Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୫ବର୍ଷରେ ଆମେରିକାର ୮ ବ୍ୟାଙ୍କରେ ତାଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୫ବର୍ଷରେ ଆମେରିକାର ୮ ବ୍ୟାଙ୍କରେ ତାଲା

ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ଭିତରେ ବିଶ୍ୱରେ ୮ଟି ବ୍ୟାଙ୍କ ବିଫଳ ହୋଇଛି । ୨୦୧୯ରେ ଚାରିଟି ବ୍ୟାଙ୍କ, ୨୦୨୦ରେ ତିନିଟି ବ୍ୟାଙ୍କ ବୁଡ଼ିଥିଲା । ଚଳିତ ବର୍ଷ ମାର୍ଚ୍ଚ ୧୨ରେ ଆମେରିକାର ସିଲିକନ୍ ଭାଲି ବ୍ୟାଙ୍କ ବୁଡ଼ିଯାଇଥିଲା । ତାହାକୁ ଫାଷ୍ଟ୍ ସିଟିଜେନ୍ସ ବ୍ୟାଙ୍କ ଜରିଆରେ ଉଦ୍ଧାର କରାଯାଇଛି । ଏହାର ଦୁଇ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୨ରେ ସିଗ୍ନେଚର ବ୍ୟାଙ୍କ ବୁ?ିଯାଇଥିଲା । ତାହାକୁ ଫ୍ଲାଗ୍ଷ୍ଟାର୍ ବ୍ୟାଙ୍କ କିଣିଥିଲା । ୨୦୨୦ ଅକ୍ଟୋବର ୨୩ରେ ଆଲମିନା ଷ୍ଟେଟ୍ ବ୍ୟାଙ୍କ ବୁଡ଼ିଯାଇଥିଲା । ତାହାକୁ ଇକ୍ୱିଟି ବ୍ୟାଙ୍କ କିଣିଛି । ୨୦୨୦ ଅକ୍ଟୋବର ୧୬ରେ ଫାଷ୍ଟ୍ ସିଟି ବ୍ୟାଙ୍କ ଅଫ୍ ଫ୍ଲୋରିଡାରେ ତାଲା ପଡ଼ିଥିଲା । ୟୁନାଇଟେଡ୍ ଫାଇଡେଲିଟି ବ୍ୟାଙ୍କ ତାହାକୁ କିଣିଛି । ୨୦୨୦ ଏପ୍ରିଲ୍ ୩ରେ ଦି ଫାଷ୍ଟ୍ ଷ୍ଟେଟ୍ ବ୍ୟାଙ୍କ ବୁଡ଼ିଥିଲା ଯାହାକୁ ପରବର୍ତୀ ସମୟରେ ଏମ୍ଭିବି ବ୍ୟାଙ୍କ କିଣିଛି । ସେହିବର୍ଷ ଫେବ୍ରୁଆରି ୧୪ରେ ଏରିକ୍ସନ୍ ଷ୍ଟେଟ୍ ବ୍ୟାଙ୍କରେ ତାଲା ପଡ଼ିଥିଲା । ଫାର୍ମର୍ସ ଆଣ୍ଡ୍ ମର୍ଚାଣ୍ଟ୍ସ ବ୍ୟାଙ୍କ ତାହାକୁ କିଣିଛି । ୨୦୧୯ ନଭେମ୍ୱର ୧ରେ ବୁଡ଼ଯାଇଥିବା ସିଟି ନ୍ୟାସନାଲ୍ ବ୍ୟାଙ୍କ ଅଫ୍ ନିଉ ଜର୍ସିକୁ ଇଣ୍ଡଷ୍ଟ୍ରିଆଲ୍ ବ୍ୟାଙ୍କ କିଣିଥିଲା । ୨୦୧୯ ଅକ୍ଟୋବର ୨୫ରେ ବୁଡ଼ିଥିବା ରିଜଲ୍ୟୁଟ୍ ବ୍ୟାଙ୍କକୁ ବକ୍ଆଇ ଷ୍ଟେଟ୍ ବ୍ୟାଙ୍କ କିଣିଛି । ୨୦୧୯ ଅକ୍ଟୋବର ୨୫ରେ ବୁଡ଼ିଥିବା ଲୁଇସା କମ୍ୟୁନିଟି ବ୍ୟାଙ୍କକୁ କେଣ୍ଟୁକି ଫାର୍ମର୍ସ ବ୍ୟାଙ୍କ କର୍ପୋରେସନ କିଣିଥିଲା । ୨୦୧୯ ମେ’ ୩୧ରେ ବୁଡ଼ିଥିବା ଦି ଏନ୍ଲୋ ଷ୍ଟେଟ୍ ବ୍ୟାଙ୍କକୁ ଲିଜେଣ୍ଡ୍ ବ୍ୟାଙ୍କ କିଣିଛି ।

Leave a Reply