Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତୁର୍କୀକୁ ଭାରତର ସହଯୋଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତୁର୍କୀକୁ ଭାରତର ସହଯୋଗ


ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ବିନାଶକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବର୍ତମାନ ସୁଦ୍ଧା ୧୦ ହଜାରରେ ପହଁଚିଛି । ଏହି ଦୁଃଖର ସ୍ଥିତିରେ ନାଟୋର ସମସ୍ତ ୩୦ ସଦସ୍ୟ ଦେଶ ନିଜ ନିଜର ପତାକାକୁ ଅର୍ଦ୍ଧନମିତ କରିବା ପାଇଁ ନିଷ୍ପତି ନେଇଛନ୍ତି । ବ୍ରସେଲ୍ସରେ ନାଟୋର ମୁଖ୍ୟାଳୟରେ ମଧ୍ୟ ପତାକା ଅର୍ଦ୍ଧନମିତ କରାଯାଇଛି । ଅନ୍ୟପଟେ ଭାରତ ମଧ୍ୟ ସହଯୋଗର ହାତ ବଢାଇଛି । ଭାରତୀୟ ବାୟୁ ସେନା ଏବଂ ଏନଡିଆରଏଫ ଟିମ ତୁର୍କୀରେ ପହଁଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ନାଟୋ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, ଆମ ସହଯୋଗୀ ତୁର୍କୀ ସହ ଏକତା ପ୍ରଦର୍ଶନ କରାଇବା ପାଇଁ ନାଟୋ ମୁଖ୍ୟାଳୟରେ ସମସ୍ତ ପତାକା ଆଜି ଅର୍ଦ୍ଧନମିତ କରାଯାଇଛି । ତୁର୍କୀକୁ ସହଯୋଗ କରିବା ପାଇଁ ନାଟୋ ମଧ୍ୟ ନିଜର ଟିମକୁ ପଠାଇଛି । ନାଟୋ ଅନୁସାରେ, ୨୦ରୁ ଅଧିକ ନାଟୋ ଦେଶର ୧୪୦୦ରୁ ଅଧିକ କର୍ମୀ ତୁର୍କୀରେ ନିୟୋଜିତ ହାଇଛନ୍ତି । ଭୂକମ୍ପ ପରେ ଜାରି ସଂକଟର ମୁକାବିଲା ପାଇଁ ତୁର୍କୀ ଏବଂ ସିରିଆକୁ ଭାରତ ନିଜର ସମର୍ଥନ ଜଣାଇଛି । ଏନଡିଆରଏଫ ଟିମକୁ ନେଇ ଭାରତୀୟ ବାୟୁ ସେନାର ସି-୧୭ ବିମାନ ତୁର୍କୀରେ ପହଁଚିଛି । ଏହାସହ ଭାରତ ପ୍ରାୟ ୬.୫ ଟନ୍ ଜରୁରୀ ସାମଗ୍ରୀ ମଧ୍ୟ ତୁର୍କୀ ଏବଂ ସିରିଆ ପଠାଇଛି । ଏଥିରେ ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ମଧ୍ୟ ସାମିଲ ରହିଛି ।

Leave a Reply