Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାମ୍ମୁ-କାଶ୍ମୀରରେ ବିରଳ ଲିଥିୟମ ଧାତୁର ପ୍ରଚୁର ଭଣ୍ଡାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାମ୍ମୁ-କାଶ୍ମୀରରେ ବିରଳ ଲିଥିୟମ ଧାତୁର ପ୍ରଚୁର ଭଣ୍ଡାର



ନୂଆଦିଲ୍ଲୀ : ଭାରତରେ ପ୍ରଥମ ଥର ପାଇଁ ଲିଥିୟମ ଭଣ୍ଡାର ମିଳିଛି । କେନ୍ଦ୍ର ଶାସିତ ଅଂଚଳ ଜାମ୍ମୁ ଓ କଶ୍ମୀରରେ ପ୍ରାୟ ୫୯ ଲକ୍ଷ ଟନ୍ ଲିଥିଅମ ଗଚ୍ଛିତ ଥିବା ଜଣାପଡ଼ିଛି । ଏହାକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି,କାରଣ ବ୍ୟାଟେରି ତିଆରିରେ ଲିଥିୟମ ବ୍ୟବହାର କରାଯାଏ । ଜାମ୍ମୁ-କଶ୍ମୀରର ରିଆସି ଜିଲ୍ଲାର ସାଲାଲହମାନାଠାରେ ଭାରତୀୟ ଭୂତତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ଲିଥିୟମ ଭଣ୍ଡାରର ଆବିଷ୍କାର କରିଛି । ମହା ବିସ୍ଫୋରଣ ବା ବିଗ୍ ବ୍ୟାଙ୍ଗରୁ ବାହାରିଥିବା ସବୁଠାରୁ ହାଲୁକା ଧାତୁ ହେଉଛି ଲିଥିୟମ । ଏହା ଜଳ ସହିତ ଏକ ଜ୍ୱଳନଶୀଳ ପ୍ରତିକ୍ରିୟା ସୃଷ୍ଟି କରେ ଯାହା ଶକ୍ତି ଉତ୍ପାଦନ କରେ । ଲିଥିୟମ୍ ମୁଖ୍ୟତଃ ସିରାମିକ୍ ଏବଂ କାଚ ଉତ୍ପାଦ, ଗ୍ରୀସ୍, ଫାର୍ମାସ୍ୟୁଟିକାଲ କମ୍ପାଉଣ୍ଡ, ଏୟାର କଣ୍ଡିସନର ଏବଂ ଆଲୁମିନିୟମ ଉତ୍ପାଦନରେ ବ୍ୟବହୃତ ହୁଏ । ସର୍ବନିମ୍ନ ଘନତା ବିଶିଷ୍ଟ ଧାତୁ ହୋଇଥିବାରୁ, ଲିଥିୟମ୍ ପ୍ରତି କିଲୋଗ୍ରାମ ପିଛା ସର୍ବୋଚ୍ଚ ଶକ୍ତି ସଂରକ୍ଷଣ କ୍ଷମତା ପାଇଁ ଲିଥିୟମ ବ୍ୟାଟେରୀ ବ୍ୟବହାର କରାଯାଏ । ଲିଥିୟମ୍ କୌଣସି ବ୍ୟାଟେରିର ଓଜନ ଅପ୍ରତ୍ୟାଶିତ ଭାବରେ ହ୍ରାସ କରିଥାଏ । ଉଦାହରଣ ସ୍ୱରୂପ, ଟେସ୍ଲା କାର ୬୦୦ କିଲୋଗ୍ରାମ ଲିଥିୟମ୍- ଆୟନ ବ୍ୟାଟେରୀରେ ଚଳାଚଳ କରିପାରିବ । ଯଦି ଲେଡ୍-ଏସିଡ୍ ବ୍ୟାଟେରୀ ବ୍ୟବହାର ହୋଇଥାନ୍ତା, ତେବେ ଏଥିପାଇଁ ୪୦୦୦ କେଜି ଦରକାର । ଭାରତରେ ଏବେ ଇଲେକ୍ଟ୍ରିକ୍ କାର ବ୍ୟବହାର ବଢିଚାଲିଥିଲେ ବି ଭାରତ ଲିଥିୟମ ଆଇଅନ ବ୍ୟାଟେରି ବିଦେଶରୁ ଆମଦାନୀ କରୁଛି । ଏବେ ଭାରତରେ ଲିଥିୟମ ଭଣ୍ଡାର ମିଳିବା ପରେ ଭାରତ ବହୁମୂଲ୍ୟ ବୈଦେଶିକ ମୁଦ୍ରା ବଂଚାଇପାରିବ ।

Leave a Reply