Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହରିଦ୍ୱାରରେ ପ୍ରଥମେ ଚାଲିବ ‘ପୋଡ୍’ ଟ୍ୟାକ୍ସୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହରିଦ୍ୱାରରେ ପ୍ରଥମେ ଚାଲିବ ‘ପୋଡ୍’ ଟ୍ୟାକ୍ସୀ

ଡେରାଡୁନ: ଉତ୍ତରାଖଣ୍ଡ ଧାମୀ ସରକାରଙ୍କ କ୍ୟାବିନେଟ୍ ହରିଦ୍ୱାର ଜିଲ୍ଲାକୁ ନୂଆ ଉପହାର ଦେବାକୁ ଯାଉଛନ୍ତି । ଧାମୀଙ୍କ ମନ୍ତ୍ରୀମଣ୍ଡଳ ହରିଦ୍ୱାରରେ ୨୦.୭୪ କିଲୋମିଟର ଦୀର୍ଘ ଟ୍ରାକ୍ରେ ପର୍ସନାଲ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମରେ ‘ପୋଡ୍’ ଟ୍ୟାକ୍ସି ଚଳାଇବାକୁ ମଞ୍ଜୁରୀ ଦେଇଛନ୍ତି । ହରିଦ୍ୱାର ପୋଡ୍ ଟ୍ୟାକ୍ସି ପ୍ରକଳ୍ପକୁ ପିପିପି ମୋଡରେ ନିର୍ମାଣ କରାଯିବ । ଉତ୍ତରାଖଣ୍ଡ ମେଟ୍ରୋ କର୍ପୋରେସନ ଏଠାରେ ପୋଡ୍ ଟ୍ୟାକ୍ସି ଚଳାଇବା ପ୍ରସ୍ତାବକୁ ପ୍ରସ୍ତୁତ କରିଛନ୍ତି । ହରିଦ୍ୱାରକୁ କୁମ୍ଭ ନଗରୀ ମଧ୍ୟ କୁହାଯାଏ । ଏଣୁ ଏଠାରେ ଅତ୍ୟାଧୁନିକ ଯାତାୟାତ ସାଧନ ବିକଶିତ କରିବା ପାଇଁ ଉତ୍ତରାଖଣ୍ଡ ମେଟ୍ରୋ କର୍ପୋରେସନ ଏହି ପ୍ରସ୍ତାବ ଦେଇଛନ୍ତି । ଏଥିଲାଗି ହରିଦ୍ୱାରର ଜ୍ୱାଲାପୁର ସୀମାରୁ ଭାରତମାତା ମନ୍ଦିର ଓ ଦକ୍ଷପ୍ରଜାପତି ମନ୍ଦିରରୁ ଲକ୍ସର ରୋଡ ପର୍ଯ୍ୟନ୍ତ ମୋଟ ୪ଟି କରିଡର ନିର୍ମାଣ କରାଯିବ । ଏହି କରିଡରମାନଙ୍କରେ ୨୦.୪କିଲୋମିଟର ଦୀର୍ଘ ଟ୍ରାକ୍ ନିର୍ମାଣ ହେବ ଓ ଏଥିରେ ପୋଡ୍ ଟ୍ୟାକ୍ସି ଚଳାଯିବ । ଉତ୍ତରାଖଣ୍ଡ ମେଟ୍ରୋ କର୍ପୋରେସନ ଏଥି ପାଇଁ ବିସ୍ତୃତ ପ୍ରଜେକ୍ଟ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି । କ୍ୟାବିନେଟ୍ ଏବେ ପ୍ରସ୍ତାବକୁ ମଞ୍ଜୁର କରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ଏହି ରୁଟରେ ଯେଉଁ ସବୁ ମୁଖ୍ୟ ଷ୍ଟେସନ ରହିବ ସେଥିରେ ସୀତାପୁର, ଜ୍ୱାଲାପୁର, ଆର୍ୟ୍ୟନଗର, ରାମ ନଗର, ରେଳଷ୍ଟେସନ, ହରକି ପୌଡୀ, ଖଡଖଡି, ମୋତିଚୁର, ଶାନ୍ତିକୁଞ୍ଜ, ଭାରତମାତା ମନ୍ଦିର, ଗଣେଶପୁରା ମନ୍ଦିର, ଜଗଜ୍ଜିତପୁର ଓ ଲକ୍ସର ମଧ୍ୟ ସାମିଲ ଅଛି । ଉଲ୍ଲେଖଯୋଗ୍ୟ ଯେ ଭାରତରେ ପୋଡ୍ ଟ୍ୟାକ୍ସିର ଏହା ପ୍ରଥମ ପରୀକ୍ଷାମୂଳକ ପରିଚାଳନା ହେବ । ଏହି ପ୍ରକଳ୍ପର ସଫଳତା ଉପରେ ଅନେକ ପରିବର୍ତ୍ତନ ନିର୍ଭର କରେ ବୋଲି ଉତ୍ତରାଖଣ୍ଡ ସରକାରଙ୍କ ଅଧିକାରୀମାନେ କହିଛନ୍ତି । ହରିଦ୍ୱାର ଜିଲ୍ଲାରେ ପୋଡ୍ ଟ୍ୟାକ୍ସିର ସଫଳତା ଦେଶର ଅନ୍ୟ ସହରାଞ୍ଚଳଙ୍କୁ ମଧ୍ୟ ଏପରି ଗମନା ଗମନ ସୁବିଧା ବିକାଶ କରିବାକୁ ଉତ୍ସାହିତ କରିବ

Leave a Reply