ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ବ୍ରହ୍ମପୁର ସହର

ବ୍ରହ୍ମପୁର : ପବିତ୍ର ରାମ ନବମୀ ଅବସରରେ ବ୍ରହ୍ମପୁର ସହରରେ ଜୟ ଶ୍ରୀ ରାମ ଧ୍ୱନୀ ପ୍ରକମ୍ପିତ ହୋଇଛି । ସନ୍ଧ୍ୟାରେ ବଜରଙ୍ଗ ଦଳ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଶୋଭାଯାତ୍ରା ଜୌରା ସାହି, ଖାସ୍ପା ସାହି, ପୁରୁଣା ବ୍ରହ୍ମପୁର, ତଳମେଣ୍ଟୁଛକ, ଜଗବନ୍ଧୁ ସାହି, ହିରଡାଖଣ୍ଡି ଛକ, ବଡବଜାର, ବାଲୁଙ୍କେଶ୍ୱର ଛକ, ସାନବଜାର, ସିଟି ହାଇସ୍କୁଲ ରୋଡ୍, ଗିରିଜା ଛକ, ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ରୋଡ୍, ଗୋଷାଣୀନୂଆଗାଁ, ବିଜିପୁର, ଗିରିରୋଡ୍, କମାପଲ୍ଲୀ, ଲାଞ୍ଜିପଲ୍ଲୀ, ଇଞ୍ଜିନିୟରିଂ ସ୍କୁଲ ଛକ ଆଦି ପରିକ୍ରମା କରିଥିଲା । ଅନ୍ୟଏକ ଶୋଭାଯାତ୍ରା ବ୍ୟାଙ୍କ କଲୋନୀ, ରେଡିଓ ଷ୍ଟେଶନ୍, ଗେଟ୍ବଜାର, ଆସିକା ରୋଡ୍ ଓ ହରିଡାଖଣ୍ଡି ହନୁମାନ ମନ୍ଦିର ପାଖରେ ପହଞ୍ଚôଥିଲା । ଏଥିରେ ବହୁ ଯୁବପିଢ଼ି ଯୋଗ ଦେଇଥିଲେ । ଜୟ ଶ୍ରୀ ରାମ ନାରା ସହ ରାମଚନ୍ଦ୍ରଙ୍କ ଜୟ ଜୟ କାର କରିଥିଲେ । କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳର କର୍ମକର୍ତ୍ତା ପରିଚାଳନା କରିଥିବା ବେଳେ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ

Leave a Reply

Your email address will not be published. Required fields are marked *