ଏବିଭିପି ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଶୁଭେଛା ଜ୍ଞାପନ

ପଟ୍ଟାମୁଣ୍ଡାଇ : ଚଳିତବର୍ଷ ମହାବିଦ୍ୟାଳୟ ସ୍ତରରେ ପରୀକ୍ଷା ଆରମ୍ଭ ହୋଇଯାଇଛି । ପରୀକ୍ଷାର୍ଥୀମାନଙ୍କୁ ଉସôାହିତ କରିବା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥô ପରିଷଦ ପକ୍ଷରୁ ସେମାନଙ୍କୁ ଶୁଭେଛା ଜ୍ଞାପନ କରାଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବଡପଡା ନଗର ଜନସଂପର୍କ ପ୍ରମୁଖ ଲକ୍ଷ୍ମୀପ୍ରିୟା ରାଉତଙ୍କ ନେତୃତ୍ୱରେ ବଡପଡା ନଗର ସହସଂପାଦିକା ପଦ୍ମିନୀ ମଲିକ, ଆଲୋକ ନାୟକ, ସମ୍ବିତ ନାୟକ, ଦିପ୍ତୀମୟୀ ରାଉତ, ଆଶାଲତା ମଲିକ, ରିଙ୍କି ମଲିକ, ଅମୃତ କୁମାର ସେଠୀ, ଆନନ୍ଦ ମଲିକ, ସଜନୀ ପାତ୍ର, ପ୍ରଦୀପ ଦଳାଇ, ବୈଶାଖୀ ବାରିକ, ସରିତା ଦାସ ପ୍ରମୁଖ କାର୍ଯ୍ୟକର୍ତାମାନେ ବଡପଡା ମହାବଦିଦ୍ୟାଳୟର ପରୀକ୍ଷାର୍ଥୀମାନଙ୍କୁ ଚନ୍ଦନ ଲଗାଇ ଫୁଲ ପକାଇ ଶୁଭେଛା ଜଣାଇବା ସହିତ ସେମାନଙ୍କ ସଫଳତା କାମନା କରିଥିଲେ । ଏବିଭିପିର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *