Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତୁର୍କୀ ଭୂମିକମ୍ପ ପୀଡ଼ିତଙ୍କ ପାଇଁ ଦେବଦୂତ ସାଜିଲେ ଏନଡିଆରଏଫ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତୁର୍କୀ ଭୂମିକମ୍ପ ପୀଡ଼ିତଙ୍କ ପାଇଁ ଦେବଦୂତ ସାଜିଲେ ଏନଡିଆରଏଫ୍

ନୂଆଦିଲ୍ଲୀ: ମାଟି ତଳୁ ବଞ୍ଚିଲା ଜୀବନ । ୪ ଦିନର ସଂଘର୍ଷ ପରେ ସୁରକ୍ଷିତ ଉଦ୍ଧାର । ୮ବର୍ଷ ବୟସ୍କ ଏକ ଶିଶୁର ଜୀବନ ବଞ୍ଚାଇ ଦେଇଛନ୍ତି ଭାରତୀୟ ଉଦ୍ଧାରକାରୀ ଦଳ । ଏନଡିଆରଫ ଟିମ୍ ତୁର୍କୀ ଭୂମିକମ୍ପରେ ମାଟି ତଳେ ଫଶି ରହିଥିବା ଏକ ଛୋଟ ପିଲାକୁ ୪ଦିନ ପରେ ଉଦ୍ଧାର କରିଛି । ଶିଶୁ ଏବେ ସୁରକ୍ଷିତ ଥିବା ସୂଚନା ମିଳିଛି । ପିଟିଆଇ ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା ଓ ଏନଡିଆରଏଫ ଟିମ୍ ତୁର୍କୀରେ ଅପରେସନ ଦୋସ୍ତି ଆରମ୍ଭ କରିଛି । ଭୂମିକମ୍ପ ପୀଡ଼ିତଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ଏନଡିଆରଏଫ ପକ୍ଷରୁ ଗାଜିୟାଣ୍ଟେପ ପ୍ରାନ୍ତରେ ଏକ ୩୦ ଟିକିଆ ବେଡ୍ ବିଶିଷ୍ଟ ହସ୍ପିଟାଲ ପ୍ରସ୍ତୁତ କରି ଆହତଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି । ଏନଡିଆରଏଫ ଟିମ୍ ଗୁରୁବାର ଏକ ୮ବର୍ଷର ଶିଶୁକୁ ମାଟି ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଟିମ୍ । ଭୂମିକମ୍ପର ୪ଦିନ ପରେ ଜୀବନ ବଞ୍ଚିଯାଇଛି । ଶିଶୁକୁ ରେସକ୍ୟୁ କରି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏନେଇ ଭରତୀୟ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହା ପୂର୍ବରୁ ଏନଡିଆରଏଫ ଟିମ୍ ଏକ ୬ ବର୍ଷର ଶିଶୁକୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରିଥିଲା । ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ପ୍ରାୟ ୨୩ ହଜାର ୩୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮୩ ହଜାର ୮ଜଣ ଆହତ ହୋଇଛନ୍ତି । କେବଳ ତୁର୍କୀରେ ୧୯ ହଜାର ୮୩୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ୭୭ ହଜାର ୭୧୧ ଜଣ ଆହତ ହୋଇଛନ୍ତି । ସିରିଆରେ ୪ ହଜାର ୪୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ହଜାର ୨୯୭ଜଣ ଆହତ ହୋଇଛନ୍ତ ।

Leave a Reply