Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଙ୍ଗାଲୁରୁରୁ ସନ୍ଦିଗ୍ଧ ଇଞ୍ଜିନିୟର ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଙ୍ଗାଲୁରୁରୁ ସନ୍ଦିଗ୍ଧ ଇଞ୍ଜିନିୟର ଗିରଫ

ବେଙ୍ଗାଲୁରୁ- କର୍ଣ୍ଣାଟକରୁ ସନ୍ଦିଗ୍ଧ ଇଞ୍ଜିନିୟର ଗିରଫ । ବେଙ୍ଗାଲୁରୁରୁ ଜାତୀୟ ଯାଞ୍ଚ ଏଜେନ୍ସି ହାର୍ଡକୋର୍ ଆତଙ୍କୀକୁ ଗିରଫ କରିଛି । ଏହି ଆତଙ୍କବାଦୀ ଅଲ୍-କାଏଦା ସଂଗଠନ ସହିତ ଜଡ଼ିତ ଥିବା ଅଭିଯୋଗ ହୋଇଛି । ଆରିଫ୍ ନାମକ ଇଞ୍ଜିନିୟର ଗତ ଦୁଇ ବର୍ଷ ହେଲା ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କରେ ରହିଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ଭାରତରୁ ପଳାୟନ କରି ଇରାନ ଓ ଆଫଗାନିସ୍ତାନ ଚାଲିଯିବାକୁ ଉଦ୍ୟମ କରିଥିଲା ଆରିଫ୍ । ଏନଆଇଏ ଅଧିକାରୀଙ୍କ କହିବା ମୁତାବକ, ଆରିଫ୍ ବେଙ୍ଗାଳୁରୁରେ ରହିଏକ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲା । ଦୁଇ ବର୍ଷ ପୂର୍ବରୁ ଇଣ୍ଟରନେଟ୍ ଜରିଆରେ ଅଲକାଏଦା ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା । ସେବେ ଠାରୁ ଏହି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା । ISD କର୍ଣ୍ଣାଟକ ଓ ସ୍ଥାନୀୟ ପୋଲିସ ସହଯୋଗରେ NIA ଟିମ୍ ବେଲଙ୍ଗାଲୁରୁ ସ୍ଥିତି ଥାନିସାନ୍ଦ୍ରାରେ ଛାପାମାରି କରିଥିଲା । ଏହାଛଡା ଯାଞ୍ଚ ଏଜେନ୍ସି ମହାରାଷ୍ଟ୍ର ଥାନେ ଓ ପାଲଘର ଅଞ୍ଚଳରେ ମଧ୍ୟ ରେଡ୍ କରିଥିଲା । ଦୁଇ ସନ୍ଦିଗ୍ଧ ଅନକ୍ରିପ୍ଟେଡ୍ ପ୍ଲାଟଫର୍ମ ଜରିଆରେ ଆତଙ୍କବାଦୀ ସଂଗଠନ ସମ୍ପର୍କରେ ରହିଥିବା ଏନଆଇଏକୁ ଖବର ପାଇଥିଲା । ଶନିବାର ଛାପାମାରୀ ବେଳେ ସନ୍ଦିଗ୍ଧ ଇଞ୍ଜିନିୟର ଆରିଫକୁ ଜାତୀୟ ଯାଞ୍ଚ ଏଜେନ୍ସି ଗିରଫ କରିଛି । ଏହି ସହିତ ତା’ ଠାରୁ କିଛି ଡିଜିଟାଲ ଉପକରଣ ଜବତ କରିଛି ।

Leave a Reply