କ୍ଷେପଣାସ୍ତ୍ରଧାରୀ ବେଲୁନ ପାଇଁ ଚିନ୍ତା


-ସୌମେନ୍ଦ୍ର ଜେନା-

ଆମେରିକାର ପ୍ରତିରକ୍ଷା ବିଭାଗର ତଥ୍ୟ ସଂଗ୍ରହ କରୁଥିବା ଚୀନର ବିଶାଳକାୟ ବେଲୁନକୁ ଆମେରିକା ବାୟୁସେନା କ୍ଷେପଣାସ୍ତ୍ର ମାଡକରି ନଷ୍ଟ କରିଥିବା ଖବର ନିକଟରେ ସମସ୍ତଙ୍କ ଦୃଷ୍ଟିକୁ ଆସିଛି । ଉକ୍ତ ବେଲୁନଟି ଦୀର୍ଘ ସମୟ ଘରି ତଥ୍ୟ େ·ରୀ କରିବାକୁ ଫଟୋ ଉଠାଉଥିବା କଥା କୁହାଯାଇଥିଲା । ଆମେରିକା ଏବଂ କାନାଡାରେ ଏମିତି ପ୍ରାୟ ତିନୋଟି ବେଲୁନ ସଂପ୍ରତି ଦେଖିବାକୁ ମିଳିଛି । ଚୀନ ସରକାର ଏହାକୁ ପାଣିପାଗ ପରୀକ୍ଷା ପାଇଁ ଛଡାଯାଇଥିବା କଥା କହୁଥିଲେ ହେଁ ଏହି ବେଲୁନର ସହାୟତାରେ ଆଗାମୀ ଦିନରେ କିପରି ମହାକାଶରୁ ବହୁ ଉଚ୍ଚରୁ ହାଇପରସୋନିକ କ୍ଷେପଣାସ୍ତ୍ର ମାଡ କରାଯାଇପାରିବ ସେହି ଲକ୍ଷ୍ୟରେ ଚୀନ ପରୀକ୍ଷା-ନିରୀକ୍ଷା ଚଳାଇଛି । 
ଚୀନ ସରକାରଙ୍କ ମାଲିକାନାରେ ଥିବା ସିସିଟିଭିରେ ୨୦୧୮ରେ ଏମିତି ଏକ ଭିଡିଓ ଛଡାଯାଇଥିଲା ଯେଉଁଥିରେ ବହୁ ଉଚ୍ଚକୁ ଖୋଲା ମଇଦାନରୁ ବେଲୁନଟିକୁ ଛଡାଯାଉଛି । ବେଲୁନଟି ସହ ତ୍ରିକୋଣ ବିଶିଷ୍ଟ କ୍ଷେପଣାସ୍ତ୍ର ସବୁ ଏକ ହାଇପରସୋନିକ ଗ୍ଲାଇଡ ଭେହିକିଲ୍ସରେ ଲାଗିଥିବା ଅବସ୍ଥାରେ ଉପରକୁ ଉଠୁଛନ୍ତି । ପରେ ନିର୍ଦ୍ଦିଷ୍ଟ ଉଚ୍ଚତାକୁ ବେଲୁନ୍ଟି ଉଠିବା ପରେ ଗୋଟିଏ ପରେ କ୍ଷେପଣାସ୍ତ୍ରଗୁଡିକ ତଳମୁହାଁ ହୋଇ ଖସୁଛି ଗୋଟିଏ ଯାହାକୁ ସେତେବେଳେ ଚୀନ କର୍ତ୍ତୃପକ୍ଷ କ୍ଷେପଣାସ୍ତ୍ର ପରୀକ୍ଷାର ଆଖ୍ୟା ଦେଇଥିଲେ । ହଂକଂସ୍ଥିତ ସାଉଥ୍ ·ଇନା ମର୍ଣ୍ଣିଂ ପୋଷ୍ଟ ଜଣାଇଥିଲା ଯେ ବେଲୁନ ଆକାଶରୁ ତଳକୁ ପକାଇଥିବା ହାଇପରସୋନିକ୍ ଗ୍ଲାଇଡ ଭେହିକିଲଗୁଡିକ ହାଇପରସୋନିକ କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମର ଅନ୍ତର୍ଗତ, ଯାହାକି ଆଗାମୀ ଦିନରେ ଚୀନ ସେନାକୁ ଅଦମ୍ୟ ଆଣବିକ ଅସ୍ତ୍ରର କ୍ଷମତା ପ୍ରଦାନ କରିବ । ୨୧ ସେପ୍ଟେମ୍ବର ୨୦୧୮ରେ ‘ଦାଫେଙ୍ଗ୍ କାଓ’ ନାମଟ ଟ୍ୱିଟର ଆକାଉଣ୍ଟରୁ ଏ ସଂକ୍ରାନ୍ତରେ ଏକ ପୋଷ୍ଟ କରାଯାଇଥିଲା । ଯେଉଁଥିରେ କୁହାଯାଉଥିଲା ଯେ ବହୁ ଉଚ୍ଚରୁ ବେଲୁନ ସାହାଯ୍ୟରେ ତଳକୁ କ୍ଷେପଣାସ୍ତ୍ର ମାଡର ପରୀକ୍ଷା ସଫଳତାର ସହ ଶେଷ ହୋଇଛି । ଚୀନର ଉତ୍ତର ପଶ୍ଚିମରେ ଆକାଶରେ ଏହି ପରୀକ୍ଷା ହୋଇଥିଲା । ଦିନ ୧୨ଟା ୪୭ମିନିଟରେ ୨୫ସେକେଣ୍ଡର ଭିଡିଓଟିକୁ ଟ୍ୱିଟର ଆକାଉଣ୍ଟରେ ଅପ୍ଲୋଡ କରିବା ଦେଖାଯାଇଥିଲା ।
ଚୀନର ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଡଙ୍ଗ୍ଫେଙ୍ଗ୍-୧୭ ଯାହା ୫-୧୦ ମାକ୍ ଗତିରେ ଯିବାର କ୍ଷମତା ରଖିଛି ଏବଂ ଯେଉଁଥିରେ ପାରମ୍ପାରିକ ଏବଂ ଆଣବିକ କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରହିଛି , ତାହା ଏହି ବେଲୁନକୁ ମହାକାଶକୁ ନେଇଯାଇପାରିବ । ଡଙ୍ଗ୍ଫେଙ୍ଗ୍ର ଓଜନ ୧୫ଟନ ଥିଲାବେଳେ ମାରକ କ୍ଷମତା ୧୮୦୦ରୁ ୨୫୦୦କିମି ପର୍ଯ୍ୟନ୍ତ ରହିଥିବାର ଜଣାଯାଏ । ଭିଡିଓ ଦୃଶ୍ୟରେ ଆକାଶରୁ ତଳକୁ ବେଲୁନ ସାହାଯ୍ୟରେ କ୍ଷେପଣାସ୍ତ୍ରମାଡ କରାଯିବା ଦୃଶ୍ୟକୁ ସେ ସମୟରେ ଆମେରିକାର ପ୍ରତିରକ୍ଷା ବିଶେଷଜ୍ଞମାନେ ଗୁରୁତ୍ୱର ସହ ନେଇଥିଲେ । ଜୁଲାଇ ୨୦୨୧ରେ ଚୀନ ସେନା ପକ୍ଷରୁ ଅତି ଗୋପନୀୟ ଭାବେ ହୋଇଥିବା ଏହି ପରୀକ୍ଷା ସମୟକ୍ରମେ ଭାରତ, ତାଇୱାନ ଏବଂ ଜାପାନର ଆକାଶ ସୀମାରେ ମଧ୍ୟ ହୋଇଥିବା କଥା କୁହାଯାଉଛି । ସେହି ପରୀକ୍ଷା ବେଳେ ୨୪୮୦୦ ମାଇଲ (୩୯୯୧୧ କିମି) ଦୂରକୁ ମହାକାଶରେ ଅତିକ୍ରମ କରି ତାହା ବାୟୁମଣ୍ଡଳରେ ପ୍ରବେଶ କରି ମାଟି ଉପରେ ଥିବା ଟାର୍ଗେଟକୁ କ୍ଷେପଣାସ୍ତ୍ରମାଡ କରିବାକୁ ସକ୍ଷମ ହୋଇଥିଲା । ଏହି ବିଷୟରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ଗୋଇନ୍ଦା ବିଭାଗ (ଡିଆଇଓ)ର ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଥିଲା । ସେଥିଲେ ଉଲ୍ଲେଖ କରାଯାଇଥିଲା ଯେ ପରୀକ୍ଷା ୧୦୦ ମିନିଟରୁ ଅଧିକ ସମୟ ପାଇଁ ହୋଇଥିଲା, ଯାହା ଚୀନ ଦ୍ୱାରା  ପ୍ରସ୍ତୁତ କୋ÷÷ଣସି ସ୍ଥଳଭାଗ ଆକ୍ରମଣକାରୀ ଅସ୍ତ୍ର ବ୍ୟବସ୍ଥାଠାରୁ ସର୍ବାଧିକ ଦୂର ଅତିକ୍ରମ କରିବା ସହ ଟାର୍ଗେଟକୁ ଧ୍ୱଂସ କରିବାକୁ ସକ୍ଷମ ହୋଇଥିଲା । ଆମେରିକାକୁ ଟାର୍ଗେଟ କରି ଆକ୍ରମଣ ପାଇଁ ଚୀନ  ପକ୍ଷରୁ ·ଲିଥିବା ପ୍ରସ୍ତୁତିର ସେହି ପରୀକ୍ଷା ଏକ ଅଂଶ ବିଶେଷ ବୋଲି ଆମେରିକା ସେନାର ଉପମୁଖ୍ୟ ଜେନେରାଲ ଜନ୍ ହାଇଟେନ୍ ସେତେବେଳେ ପ୍ରକାଶ କରିଥିଲେ । ପ୍ରଥମେ ଆଣବିକ ଆକ୍ରମଣ ପାଇଁ ଉକ୍ତ ଗୋପନୀୟ ପରୀକ୍ଷା ଉଦ୍ଦିଷ୍ଟ ଥିବା କଥା କୁହାଯାଇଥିଲା ।
ଆମେରିକା ପ୍ରତିରକ୍ଷା ଅଧ୍ୟୟନ ସଂସ୍ଥାର ଅଧ୍ୟକ୍ଷ ପଲ୍ କ୍ରେସ୍ପୋ ଆଶଙ୍କା ପ୍ରକାଶ କରି କହିଛନ୍ତି ଯେ ନିକଟରେ ଆମେରିକା ଏବଂ କାନାଡାର ଜାତୀୟ ଆକାଶ ସୀମାକୁ ଅତିକ୍ରମ କରିପାରିଥିବା ଚୀନର ବେଲୁନ ସାହାଯ୍ୟରେ ଆକ୍ରମଣ ପାଇଁ ଏହା ଅଭ୍ୟାସ ମାତ୍ର ରହିଥିଲା । ପୂର୍ବରୁ ଚୀନ ପକ୍ଷରୁ ହାଇପରସୋନିସ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷା ହେବା ବେଳେ ତାହା ଚୀନର ଆକାଶ ସୀମାରେ ହୋଇଥିଲା । ଇପୋକ୍ ଟାଇମ୍ସକୁ ନିଜର ପ୍ରତିକ୍ରିୟା ପ୍ରଦାନ କରି କ୍ରେସ୍ପୋ କହିଛନ୍ତି ଯେ, ଆମେରିକା ଉପରକୁ ଉଚ୍ଚାକାଶରେ ଉଡିବାକୁ ସକ୍ଷମ ଏହିପରି ଗୋଟିଏ କିମ୍ବା ଅଧିକ ବେଲୁନ ସହ ଛୋଟ ଆଣବିକ ଇଏମ୍ପି (ଇଲେକ୍ଟ୍ରୋ ମ୍ୟାଗନେଟିକ୍ ପଲ୍ସ ) ସାହାଯ୍ୟରେ ଆକ୍ରମଣ ହେବାର ଆଶଙ୍କା ରହିଛି । କେବଳ ଏତିକି ନୁହେଁ ଉଚ୍ଚାକାଶରୁ ସେମାନେ ବିନା ଗୁଳିରେ ଏହି ବେଲୁନ ସାହାଯ୍ୟରେ ଆମେରିକାର ଯୋଗାଯୋଗ ଏବଂ ବିଦୁ୍ୟତ ଯୋଗାଣ ବ୍ୟବସ୍ଥାକୁ ବର୍ଷାଧିକ କାଳ ପାଇଁ ନଷ୍ଟ କରିଦେବାକୁ ସକ୍ଷମ ହେବା ସହ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିପାରିବେ । କାରଣ ଆମେରିକାର ବାଇଡେନ ପ୍ରଶାସନ ବିଦୁ୍ୟତ ଯୋଗାଣ ବ୍ୟବସ୍ଥାର ସୁରକ୍ଷାଗତ ସଂକ୍ରାନ୍ତରେ ବିଶେଷ ସଚେତନ ନଥିବା ହେତୁ ଏପରି ଆକ୍ରମଣ ହେବା କିଛି ବଡ କଥା ନୁହେଁ ବୋଲି କୁହାଯାଉଛି । ମହାକାଶରୁ ସ୍ଥଳଭାଗ ଉପରେ ଆକ୍ରମଣ ସଂକ୍ରାନ୍ତରେ ଜୁଲାଇ ୨୦୨୦ରେ ଯୁକ୍ତରାଷ୍ଟ୍ର ଆମେରିକାର ଇଏମ୍ପି ଟାସ୍କଫୋର୍ସର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଭାବେ ଦାୟିତ୍ୱରେ ଥିବା ତତ୍କାଳୀନ ଅଧିକାରୀ ଡକ୍ଟର ପିଟର ଭିନସେଣ୍ଟ ପ୍ରି ତାଙ୍କର ଏକ ରିପୋର୍ଟରେ ଜାତୀୟ ଏବଂ  ପ୍ରାଦେଶିକ ସୁରକ୍ଷା ବିଷୟରେ ଉଲ୍ଲେଖ କରି ପ୍ରକାଶ କରିଥିଲେ ଯେ ଚୀନରୁ ପ୍ରକାଶିତ ପ୍ରତିରକ୍ଷା ସଂକ୍ରାନ୍ତୀୟ ଅନେକ ଲେଖାରେ ଆମେରିକା ବିରୁଦ୍ଧରେ ଉଚ୍ଚାକାଶରୁ ବିସ୍ଫୋରଣ କରି ଗାମାରଶ୍ମିର ବିକିରଣ ଦ୍ୱାରା ସ୍ଥଳଭାଗରେ କାର୍ଯ୍ୟରତ ସଂ·ର ଏବଂ ବିଦୁ୍ୟତ ଯୋଗାଣ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ହେଉଥିବା ଆଲୋଚନା ନିଶ୍ଚିତ ରୂପେ ଆମେରିକା ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତି ବୋଲି ବୁଝିବାକୁ ହେବ । କାରଣ ଆମେରିକା ପ୍ରତିରକ୍ଷା ବିଭାଗର ବିଶେଷଜ୍ଞଙ୍କ କହିବାନୁସାରେ ଆମେରିକାର ପୂର୍ବ ଉପକୂଳରେ ଇଏମ୍ପି ଦ୍ୱାରା ଆକ୍ରମଣ ହେଲେ ଗୋଟିଏ ବର୍ଷ ଭିତରେ ୯୦ ପ୍ରତିଶତ ଜନସଂଖ୍ୟାକୁ ଧ୍ୱଂସ କରାଯାଇପାରିବ ଏବଂ ସେହି ଅଞ୍ଚଳରେ ବିଦୁ୍ୟତ ବ୍ୟବସ୍ଥାକୁ ଠିକ୍ କରିବାକୁ ୧୮ମାସ ସମୟ  ଲାଗିବ । ଏହି ପରିସ୍ଥିତିରେ ୯୯ ଆଣବିକ ରିଆକଟର ଥଣ୍ଡା ହେବା ପାଇଁ ବିଦୁ୍ୟତ ନପାଇ ତରଳିଯିବେ । ଆଣବିକ ବିଦୁ୍ୟତ ଉତ୍ପାଦନ କେନ୍ଦ୍ର ଅଞ୍ଚଳର ୪୧ଲକ୍ଷ ଲୋକଙ୍କୁ ବାସଚୁ୍ୟତ ହେବାକୁ ପଡିବ । 
ଦେଖିବାକୁ ଗଲେ କେବଳ ଚୀନ ଯେ ଉଚ୍ଚାକାଶ ବେଲୁନ ଆକ୍ରମଣ କଥା ଏକାକୀ ଚିନ୍ତା କରୁଛି ତା ନୁହେଁ । ଆମେରିକା ସମେତ ଅନେକ ରାଷ୍ଟ୍ର ଏ କ୍ଷେତ୍ରରେ ଗୋପନରେ ସେମାନଙ୍କ ଗବେଷଣା ଜାରି ରଖିଛନ୍ତି । ଉଚ୍ଚାକାଶର ୨୩୦୦୦ ଫୁଟରୁ ୬୬୦୦୦ ଫୁଟ ମଧ୍ୟରେ ସଂଖ୍ୟାଧିକ ଡ୍ରୋନ ସାହାଯ୍ୟରେ ମଧ୍ୟ ଶତ୍ରୁପକ୍ଷ ଉପରେ ଆକ୍ରମଣ ପାଇଁ ଯୋଜନା ହେଉଛି । ଶତ୍ରୁପକ୍ଷର ନିରୀକ୍ଷଣକାରୀ ଗୁଇନ୍ଦା ଉପକରଣ, ହାଇପରସୋନିକ ଅସ୍ତ୍ର ଉପରେ ନଜର ରଖିବାଲାଗି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ଲକ୍ଷ ଲକ୍ଷ କୋଟି ଡଲାର ବେଲୁନ  ପ୍୍ରସ୍ତୁତି ଏବଂ ଉଡାଣ ପାଇଁ ଖର୍ଚ୍ଚ କରୁଛି ।
ତେବେ ଚଳିତମାସ ୧୦ ଫେବୃଆରୀ ଦିନ ବାଇଡେନ ପ୍ରଶାସନ ପକ୍ଷରୁ ଚୀନର ଗୁଇନ୍ଦା ତଥ୍ୟ ସଂଗ୍ରହକାରୀ ବେଲୁନ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି ।  ଏଥିରେ କୁହାଯାଇଛି ଯେ ଚୀନ ଦ୍ୱାରା ଯେଉଁସବୁ ବେଲୁନଗୁଡିକୁ ୫ଟି ଉପମହାଦେଶର ୪୦ଟି ଦେଶ ଉପରେ ଉଡି ତଥ୍ୟ ସଂଗ୍ରହ ପାଇଁ ଛଡାଯାଇଥିଲା,ଏହି ବେଲୁନ ତନ୍ମଧ୍ୟରୁ ଗୋଟିଏ । ଫେଡେରାଲ ବୁ୍ୟରୋ ଅଫ୍ ଇନ୍ଭେଷ୍ଟିଗେସନ ଦ୍ୱାରା ପରି·ଳିତ ଭର୍ଜିିନିଆର କ୍ୟାଣ୍ଟିକୋ ପରୀକ୍ଷାଗାରରେ ଚୀନା ବେଲୁନର ପରୀକ୍ଷା କରାଯାଇଥିଲା । ଏହିପରି ଏକ ବେଲୁନ  ଗତ ୩୧ ଡିସେମ୍ବର ୨୦୨୨ଦିନ ତାଇୱାନର ଚେଙ୍ଗ୍ଚେନ୍ଫେଙ୍ଗ୍ (ନାନ୍ତୋଉ)ଠାରେ ଉଡୁଥିବା ଅବସ୍ଥାରେ ଗୁଳିକରି ଖସାଯାଇଥିଲା । ତେବେ ଏହି ବିଷୟକୁ ନେଇ ଆମେରିକାର ସଂସଦରେ ଏବେ ଢେର ତୁମ୍ବିତୋଫାନ ହୋଇଛି । ଚୀନ ପକ୍ଷରୁ ଏହି ବେଲୁନ ଆକ୍ରମଣ ପାଇଁ ଜାପାନ ଓ ଭାରତ ଟାର୍ଗେଟରେ ଥିବାରୁ ଭାରତ ସରକାର ଏବେଠୁ ସତର୍କ ହେବା ଜରୁରୀ । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply

Your email address will not be published. Required fields are marked *