Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋମାଂସ ସହ କାର୍ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋମାଂସ ସହ କାର୍ ଜବତ

ବାରିପଦା: ରାଇରଙ୍ଗପୁର ରେଳ ଫାଟକ ନିକଟରେ ମାରୁତି ସୁଜୁକି ଗାଡ଼ି (ଓଡି ୧୧ ଇ ୬୦୮୪)ରେ ଗୋମାଂସ ଚାଲାଣ ହେଉଥିବାର ଖବର ପାଇ କିଛି ଲୋକ ବିକ୍ଷୋଭ କରିବା ସହ ସେଠାରେ ତିବ୍ର ଉତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକଙ୍କ ସହ ଗାଡ଼ି ଚାଳକର ବଚସା ଓ ଗଣ୍ଡଗୋଳ ହୋଇଥିଲା ।ଚାଳକଙ୍କୁ କେହି ଆକ୍ରମଣ କରିବା ସହ କାରକୁ ପଥରବାଜି କରିଥିଲେ । ଚାଳକ ହେଲେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡାମକୁଡାରୀ ଗ୍ରାମର ସେଜ ଉଦ୍ଦିନ (୨୪) ।ଖବର ପାଇ ରାଇରଙ୍ଗପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ଗୋମାଂସ ସହ କାର୍ କୁ ଜବତ କରିବା ସହ ଆହତ ଚାଳକ ଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଯୋଗୁଁ ଚାଳକକୁ ବାରିପଦା ପି ଆର ଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ପୋଲିସ ଘଟଣାକୁ ନେଇ ଥାନା କେଶ୍ ନଂ ୮୬/୨୩ ମୂଳେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି । ରାଇରଙ୍ଗପୁର ତଥା ବାମନଘାଟୀ ଉପଖଣ୍ଡର ବିଭିନ୍ନ ଅଂଚଳରେ ତଥା ସାପ୍ତାହିକ ହାଟରେ ମଧ୍ୟ ଗୋମାଂସ ବିକ୍ରି ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ଏବଂ ସର୍ବସାଧାରଣ ସ୍ଥାନରେ ଖୁଲମ ଖୁଲା ବିକ୍ରୟ କରୁଥିବା ଗୋମାଂସ ବେପାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply