Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୁଗୁଲ୍ ତିଆରି କଲା ‘ଗୀତା-ଜିପିଟି’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୁଗୁଲ୍ ତିଆରି କଲା ‘ଗୀତା-ଜିପିଟି’

ହାଇଦ୍ରାବାଦ : କୁହାଯାଏ ମାନବ ସମ୍ମୁଖୀନ ହେଉଥିବା ସବୁ ସମସ୍ୟାର ସମାଧାନ ଶ୍ରୀମଦ୍ ଭଗବତ୍ ଗୀତାରେ ରହିଛି । ଯୁଗ ଯୁଗ ଧରି ସନାତନ ଧର୍ମର ଏହି ଅମୂଲ୍ୟ ରନô ମାନବକୁ ପଥ ଦେଖାଇଆସିଛି । ଆଜିର ବୈଜ୍ଞାନିକ ଯୁଗରେ ବି ମାନବ ସମସ୍ୟାର ସମାଧାନ ପାଇଁ ମଣିଷ ଗୀତାର ସହାୟତା ନେଉଛି । ଗୁଗୁଲ ପକ୍ଷରୁ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)କୁ ବ୍ୟବହାର କରି ଏକ ଚାଟବଟ୍ ବିକଶିତ କରିଛି । ଏହାର ନାଁ ରହିଛି ଗୀତା-ଜିପିଟି । ସମଗ୍ର ଭଗବତ୍ ଗୀତାର ଜ୍ଞାନକୁ ନେଇ ଏହି ଚାଟବଟ ବିକଶିତ ହୋଇଛି । ଏହାକୁ ବିକଶିତ କରିଛନ୍ତି ଗୁଗୁଲର ଇଂଜିନିୟର ସୁକୁରୁ ସାଇ ବିନିତ୍ । କୌଣସି ସମାଧାନ ପାଇଁ ଗୀତାର ମାର୍ଗଦର୍ଶନ ଆବଶ୍ୟକ ହେଲେ ଲୋକମାନେ ଏହି ଚାଟବଟକୁ ପ୍ରଶ୍ନ ପଚାରି ପାରିବେ । ପ୍ରଶ୍ନ ପାଇବା ପରେ ଚାଟବଟ୍ ଭଗବତ ଗୀତାର ଶ୍ଲୋକମାନଙ୍କ ଅଧ୍ୟୟନ କରି ତା ମଧ୍ୟରୁ ସମସ୍ୟାର ସମାଧାନ ପ୍ରଦାନ କରିବ । ଏହା ସହିତ ସେହି ସମସ୍ୟାର ସମାଧାନ ଗୀତାର କେଉଁ ଶ୍ଲୋକରେ ରହିଛି ତାହା ମଧ୍ୟ ଦର୍ଶାଇଦେବ । ଉଦାହରଣସ୍ୱରୂପ, ଜଣେ ଯଦି କିପରି ଶାନ୍ତି ପାଇପାରିବେ ସେ ସମ୍ପର୍କରେ ପ୍ରଶ୍ନ ପଚାରନ୍ତି ତେବେ ଗୀତା-ଜିପିଟି ତତସଂପର୍କିତ ମୂଳ ଶ୍ଲୋକ ଓ ତାହାର ବ୍ୟାଖ୍ୟା ମଧ୍ୟରୁ ସମାଧାନଟି ଖୋଜିବ ଓ ତାହାକୁ କିପରି ଜୀବନରେ ପ୍ରୟୋଗ କରିହେବ ତାହା ଜଣାଇଦେବ ।

Leave a Reply