Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତରେ ଅସ୍ଥିରତା ସୃଷ୍ଟି କରୁଛି ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତରେ ଅସ୍ଥିରତା ସୃଷ୍ଟି କରୁଛି ପାକିସ୍ତାନ

ମୋହାଲି: ଭାରତରେ ଅସ୍ଥିରତା ଓ ହିଂସାକାଣ୍ଡ ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ନିୟମିତଭାବେ ଡ୍ରୋନ ମାଧ୍ୟମ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଏସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ହାତକୁ ତ ଯାଉଛି, ତାଛଡ଼ା ଦେଶର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରମାନଙ୍କ ନିକଟକୁ ମଧ୍ୟ ପହଞ୍ଚୁଛି । ଏପରି ଏକ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ପଂଜାବ ପୁଲିସ । ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣିବାରେ ସାହାଯ୍ୟ କରିଥିବା ଅଭିଯୋଗରେ ପଞ୍ଜାବ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ମୋହାଲି ରାଜ୍ୟ ସ୍ପେଶାଲ ଅପରେସନ୍ ସେଲ୍ (ଏସଏସଓସି) ପକ୍ଷରୁ ଗିରଫ ଅଭିଯୁକ୍ତମାନେ ହେଲେ ଗୁରୁଦାସପୁରର ଡେରା ବାବା ନାନକର ବାସିନ୍ଦା ମଲକିତ ସିଂହ ଓରଫ ପିସ୍ତଲ ଏବଂ ଗୁରୁଦାସପୁରନିବାସୀ ମୋହିତ ଓରଫ ରିକି । ଉଭୟ ଅଭିଯୁକ୍ତ ପାକିସ୍ତାନରୁ ଡ୍ରୋନ ଯୋଗେ ପଞ୍ଜାବକୁ ଆସୁଥିବା ବିସ୍ଫୋରକ, ହ୍ୟାଣ୍ଡ ଗ୍ରେନେଡ୍, ଆସଲ୍ଟ ରାଇଫଲ, ଜିଗାନା ପିସ୍ତଲ, ଗୋଳାବାରୁଦ ସଂଗ୍ରହ କରି ଜଣେ ଗ୍ୟାଙ୍ଗଷ୍ଟର ନିକଟକୁ ପଠାଉଥିଲେ । ଉଭୟଙ୍କ ମୋବାଇଲରୁ ୪ ଜଣ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କ ନମ୍ବର ମଧ୍ୟ ମିଳିଥିବା ପୁଲିସ କହିଛି । ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତ ଗତ ଦୁଇ ବର୍ଷ ହେବ ପାକିସ୍ତାନ ପାଇଁ କାମ କରୁଥିଲେ । ଗିରଫ ଦୁଇ ଅଭିଯୁକ୍ତ ସିଧାସଳଖ ପାକିସ୍ତାନ ସହ ଯୋଗାଯୋଗ କରି ପଞ୍ଜାବର ଅପରାଧୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲେ ।

Leave a Reply