Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ହିଞ୍ଜିଳିକାଟୁ ପ୍ରଖଣ୍ଡ ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ମହାସମାରୋହରେ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ହିଞ୍ଜିଳିକାଟୁ ପ୍ରଖଣ୍ଡ ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ମହାସମାରୋହରେ ପାଳିତ

ହିଞ୍ଜିଳିକାଟୁ : ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ହିଞ୍ଜିଳିକାଟୁ ପ୍ରଖଣ୍ଡ ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡ଼ିସାହି ସ୍କୁଲ ଛକରେ ଥିବା ହନୁମାନ ମନ୍ଦିରରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ପୂଜାର୍ଚ୍ଚନା କରାଯାଇଥିଲା । ବଜରଙ୍ଗ ଦଳର ଶତାଧିକ କର୍ମୀ ହାତରେ ପତାକା ଧରି ବିଶାଳ ଶୋଭାଯାତ୍ରାରେ ରେଗିଡ଼ିସାହି ହନୁମାନ ଛକରୁ ବସ୍ଷ୍ଟାଣ୍ଡ, ମୁଖ୍ୟବଜାର ଦେଇ ବଇଁଚବଣିଆ, ଆଙ୍କୋରଡ଼ା, ଥାନା ସାହି ଦେଇ ବିଜୁ ପଟ୍ଟନାୟକ ଛକରୁ ହିଞ୍ଜିଳି, ବ୍ଲକ୍ଦେଇ ରେଗିଡ଼ିସାହି ହନୁମାନ ମନ୍ଦିର ଛକରେ ପହଞ୍ଚôଥିଲେ । ଶୋଭାଯାତ୍ରାରେ ପ୍ରଭୁ ଶ୍ରୀରାମ ଓ ହନୁମାନଜୀଙ୍କୁ ସୁସଜ୍ଜିତ ରଥରେ ନେଇ ଯାତ୍ରା କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ଆଲୋକ ନାୟକ, କଳିଙ୍ଗ ମୁନି କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ବହୁ ସଦସ୍ୟ ସମ୍ମିଳିତ ନେତୃତ୍ୱରେ ଆୟୋଜିତ ବଜରଙ୍ଗୀ ଶୋଭାଯାତ୍ରାକୁ ହିଞ୍ଜିଳିକାଟୁର ସମସ୍ତ ସାହି, ବସ୍ତି ଓ ବଜାର ପକ୍ଷରୁ ଆକୁଣ୍ଠିତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯଇଥିଲା । କାର୍ଯ୍ୟକ୍ରମରେ ଭାଜପା ନେତା ଶିଶିର କୁମାର ମିଶ୍ର, ମାଧବ ଗୌଡ଼,ବିଜେପି ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ରଜନୀକାନ୍ତ ପାଢ଼ୀ, ଗିରିଧର ପାଢ଼ୀ, ପି.ଅନ୍ତର୍ଯ୍ୟାମୀ ପାତ୍ର ପ୍ରମୁଖ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ । ଆଙ୍କୋରଡ଼ାସ୍ଥିତ ହନୁମାନ ମନ୍ଦିର ଓ ରଘୁନାଥ ମନ୍ଦିର, ବରାହି ପାହାଡ଼ ପାଦଦେଶରେ ଥିବା ହନୁମାନ ମନ୍ଦିରରେ ପବିତ୍ର ରାମନବମୀ ପାଳନ କରାଯାଇଛି ।

Leave a Reply