Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଦ୍ୱତ ପରିଷଦ ଆଲୋଚନା ଚକ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଦ୍ୱତ ପରିଷଦ ଆଲୋଚନା ଚକ୍ର


ଆଠମଲ୍ଲିକ:ଜାତୀୟ ଶିକ୍ଷାନୀତି ୨୦୨୦ ଓ ଭାରତୀୟ ଜ୍ଞାନ ପରମ୍ପରା ଉପରେ ବୁଦ୍ଧିଜୀବୀ ମାନଙ୍କୁ ନେଇ ଆଠମଲ୍ଲିକ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ଗିରିଶ ଚନ୍ଦ୍ର ବଡ଼ମାଳୀଙ୍କ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ପରିଷଦର ଓଡିଶା ପ୍ରାନ୍ତ ସଂଯୋଜକ ଅଶ୍ୱିନୀ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଜାତୀୟ ଶିକ୍ଷାନୀତି ୨୦୨୦ ରେ ଆଗାମୀ ପିଢ଼ି ସ୍ୱାବଲମ୍ବୀ ହେବା ସହିତ ପ୍ରତ୍ୟେକ ନାଗରିକଙ୍କ ମନରେ ଜାତୀୟତା ଭାବ ଉଦ୍ରେକ ହେବବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବରେ ଶିଶୁ ମନ୍ଦିରର ଜିଲ୍ଳା ବିଦ୍ୟାଳୟ ନିରୀକ୍ଷକ ବିରଚିଂ ନାରାୟଣ ମହାପାତ୍ର, ଶିଶୁ ମନ୍ଦିରର ପ୍ରତିଷ୍ଠାତା ସଭ୍ୟ ସୁଧୀର କୁମାର ମିଶ୍ର ପ୍ରମୁଖ ଯୋଗଦେଇ ନୂତନ ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ସହରର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ରୁଦ୍ରମୋହନ ହୋତା ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ଦେଇଥିବାବେଳେ ବିଦ୍ୟା ମନ୍ଦିର ବିଭାଗର ପର୍ଯ୍ୟାୟ ପ୍ରମୁଖ ରବୀନ୍ଦ୍ର କୁମାର ଥାଟି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply