Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାଙ୍ଗିଲା ସୂର୍ଯ୍ୟର ଏକ ବଡ଼ ଅଂଶ ସୃଷ୍ଟି ହେଲା ବାଷ୍ପୀୟ ଭଉଁରୀ, ବିଶେଷଜ୍ଞ ଆଶ୍ଚର୍ଯ୍ୟଚକିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାଙ୍ଗିଲା ସୂର୍ଯ୍ୟର ଏକ ବଡ଼ ଅଂଶ ସୃଷ୍ଟି ହେଲା ବାଷ୍ପୀୟ ଭଉଁରୀ, ବିଶେଷଜ୍ଞ ଆଶ୍ଚର୍ଯ୍ୟଚକିତ

ୱାଶିଂଟନ୍ : ସୋଲାର ସିଷ୍ଟମ୍ର ସର୍ବବୃହତ୍ ଗ୍ରହାଣୁପୁଞ୍ଜ ସୂର୍ଯ୍ୟପୃଷ୍ଠରେ କିଛି ଆକସ୍ମିକ ଘଟଣା ଘଟୁଥିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ସୂର୍ଯ୍ୟ ଠାରୁ ଏକ ବୃହତ୍ ଅଂଶ ବିଭାଜିତ ହୋଇଥିବା ବେଳେ ଏହା ଏବେ ଏକ ବିଶାଳ ଭଉଁରି ସୃଷ୍ଟି କରିଛି । ସୂର୍ଯ୍ୟର ପରିକ୍ରମା କରୁଥିବା ଏହି ଭଗ୍ନାବଶେଷଟିକୁ ନେଇ ପୃଥିବୀ ପ୍ରତି ଆଗାମୀ ଦିନରେ ମହାବିପଦର ଆଶଙ୍କା ମଧ୍ୟ କରାଯାଉଛି । ତେବେ ସୋଲାର ସିଷ୍ଟମ୍ରେ ଏପ୍ରକାର ବିରଳ ଘଟଣାକୁ ଦେଖି ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟଚକିତ ହୋଇପଡିଛନ୍ତି । ଏହି ସମସ୍ତ ଘଟଣାକ୍ରମକୁ ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସାର ଜେମ୍ସ ୱେବ୍ ଟେଲିସ୍କୋପ୍ ରେକର୍ଡ କରିଥିବା ବେଳେ ଏହା ଏବେ ନାସା ବୈଜ୍ଞାନିକ ଟିମ୍ଙ୍କ ପାଖରେ ପହଞ୍ଚôଛି । ଅନ୍ୟପକ୍ଷେ ସୂର୍ଯ୍ୟ ପୃଷ୍ଠରେ ଘଟୁଥିବା ଏହି ମହାଜାଗତିକ ଦୃଶ୍ୟର ଏକ କ୍ଲିପ୍କୁ ଅନ୍ତରୀକ୍ଷ ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରୁଥିବା ଡକ୍ଟର ତମିତା ସ୍କୋଭ ତାଙ୍କ ଟ୍ୱିଟର୍ ହ୍ୟାଣ୍ଡେଲ୍ରେ ଗତ ସପ୍ତାହରେ ସେୟାର କରିଥିବା ବେଳେ ଏହାକୁ ମିଲିଅନ୍ ମିଲିଅନ୍ ଲୋକେ ଦେଖିସାରିଛନ୍ତି । ନାସା ବିଶେଷଜ୍ଞଙ୍କ ଅନୁସାରେ ନିଶ୍ଚିତ ଭାବେ ଏହା ଚିନ୍ତାଜନକ । ସୂର୍ଯ୍ୟଙ୍କ ଉତ୍ତର ଧ୍ରୁବ ନିକଟରେ ଏହି ମହାଜାଗତିକ ଘଟଣା ଘଟିଛି । ସୂର୍ଯ୍ୟ ପୃଷ୍ଠର ଏକ ବିଶାଳ ଅଂଶ ସୂର୍ଯ୍ୟ ପୃଷ୍ଠଭାଗରୁ ପୃଥକ୍ ହୋଇଯାଇଥିବା ବେଳେ ଏକ ବିଶାଳ ଭଉଁରି ସୃଷ୍ଟି ହୋଇଛି । ତେବେ ଏହା ଉପରେ ଏବେ ବିସ୍ତୃତ ବିଶ୍ଳେଷଣ କରାଯାଉଛି । ୨୪ଘଣ୍ଟା କାଳ ସୂର୍ଯ୍ୟଙ୍କ ଉପରେ ନଜର ରଖାଯାଇଛି । ଖୁବଶୀଘ୍ର ଏସମ୍ପର୍କରେ ଅଧିକ ତଥ୍ୟ ଓ କାରଣ ସାମ୍ନାକୁ ଆସିବ ବୋଲି ବିଶେଷଜ୍ଞମାନେ ଆଶ୍ୱସ୍ତ କରିଛନ୍ତି । ବିଶେଷଜ୍ଞଙ୍କ କହିବା କଥା ସୂର୍ଯ୍ୟ ପୃଷ୍ଠରୁ ସୌର ପ୍ରଜ୍ୱଳନ ଏକ ବୃହତମ ଉଜ୍ଜ୍ୱଳ ବୈଶିଷ୍ଟ୍ୟ ଅଟେ । ଅତୀତରେ ଏପରି ଅନେକ ଘଟଣା ଘଟିଛି । ପ୍ରକାଶ, ସୂର୍ଯ୍ୟଙ୍କ ସୋଲାର ଫ୍ଲେୟାର ଉତ୍ସର୍ଜନ ବା ସୌର ବିସ୍ଫୋରଣ ସମ୍ପର୍କିତ ଖବର ପ୍ରତିଦିନ ଆସିବାରେ ଲାଗିଛି । ଏଥିଯୋଗୁ ଗତବର୍ଷ ପୃଥିବୀରେ ସଞ୍ଚାର ପ୍ରଣାଳୀ ଅନେକ ଥର ପ୍ରଭାବିତ ମଧ୍ୟ ହୋଇଥିଲା । ତେବେ ଏପ୍ରକାର ସୂର୍ଯ୍ୟ ପୃଷ୍ଠରୁ ଏକ ଅଂଶ ପୃଥକ୍ ହେବା ଭଳି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।

Leave a Reply