ଜୟ ରାଷ୍ଟ୍ର ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ

କେନ୍ଦ୍ରାପଡା : ସାମାଜିକ ସଂଗଠନ ଜୟ ରାଷ୍ଟ୍ର ପକ୍ଷରୁ ପବିତ୍ର ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ କୋର ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅନୁଷ୍ଠାନର ଉପଦେଷ୍ଟା ପତିତପାବନ ଲେଙ୍କାଙ୍କ ପୌରହିତ୍ୟରେ ରାଷ୍ଟ୍ର ମଙ୍ଗଳ ହୋମ, ଧ୍ୱଜା ପୂଜନ, ଗୋମାତା ପୂଜନ ଓ ପୁଷ୍ପାଞ୍ଜଳୀ ଅର୍ପଣ ପ୍ରଭୃତି ଅନୁଷ୍ଟିତ ହୋଇଥିଲା । ସ୍ଥାନୀୟ ଗ୍ରାମବାସୀ ଓ ଅନୁଷ୍ଠାନର ସଦସ୍ୟ ମାନଙ୍କ ମିଳିତ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ହିନ୍ଦୁ ନବବର୍ଷ ସମ୍ପର୍କରେ ଆଲୋଚନା କରିଥିଲେ । ପାଶ୍ଚାତ୍ୟ ସଂସ୍କୃତିର ମୋହରେ ପଡିଥିବା ଭାରତୀୟ ଯୁବସମାଜ ନିଜ ଧର୍ମ, ପରମ୍ପରା ଓ ସାଂସ୍କୃତିକ ବୈଭବକୁ ଭୁଲିଯିବା ଉଚିତ ନୁହଁ ବୋଲି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଥିଲେ । ମଳୟ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପୂଜା କାର୍ଯ୍ୟରେ ମନ୍ଦିର ପରି·ଳନା କମିଟି ସଦସ୍ୟ ସୀତାକାନ୍ତ ଜେନା, ଡାକ୍ତର ରାଜେନ୍ଦ୍ର କୁମାର ବରାଳ, ଡାକ୍ତର୍ ବିରେନ୍ଦ୍ର କୁମାର ଦାଶ, ନମିତା ଜେନା, ପ୍ରବୋଧ କୁମାର ପଣ୍ଡା, ସରୋଜ କାନ୍ତ ଜେନା, ରାଜେନ୍ଦ୍ର ମହାପାତ୍ର, ସୁଶାନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *