Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି


ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁକ୍ରବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ପହଂଚିବେ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ସରିଛି । ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରା ଯିବା ସହ ଭୁବନେଶ୍ୱର ପୋଲିସ ଛାଉଣୀରେ ପରିଣତ ହୋଇଛି । ଗସ୍ତର ଦିନକ ପୂର୍ବରୁ ଆଜି ରାଷ୍ଟ୍ରପତିଙ୍କ କାରକେଡର ରିହଲସଲ କରା ଯାଇଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ଓଡିଶା ଗସ୍ତ ବେଳେ ବ୍ଲୁ ବୁକ ଏସଓପି ଅନୁସାରେ ତାଙ୍କର ସୁରକ୍ଷା ବ୍ୟବସ୍ଥା କରା ଯିବ । ସେ କହିଛନ୍ତି ଯେ ରାଷ୍ଟ୍ରପତି ଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନ ଗୁଡିକ ର ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଜଣେ ଜଣେ ଅତିରିକ୍ତ ଡିସିପି ରେଙ୍କ ଅଫିସର ରହିବେ । .ରାଜଭବନ ରେ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି । ଏଂଟ୍ରି ଓÿ ଏକ୍ସଜିଟି ପଏଂଟ ସିସିଟିଭି ସର୍ଭିଲାନ୍ସ ରେ ରଖାଯାଇଛି । ରାଷ୍ଟ୍ରପତି ଙ୍କ କାରକେଡ଼ ଇନଚାର୍ଜ ଜଣେ ଏସ ପି ରାଙ୍କର ଅଫିସର ରହିବେ । ୩୫ ଜଣ ଏସିପି ରାଙ୍କ ଅଧିକାରୀ, ୪୭ ଇନ୍ସପେକ୍ଟର ମୁତୟନ ରହିବେ । ୧୮୮ ଏସଆଇ ଓ ଏଏସଆଇଙ୍କ ସହ ୫୦ ହୋମଗାର୍ଡ ରହିବେ ବୋଲି ସେ ସେ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ୧୦ ତାରିଖ ସକାଳେ ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଁଚିବା ପରେ ପୂର୍ବାହ୍ନରେ ଉକôଳ ମଣ୍ଡପ ଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦାନ କରିବେ । ଅପରାହ୍ଣରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତନ ଉତ୍ସବରେ ଯୋଗଦେବେ । ୧୧ ତାରିଖ ସକାଳେ ରାଷ୍ଟ୍ରପତି ଶ୍ରୀ ଶ୍ରୀ ଲିଙ୍ଗରାଜମହାପ୍ରଭୁଙ୍କୁ ଦର୍ଶନ ସାରି ପୂର୍ବାହ୍ନରେ କଟକ ବିଦ୍ୟାଧରପୁରସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧିନସ୍ଥ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ୨ୟ ଜାତୀୟ ଧାନ କଂଗ୍ରେସର ସମ୍ମିଳନୀକୁ ଉଦଘାଟନ କରିବେ ।

Leave a Reply