Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଜାରକୁ ଆସିବ ପ୍ରଥମ ସ୍ୱଦେଶୀ କ୍ୟାନ୍ସର ଟିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଜାରକୁ ଆସିବ ପ୍ରଥମ ସ୍ୱଦେଶୀ କ୍ୟାନ୍ସର ଟିକା


ନୂଆଦିଲ୍ଲୀ :ଚଳିତ ମାସ ବଜାରକୁ ଆସିବ ସର୍ଭାଇକଲ୍ କ୍ୟାନ୍ସର୍ ବିରୋଧରେ ଭାରତରେ ପ୍ରସ୍ତୁତ ପ୍ରଥମ ଟିକା ସର୍ଭାଭାକ୍ । ସେରମ୍ ଇନ୍ଷ୍ଟିଚୁ୍ୟଟ୍ ଏହି ଟିକା ପ୍ରସ୍ତୁତ କରିଛି । ଦୁଇଟି ଡୋଜଯୁକ୍ତ ପ୍ରତ୍ୟେକ ଶିଶିର ମୂଲ୍ୟ ରହିବ ୨ ହଜାର ଟଙ୍କା । ଏହା ହେଉଛି ସର୍ଭାଇକଲ୍ କ୍ୟାନ୍ସର୍ ବିରୋଧରେ ପ୍ରଥମ ସ୍ୱଦେଶୀ ହୁ୍ୟମାନ୍ ପାପିଲୋମାଭାଇରସ୍ (ଏଚ୍ପିଭି) ଟିକା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ଜାନୁଆରୀ ୨୪ ତାରିଖରେ ସେରମ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନାୱାଲା ଓ ଏହାର ଗଭର୍ନମେ ଆଣ୍ଡ ରେଗୁଲେଟୋରି ଆଫେୟାର୍ସର ନିଦେ୍ର୍ଦଶକ ପ୍ରକାଶ କୁମାର ସିଂହଙ୍କ ଉପସ୍ଥିତିରେ ଟିକା ଉନ୍ମୋଚନ କରିଥିଲେ । ଘରୋଇ ବଜାର ପାଇଁ ଏଚପିଭି ଟିକାର ମୂଲ୍ୟ ଉପଲବ୍ଧ ଅନ୍ୟ ଏଚପିଭି ଟିକା ଅପେକ୍ଷା ଖୁବ୍ କମ୍ ବୋଲି ପ୍ରକାଶ କୁମାର ସିଂହ କେନ୍ଦ୍ର ସ୍ୱ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଟିକା ·ହୁଁଥିବା ହସ୍ପିଟାଲ, ଡାକ୍ତର ଓ ସଂସ୍ଥାଗୁଡ଼ିକୁ ସେରମ୍ ଇନ୍ଷ୍ଟିଚୁ୍ୟଟ୍ ଚଳିତ ମାସରୁ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ସେ ଉଲ୍ଲେଖ କରିଛନ୍ତି । ଦେଶ ଏବେ ଏଚପିଭି ଟିକା ନିମନ୍ତେ ସମ୍ପୂର୍ଣ୍ଣ ରୂପେ ବିଦେଶୀ ସଂସ୍ଥା ଉପରେ ନିର୍ଭର କରୁଛି । ବର୍ତମାନ ଘରୋଇ ବଜାରରେ କେବଳ ଗୋଟିଏ ଏଚପିଭି ଟିକା ଅିମେରିକାନ୍ ମଲ୍ଟିନ୍ୟାସ୍ନାଲ ମର୍କର “ଗାର୍ଡାସିଲ୍’ ଉପଲବ୍ଧ ହେଉଛି । ଗୋଟିଏ ଡୋଜଯୁକ୍ତ ପୂର୍ବରୁ ସିରିଞ୍ଜରେ ଭର୍ତି ଏହି ଟିକାର ମୂଲ୍ୟ ୧୦, ୮୫୦ ଟଙ୍କା ।

Leave a Reply