Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ପ୍ରଥମ ହିନ୍ଦୁ ମହିଳା ହେଲେ ଆସିଷ୍ଟାଣ୍ଟ କମିଶନର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ପ୍ରଥମ ହିନ୍ଦୁ ମହିଳା ହେଲେ ଆସିଷ୍ଟାଣ୍ଟ କମିଶନର

ଲାହୋର : ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ସିଭିଲ ସର୍ଭିସ ପାସ କରିବା ପରେ ଆସିଷ୍ଟାଣ୍ଟ କମିଶନରଙ୍କ ଦାୟିତ୍ୱ ପାଇଛନ୍ତି ୟ ସେ ହେଉଛନ୍ତି ଡକ୍ଟର ସନା ରାମ·ନ୍ଦ ଗୁଲୱାନି । ୨୭ ବର୍ଷିୟ ସନା ୨୦୨୦ରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସନାଙ୍କୁ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ସରକାରୀ କର୍ମଚାରୀ ମଧ୍ୟ କୁହାଯାଉଛି । ପଞ୍ଜାବ ପ୍ରଦେଶର ହାସନ ଅବଦାଲ ସହରରେ ସେ ପ୍ରଥମ ପୋଷ୍ଟିଂ ପାଇଛନ୍ତି । ସୂଚନା ଅନୁଯାୟୀ, ଗୁଲୱାନି ତାଙ୍କର ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ହିନ୍ଦୁ ସମ୍ପ୍ରଦାୟର ଅନେକ କାର୍ଯ୍ୟକର୍ତ୍ତାଙ୍କ ଅନୁଯାୟୀ, ସ୍୍ୱାଧୀନତା ପରଠାରୁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମ୍ପ୍ରଦାୟର ସନା ହେଉଛନ୍ତି ପ୍ରଥମ ପାକିସ୍ତାନୀ ମହିଳା । ସନା ରାମଚନ୍ଦ୍ରଙ୍କ ବିଷୟରେ କହିବାକୁ ଗଲେ ସେ ସିନ୍ଧ ପ୍ରଦେଶର ଶିଖରପୁର ସହରରେ ଛୋଟରୁ ବଡ ହୋଇଥିଲେ । ଆସିଷ୍ଟାଣ୍ଟ କମିଶନ ହେବା ପୂର୍ବରୁ ତାଙ୍କ ପିତାମାତାଙ୍କ ଇଚ୍ଛାରେ ଡାକ୍ତର ହୋଇଥିଲେ ସେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସନା ରାମଚନ୍ଦ୍ର ଗୁଲୱାନି ନିଜର ପ୍ରଥମ ସଫଳତା ପାଇଁ ବହୁତ ଖୁସି ଅଛନ୍ତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଗୁଲୱାନି କହିଛନ୍ତି ଯେ, ମୁଁ ପ୍ରଥମ କି ନୁହେଁ ଜାଣେ ନାହିଁ, କିନ୍ତୁ ମୋ ସମ୍ପ୍ରଦାୟର ଜଣେ ମହିଳା ପରୀକ୍ଷା ପାଇଁ ଆସିବା ବିଷୟରେ ମୁଁ କେବେ ଶୁଣି ନାହିଁ ।

Leave a Reply