply