Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରୋଗକୁ ଆୟତରେ ରଖେ କଲରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରୋଗକୁ ଆୟତରେ ରଖେ କଲରା

କଥାରେ ଅଛି ଉତମ ଖାଦ୍ୟ ଓ ସୁନିଦ୍ରାର କୌଣସି ବିକଳ୍ପ ନାହିଁ । ଭଲ କରି ଖାଇବା ଓ ଭଲ ଭାବେ ଶୋଇବା ଅଭ୍ୟାସ ରଖିଥିବା ବ୍ୟକ୍ତିମାନେ ପ୍ରାୟତଃ ସୁସ୍ଥ ରହିଥାନ୍ତି । ମାତ୍ର ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ୱାରା ଶରୀରରୁ ଅନେକ ରୋଗକୁ ଦୂରେଇ ଦେଇ ହୁଏ । ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟି ଗଲାଣି । ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି । ଏହି ରୋଗ ଥରେ ହେଲେ ଏହାର ସଂପୂର୍ଣ୍ଣ ନିରାକରଣ ଅସମ୍ଭବ, ମାତ୍ର ଉତମ ଜୀବନ ଶୈଳୀ ଆପଣାଇଲେ ଏହି ରୋଗକୁ ଆୟତରେ ରଖାଯାଇପାରେ । ଉପଯୁକ୍ତ ବ୍ୟାୟାମ, ଖାଦ୍ୟ ଓ ନିୟମିତ ଔଷଧ ସେବନ କଲେ ଏହି ରୋଗକୁ ହରାଯାଇପାରେ । ତେବେ ଆପଣ ଯଦି ଏହି ରୋଗକୁ ଆୟତରେ ରଖିବାକଚାହାନ୍ତି ତେବେ କଲରା ଖାଇବା ହେଉଛି ଉତମ ଉପାୟ । ଜାଣିରଖନ୍ତୁ ଯେ ମାତ୍ରାଧିକ କଲରା ଖାଇବା ଦ୍ୱାରା ବା କଲରା ଜୁସ୍ ପିଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣକୁ ଆଶାତୀତ ଭାବେ କମ କରାଯାଇପାରେ । ଏହି ପିତା ପରିବାରେ ରହିଛି ପ୍ଲାଂଟ ଇନ୍ସୁଲିନ୍ ପୋଲିପେପ୍ ଟାଇଡ୍-ପି ତତ୍ୱ । ଏହି ପରିବା ଖାଇବା ଦ୍ୱାରା ହାଇପରଗ୍ଲିସେମିଆ କମ ହେବା ସହ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖାଯାଇପାରେ । କଲରାକୁ ଭଜା ବା ତରକାରି କରି ଖାଇପାରିବେ । କଲରା ଜୁସ୍ ବନାଉ ତେବେ ସେଥିରୁ ମଞ୍ଜି ନିଶ୍ଚୟ କାଢ଼ି ଦିଅନ୍ତୁ । କଲରା ଖାଲି ମଧୁମେହ ନୁହେଁ, କର୍କଟ ରୋଗୀଙ୍କ ପାଇଁ ମଧ୍ୟ ଭଲ ହୋଇଥାଏ । ପ୍ରଚୁର ପରିମାଣର କଲରା ଖାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କର୍କଟ ରୋଗ ହେବାର ଖୁବ୍ କମ୍ ସମ୍ଭାବନା ଥାଏ । କେହି କେହି ଓଜନ ହ୍ରାସ ପାଇଁ ମଧ୍ୟ କଲରା ରସ ପିଇଥାନ୍ତି । କଲରା ରସ ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହେ ବୋଲି ଖାଦ୍ୟ ବିଶେଷଜ୍ଞ ମତ ରଖନ୍ତି ।

Leave a Reply