Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁର ହିନ୍ଦୁ ସମାଜର ଏକତା ଓ ଶକ୍ତି ପ୍ରଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁର ହିନ୍ଦୁ ସମାଜର ଏକତା ଓ ଶକ୍ତି ପ୍ରଦର୍ଶନ

ସମ୍ବଲପୁର ହିନ୍ଦୁ ସମାଜର ଏକତା ଓ ଶକ୍ତି ପ୍ରଦର୍ଶନ ଦିବସ ଭାବେ ହନୁମାନ ଜୟନ୍ତୀ ପାଳିତ ହୋଇ ଆସୁଛି । ଗୋ ହତ୍ୟା, ଗୋ-ଚାଲାଣ, ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ଦେଶାନ୍ତର କରିବା ଉଦେ୍ଦଶ୍ୟରେ ୧୯୮୭ ମସିହାରେ ହନୁମାନ ଜୟନ୍ତୀ ସମ୍ବଲପୁରରେ ଆରମ୍ଭ ହୋଇଥିଲା । ସହରର ପ୍ରତି ପଡାରେ ମନ୍ଦିର ଓ ଆଖଡା ଥିବାରୁ ସମସ୍ତଙ୍କୁ ସଙ୍ଗଠିତ କରାଯାଇଥିଲା । ପୀଠ ଗୁଡିକରେ ପୂଜାର୍ଚ୍ଚନା ,ହୋମଯଜ୍ଞ ଓ ହନୁମାନ ଚାଳିଶା ପାଠ କରାଯାଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରାଯାଉଥିଲା । ବର୍ଷତମାମ ଆଗ୍ରହୀ ଯୁବକ ମାନଙ୍କୁ ଜାଗ୍ରତ କରି ଏସବୁ କାମରେ ନିୟୋଜିତ କରାଯାଉଥିଲା । ତେବେ ବିଗତ କିଛି ବର୍ଷ ହେବ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଏସବୁ ଠାରୁ ଦୂରେଇ ଯାଇଛି । କେବଳ ଶୋଭାଯାତ୍ରାରେ ସୀମିତ ରହୁଛି । କାଁଭାଁ ଗୋ ରକ୍ଷା ପାଇଁ ଦାବିପତ୍ର ପ୍ରଦାନ କରି ଲକ୍ଷ୍ୟ ଓ ଉଦେ୍ଦଶ୍ୟରୁ ଦୂରେଇ ଯାଇନଥିବା କଥା କହୁଛି । ଅନ୍ୟପଟେ ସମ୍ବଲପୁର ସହରରେ ଗୋହତ୍ୟା ଓ ଗୋଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଧନୁପାଲି ଥାନା ଅଞ୍ଚଳରେ ବେଆଇନ ଭାବେ ଏକାଧିକ କଂସେଇଖାନା ରହିଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୁଲିସ ଓ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏପରିକି କଂସେଇ ଖାନା ଉପରେ ଚଢଉ ମଧ୍ୟ କରାଯାଉନାହିଁ । ବଡବଡିଆ ଠାରୁ ଆରମ୍ଭ କରି ଥାନା ଅଧିକାରୀ ପର୍ଯ୍ୟନ୍ତ ଗୋରୁ ବେପାରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି । ପ୍ରତିବାଦ କଲେ ମାଡ ଓ ମିଥ୍ୟା ମାମଲାରେ ଫସାଇ ଗୋପ୍ରେମୀଙ୍କ ମୁହଁ ବନ୍ଦ କରାଯାଉଛି । ସମ୍ବଲପୁର ସହରକୁ ପ୍ରତ୍ୟହ ବାହାର ରାଜ୍ୟରୁ ଗୋଚାଲାଣ ହୋଇଥାଏ । ତେବେ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ଗୋହତ୍ୟା କରାଯାଏ । ତାହାର ମାଂସ ଓ ଚମଡା ବାହାର ରାଜ୍ୟକୁ ପଠାଯାଏ । ପୁଲିସ ଜାଣତରେ ଏସବୁ କାରବାର ଚାଲୁଛି । ବାରମ୍ଭାର ଅଭିଯୋଗ କଲେ ନାମକୁ ମାତ୍ର ଚଢଉ କରାଯାଉଛି । କେବଳ କଟାମାଂସ ଜବତ କରାଯାଉଛି । ଅନ୍ୟପଟେ ଚଢଉ ପୂର୍ବରୁ ବେପାରୀଙ୍କୁ ଖବର ମିଳିଯାଉଛି । ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଉଛନ୍ତି । ଏଥିପାଇଁ ପୁଲିସ ଅଧିକାରୀଙ୍କୁ ମୋଟା ଅଙ୍କର ପିସି ମିଳୁଛି । ଟଙ୍କା ପାଇଁ ପୁଲିସ ଅଧିକାରୀ ଖୁସ୍ ଥିବା ବେଳେ ଗୋସମ୍ପଦ ନଷ୍ଟ ହେବାକୁ ବସିଛି । ଯାହାକି ସମସ୍ତଙ୍କ ଲାଗି ଚିନ୍ତାର କାରଣ ପାଲଟିଛି । ତେବେ ସମ୍ବଲପୁର ଅନୁପ୍ରବେଶକାରୀଙ୍କ ପେଣ୍ଠସ୍ଥଳୀ ପାଲଟିବା ପୂର୍ବରୁ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି

Leave a Reply