Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ ବନ୍ଦ କଲା ପାକିସ୍ତାନରେ ବାଣିଜ୍ୟ ଦୂତାବାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ ବନ୍ଦ କଲା ପାକିସ୍ତାନରେ ବାଣିଜ୍ୟ ଦୂତାବାସ

ଇସଲାମାବାଦ: ପାକିସ୍ତାନ ଏବେ ବଡ଼ ସଂକଟରେ ପଡ଼ିଯାଇଛି । ଗୋଟିଏ ପଟେ ଆର୍ଥôକ ସଂକଟ ଦିନକୁ ଦିନ ଅଧିକ ଉକôଟ ହେଉଥିବାବେଳେ ସୁରକ୍ଷାସ୍ଥିତି ମଧ୍ୟ ବିପନ୍ନ ହେଉଛି । ତେହେରିକ-ଏ-ତାଲିବାନ ପାକିସ୍ତାନ ପକ୍ଷରୁ ନିୟମିତଭାବେ ପାକିସ୍ତାନ ସେନା ଉପରେ ଆକ୍ରମଣ କରାଯାଉଛି । ଏହାକୁ ନେଇ ଚୀନ ଚିନ୍ତିତ ହେବା ସହ ଇସ୍ଲାମାବାଦରେ ଥିବା ନିଜର କନସୁଲେଟ୍ (ବାଣିଜ୍ୟ ଦୂତାବାସ) ଅଫିସକୁ ସାମୟିକ ଭାବେ ବନ୍ଦ କରିଦେଇଛି । ଚୀନ ଦୂତାବାସ ନିଜର ୱେବସାଇଟରେ ଏହା ଘୋଷଣା କରିଛି । ମାତ୍ର କେଉଁ ‘ବୈଷୟିକ ସମସ୍ୟା’ ଯୋଗୁଁ ବନ୍ଦ କରାଯାଇଛି କିମ୍ବା ଏହାକୁ ବନ୍ଦ କରିବାର ସମୟ ସୀମା ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହିଁ । କିନ୍ତୁ ବାରମ୍ବାର ବେଲୁଚ ବିଦ୍ରୋହୀମାନଙ୍କ ଦ୍ୱାରା ଚୀନ ନାଗିରକଙ୍କ ଉପରେ ଆକ୍ରମଣ କାରଣରୁ ଚୀନ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ଗତ ଫେବୃଆରି ୧୩ରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇସଲାମାବାଦସ୍ଥିତ ଚୀନ୍ ଦୂତାବାସ ବିଭାଗ ଅସ୍ଥାୟୀ ଭାବେ ବନ୍ଦ ରହିବ ବୋଲି ଦୂତାବାସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଗତ ସପ୍ତାହରେ ଚୀନ୍ ସରକାର ଏକ ନୋଟିସ୍ ଜାରି କରି ପାକିସ୍ତାନରେ ଚୀନ୍ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ବର୍ଷ ଶେଷ ଆଡ଼କୁ ତେହେରିକ-ଏ-ତାଲିବାନ ପାକିସ୍ତାନ ଓ ପାକିସ୍ତାନ ସରକାରଙ୍କ ସହ ଥିବା ଯୁଦ୍ଧବିରତି ଚୁକ୍ତି ବାତିଲ ହେବା ପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି । ପାକିସ୍ତାନରେ ଚୀନ୍- ପାକିସ୍ତାନ ଅର୍ଥନୈତିକ କରିଡରରେ କାମ କରୁଥିବା ଚୀନ୍ ନାଗରିକଙ୍କୁ ବିଭିନ୍ନ ଆତଙ୍କବାଦୀ ସଂଗଠନ ଆକ୍ରମଣ କରୁଛନ୍ତି ।

Leave a Reply