Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମ ନବମୀ ପାଇଁ ବାରିପଦାରେ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମ ନବମୀ ପାଇଁ ବାରିପଦାରେ ଶୋଭାଯାତ୍ରା

ବାରିପଦା : ଶ୍ରୀରାମ ନବମୀକୁ ପାଇଁ ସହରର ବିଭିନ୍ନ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲାସ୍ତରୀୟ ଶ୍ରୀରାମ ନବମୀ ମହୋତ୍ସବ ପାଳନ ପାଇଁ ବାରିପଦା ଉତ୍ସବ ମୁଖର ହୋଇଥିଲା । ସମାଜର ବିଭିନ୍ନ ହିନ୍ଦୁ ସଂଗଠନକୁ ନେଇ ଗଠିତ ଶ୍ରୀରାମ ନବମୀ ମହୋତ୍ସବ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ମନ୍ଦିରରେ ରାମଙ୍କ ପୂଜା, ଅର୍ଚ୍ଚନା ଓ ହନୁମାନ ଚାଳିସା ପାଠ ହୋଇଥିଲା । ଅପରାହ୍ନ ୩ଟା ପରେ ଅନେକ ସଂଖ୍ୟକ ଶ୍ରୀରାମଭକ୍ତ ମାନେ ସ୍ଥାନୀୟ ମଧୁବନ ପଡ଼ିଆରୁ ଏକ ବର୍ଣ୍ଣାଢ଼୍ୟ ରାମନବମୀ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଛଉ ପଡ଼ିଆ ଠାରେ ସମାପ୍ତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ରୂପରେ ପିଲାଙ୍କୁ ସଜାଇ ସହର ପରିକ୍ରମା କରାଯାଇଥିଲା । ବିଭିନ୍ନ ସଂଗଠନ ଏବଂ ସଂକୀର୍ତ୍ତନ ମଣ୍ଡଳୀ ଓ ଆଖଡ଼ା ଦଳ ଯୋଗ ଦେଇଥିଲେ । ସହର ସାରା ଦିନ ତମାମ ରାମ-ସମ୍ପର୍କିତ ଗୀତ, ଭଜନ ବାଜିବା ସହିତ ପରିବେଶ କମ୍ପି ଉଠିଥିଲା ।

Leave a Reply