Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୈତ୍ରଶୁକ୍ଳ ପ୍ରତିପଦାରେ ମଧୁବନସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୈତ୍ରଶୁକ୍ଳ ପ୍ରତିପଦାରେ ମଧୁବନସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ପୁରୀ : ଚୈତ୍ରଶୁକ୍ଳ ପ୍ରତିପଦାରେ ମଧୁବନସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ରୂପେ ଯୋଗଦେଷ୍ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଂପର୍କ ପ୍ରମୁଖ ଡ଼କ୍ଟର ତପନ କୁମାର ସାମଲ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟ ମାତୃଭାରତୀର ସଂପାଦିକା ସୁମିତ୍ରା ରଥ ଓ ପ୍ରଧାନାଚାର୍ଯ୍ୟ ସୁରେଶ ମିଶ୍ର ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଶିଶୁମାନଙ୍କ ଦ୍ୱାରା ବନ୍ଦନା ଓ ପ୍ରାର୍ଥନା ଗାନ କରାଯାଇଥିଲା । ବରିଷ୍ଠ ଆଚାର୍ଯ୍ୟ ବିଷ୍ଣପ୍ରସାଦ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପ୍ରଧାନାଚାର୍ଯ୍ୟ ସୁରେଶ ମିଶ୍ର । ମୁଖ୍ୟବକ୍ତା ଡ଼କ୍ଟର ସାମଲ ରାଷ୍ଟ୍ରୀୟ ନବବର୍ଷର ମହତ୍ତ୍ୱ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅଭିନନ୍ଦନ ପତ୍ର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଆଚାର୍ଯ୍ୟା ମମତା ଶ୍ରୀଚନ୍ଦନ । ପ୍ରାରମ୍ଭରେ ଛାତ୍ରୀ ସୁଶ୍ରୀ ଦଳବେହେରା ଓ ପୂର୍ବୀ ସ୍ଥିତିପ୍ରଜ୍ଞାଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଓ ଶେଷରେ ଛାତ୍ରୀ ସୁଭଦ୍ରା ପଟ୍ଟନାୟକ ଓ ପ୍ରୀତିପର୍ଣ୍ଣା ତ୍ରିପାଠୀଙ୍କ ଦ୍ୱାରା ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ପରିଷଦ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ସଦସ୍ୟସଦସ୍ୟାମାନେ ପରସ୍ପର ଶୁଭେଚ୍ଛା ବାର୍ତ୍ତା ଓ ଅଭିବାଦନ ବିନିମୟ କରି ରାଷ୍ଟ୍ରୀୟ ନବବର୍ଷ ପାଳନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଆଲୋଚନାଚକ୍ରରେ କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଉପସଭାପତି ବୁଦ୍ଧଦେବ ମହାପାତ୍ର ଓ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ । ପରିଷଦର ସଂପାଦକ ସୌମେନ୍ଦ୍ର ଦାସଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରୀୟ ସଚିବ ସୁପ୍ରୀତି ରଥ, ପ୍ରାନ୍ତ ସଂଗଠନ ସଂପାଦକ ରାମଚନ୍ଦ୍ର ଦଳାଇ, ମୋନାଲିସା ପଟ୍ଟନାୟକ, ଜୟନ୍ତୀ ମହାପାତ୍ର, ସନ୍ତୋଷ ମହାନ୍ତି, ପିତାମ୍ବର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ନିମାଇଚରଣ ସାହୁ ଓ ଗଣେଶ ମହାସୁଆର ପ୍ରମୁଖ ଯୋଗ ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଆବାହକ ଶରତ ଜୟସିଂ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନେ୍ଦ ମାତରମ୍ ଓ ଶେଷରେ ରାଷ୍ଟ୍ରଗାନ

Leave a Reply