Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସପ୍ତାହେ ଧରି ଅନ୍ଧାରରେ ପିଓକେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସପ୍ତାହେ ଧରି ଅନ୍ଧାରରେ ପିଓକେ


ପାକିସ୍ତାନ କବଜାରେ ଥିବା କାଶ୍ମୀର ଏବଂ ଗିଲଗିଟ୍ ବାଲ୍ଟିସ୍ତାନରେ ଖାଦ୍ୟାନ୍ନର ଅଭାବ ମଧ୍ୟରେ ଏବେ ବିଜୁଳି ସଂକଟ ଭୟଙ୍କର ହୋଇଛି । ପାକିସ୍ତାନର ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଗିଲଗିଟ୍ ସହରର ଅନେକ ଅଂଚଳରେ ଗତ ଏକ ସପ୍ତାହ ଧରି ବିଜୁଳି ନାହିଁ । ସରକାରଙ୍କ ବିରୋଧରେ ଏବେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନ ଯୋଗୁଁ ଅନେକ ସହରରେ ଯାତାୟାତର ଠପ ହୋଇଯାଇଛି । ପାକିସ୍ତାନୀ ମିଡିଆ ଅନୁସାରେ ବିଜୁଳି ସେବା ସ୍ୱଭାବିକ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପ୍ରଦର୍ଶନକାରୀ ଚେତାବନୀ ଦେଇଛନ୍ତି । ଏହାସହ ରାଜପଥ ଗୁଡିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ପ୍ରଦର୍ଶନରେ ସାମିଲ ସ୍ଥାନୀୟ ଲୋକମାନେ ପାକିସ୍ତାନ ସେନା ଉପରେ ମଧ୍ୟ ଅନେକ ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଅଂଚଳରେ ପାକିସ୍ତାନ ସେନା ବଡ଼ ଧରଣରେ ବେଆଇନ ଭାବେ ଜମି ଅଧିଗ୍ରହଣ କରିବା ସହ ଖଣିଜ ସମ୍ପଦକୁ କବଜା କରିଥିବା ପ୍ରଦର୍ଶନକାରୀ ଅଭିଯୋଗ ଆଣିଛନ୍ତି । ଆର୍ଥିକ କରିଡୋର ନାଁରେ ଚୀନ ଏବଂ ପାକିସ୍ତାନର ବ୍ୟବସାୟୀ ସଂସ୍ଥା ଗୁଡିକ ଏହି ଅଂଚଳର ଖଣିଜ ସମ୍ପଦ ଗୁଡିକୁ ଲୁଟୁଛନ୍ତି । ଦ ଟାଇମ୍ସ ଅଫ୍ ଇସ୍ରାଏଲ ଅନୁସାରେ, ଗିଲଗିଟ୍ ବାଲ୍ଟିସ୍ତାନରେ ସେନା ଦ୍ୱାରା ଜମି ଅକ୍ତିଆରକୁ ନେଇ ଲୋକମାନେ ପ୍ରଶାସନ ଏବଂ ସଂଘୀୟ ସରକାରର ବିରୋଧ କରୁଛନ୍ତି ।

Leave a Reply