Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତକୁ ଆସୁଥିବା ୧୯୦ ହିନ୍ଦୁଙ୍କୁ ସୀମାରେ ଅଟକାଇଲା ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତକୁ ଆସୁଥିବା ୧୯୦ ହିନ୍ଦୁଙ୍କୁ ସୀମାରେ ଅଟକାଇଲା ପାକିସ୍ତାନ


ନୂଆଦିଲ୍ଲୀ : ପାକିସ୍ତାନରେ ଧର୍ମ ଭିତିରେ ଭେଦଭାବ ଓ ଅତ୍ୟାଚାରର ସମ୍ମୁଖୀନ ହେଉଥିବା ସଂଖ୍ୟାଲଘୁ ହିନ୍ଦୁମାନେ ସୁଯୋଗ ପାଇଲେ କିପରି ଭାରତକୁ ଆସିବେ ସେହି ଚିନ୍ତାରେ ରହୁଛନ୍ତି । କିଛି ଲୋକ ଭାରତ ଆସିବାକୁ ସକ୍ଷମ ହେଉଥିବାବେଳେ ଆଉ କିଛି ଲୋକଙ୍କୁ ଭାଗ୍ୟ ସାଥ୍ ଦିଏ ନାହିଁ । ଫେବୃଆରୀ ୭ ତାରିଖ ଦିନ ଭାରତ ଆସିବା ବେଳେ ୧୯୦ ଜଣ ହିନ୍ଦୁଙ୍କୁ ପାକିସ୍ତାନର ଅଧିକାରୀ ଓ ସୁରକ୍ଷାକର୍ମୀମାନେ ୱାଘା ସୀମାରେ ଅଟକାଇଥିଲେ । ସେମାନେ ସିନ୍ଧ ପ୍ରଦେଶର ଅଧିବାସୀ ବୋଲି ଜଣାପଡ଼ିଛି । ଏହି ୧୯୦ ଜଣଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିଲେ । ସେମାନଙ୍କ ପାଖରେ ଧାର୍ମିକ ଭିସା ଥିଲା, ଏହା ସତ୍ୱେ ତାଙ୍କୁ ଭାରତକୁ ଛଡ଼ାଯାଇଥିଲା । କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ସେମାନେ ଭାରତକୁ ଯାଉଛନ୍ତି ତାହା ସଂପର୍କରେ ସେମାନେ କୌଣସି ସନ୍ତୋଷଜନକ ଉତର ଦେଇନଥିଲେ ବୋଲି ପାକିସ୍ତାନ ଅଧିକାରୀମାନେ କହିଛନ୍ତି । ପାକିସ୍ତାନରେ ହିନ୍ଦୁମାନେ ଅତ୍ୟାଚାରର ସମ୍ମୁଖୀନ ହେଉଥିବାରୁ ସେମାନେ ଭାରତ ପଳାଇଆସୁଛନ୍ତି । ଧାର୍ମିକ ଭିସା ନେଇ ସେମାନେ ଭାରତକୁ ଆସି ଆଉ ଫେରୁନଥିବା କୁହାଯାଉଛି । ସେମାନେ ରାଜସ୍ଥାନ, ଦିଲ୍ଲୀ ଆଦି ସ୍ଥାନରେ ଶରଣାର୍ଥୀ ଭାବେ ରହୁଛନ୍ତି । ହିନ୍ଦୁମାନେ ପାକିସ୍ତାନ ଜନସଂଖ୍ୟାର ମାତ୍ର ୧.୧୮ ପ୍ରତିଶତ ବା ମୋଟ ପ୍ରାୟ ୨୨ ଲକ୍ଷ ୧୦ ହଜାର ହୋଇଥିବାବେଳେ ସେମାନେ ମୁଖ୍ୟତଃ ଗରିବ ଶ୍ରେଣୀର । ଏହି ହିନ୍ଦୁ ଜନସଂଖ୍ୟାର ଅଧିକାଂଶ ଭାଗ ସିନ୍ଧ ପ୍ରଦେଶରେ ଅଛନ୍ତି ।

Leave a Reply