Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ କମ୍ପାନିଙ୍କ ସହ ଏମଓୟୁ କରିପାବେନି ଭାରତୀୟ ଶିକ୍ଷାନୁଷ୍ଠାନ ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ କମ୍ପାନିଙ୍କ ସହ ଏମଓୟୁ କରିପାବେନି ଭାରତୀୟ ଶିକ୍ଷାନୁଷ୍ଠାନ !


ନୂଆଦିଲ୍ଲୀ : ବିଶ୍ୱର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚୀନ ଗୁପ୍ତଚରଙ୍କ ଅନୁପ୍ରବେଶ ଆମେରିକା ଓ ଅନ୍ୟ ଦେଶମାନଙ୍କୁ ଚିନ୍ତିତ କରିଛି । ଚୀନ ନିଜର କନଫୁସିଅସ ଇନଷ୍ଟିଚ୍ୟୁଟ ମାଧ୍ୟମରେ ଶିକ୍ଷାନୁଷ୍ଠାନମାନଙ୍କ ସହ ସହବନ୍ଧନ କରି ଅନୁପ୍ରବେଶ କରୁଥିବା ଅଭିଯୋଗ ହେଉଛି । ଚୀନ ନିଜର ଟେକନଲୋଜୀ କମ୍ପାନିମାନଙ୍କ ମାଧ୍ୟମରେ ସମଗ୍ର ବିଶ୍ୱରେ ଏକ ଗୁପ୍ତଚର ରାକେଟ ଚଳାଉଥିବା ଅଭିଯୋଗ ହେଉଛି । ଏହା ପରେ ଭାରତ ସରକାର ସତର୍କ ହୋଇଯାଇଛନ୍ତି । ଏହାକୁ ରୋକିବାକୁ କେନ୍ଦ୍ର ସରକାର ଶିକ୍ଷାନୁଷ୍ଠାନ ବିଶେଷକରି ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କୁ କେତେକ ନିଦେ୍ର୍ଦଶ ଜାରି କରିବାକୁ ବିଚାର କରୁଛନ୍ତି । ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନ କମ୍ପାନିମାନଙ୍କ ସହ ସହବନ୍ଧନ ପାଇଁ ଭାରତୀୟ ଶିକ୍ଷାନୁଷ୍ଠାନମାନଙ୍କୁ ବାରଣ କରାଯିବ । ବିଶେଷକରି ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କୁ ଚୀନ କମ୍ପାନିମାନଙ୍କ ସହ କୌଣସି ପ୍ରକାରର ସହବନ୍ଧନ କରିବା ଉପରେ କଟକଣା ଲଗାଯାଇପାରେ । ଏହାଛଡ଼ା ଚୀନ କମ୍ପାନିମାନଙ୍କ ସହ କୌଣସି ପ୍ରକାରର ବୁଝାମଣା ପତ୍ରରେ ସ୍ୱାକ୍ଷର କରିବା ପୂର୍ବରୁ ଉକ୍ତ ଚୀନ କମ୍ପାନି ଉପରେ ଭଲ ଭାବରେ ଅଧ୍ୟୟନ କରିବାକୁ ନିଦେ୍ର୍ଦଶ ଦିଆଯିବ । ପୁଣି ଏପରି କୌଣସି ଏମଓୟୁ କରିବା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମତି ନେବାକୁ କୁହାଯାଇଛି । ଆଇଆଇଟି ଦିଲ୍ଲୀର ଜଣେ ପ୍ରଫେସର କହିଛନ୍ତି ଯେ ପୂର୍ବରୁ ବି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସମାନ ପରାମର୍ଶ ଜାରି କରାଯାଇଥିଲା । ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ସହିତ ଜଡ଼ିତ ଥିବାରୁ ସରକାର ଏଥର ଅଧିକ ସତର୍କ ହୋଇଛନ୍ତି ।

Leave a Reply