Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦ ହଜାର ଦେଇ ସୀମା ପାର କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ: ୪୦ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦ ହଜାର ଦେଇ ସୀମା ପାର କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ: ୪୦ଗିରଫ

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରା ଜିଲାରେ ହୋଇଥିବା ଚଢ଼ାଉରେ ବହୁ ସଂଖ୍ୟାରେ ବାଂଲାଦେଶୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଗୁପ୍ତଚର ଏଜେନ୍ସିର ସୂଚନା ଉପରେ କାର୍ଯ୍ୟ କରିଥିଲା । ଜଣେ ବ୍ୟକ୍ତିଙ୍କ ଅନୁଯାୟୀ ଏହି ସୀମା ପାର ହେବା ପାଇଁ ସେମାନଙ୍କଠାରୁ ୧୫ରୁ ୨୦ ହଜାର ଟଙ୍କା ନିଆଯାଉଛି । ପୋଲିସ ସେମାନଙ୍କୁ ଅଧିକ ପଚରାଉଚରା କରୁଛି । କିଛି ବାଂଲାଦେଶୀ ପରିବାର ସିକନ୍ଦର ପୋଲିସ ଷ୍ଟେସନ ଅଞ୍ଚଳର ସେକ୍ଟର – ୧୪ ରେ ଥିବା ଖାଲି ଜମିରେ ବସ୍ତିରେ ରହୁଥିଲେ । ଗୁପ୍ତଚର ସଂସ୍ଥାର ସୂଚନା ଅନୁଯାୟୀ ରବିବାର ଏଠାରେ ପୋଲିସ ଚଢ଼ାଉ କରିଛି । ଏହି ସମୟରେ ପୋଲିସ ୧୫ଜଣ ପୁରୁଷ ଏବଂ ୧୩ ଜଣ ମହିଳାଙ୍କୁ ଗିରଫ କରିଛି । ସେମାନଙ୍କ ସହିତ, ୧୨ ବର୍ଷରୁ ଅଧିକ ୪ ପିଲା ଏବଂ ୩ ମାସରୁ ୮ ବର୍ଷ ପର୍ଯ୍ୟନ୍ତ ୮ ପିଲା ଅଛନ୍ତି । ତଦନ୍ତ ବେଳେ ପୋଲିସ ଏହି ଲୋକଙ୍କ ମଧ୍ୟରୁ ଆଧାର କାର୍ଡ, ପାନ କାର୍ଡ ଏବଂ ଭିଜା ମଧ୍ୟ ଜବତ କରିଛି । ଅନୁସନ୍ଧାନ ବେଳେ ଜଣାପଡିଛି ଯେ ଏହି ସମସ୍ତ ଲୋକ ବାଂଲାଦେଶ ସୀମା ପାର କରି ଭାରତରେ ଅନୁପ୍ରବେଶ କରିଛନ୍ତି । ବିହାର ଦେଇ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି । ବିହାରରୁ ଆସୁଥିବାବେଳେ ସେ ଜଣେ ବ୍ୟକ୍ତିଙ୍କୁ କଣ୍ଟ୍ରୋକ୍ଟରକୁ ସୀମା ପାର କରିବା ପାଇଁ ୧୫ ରୁ ୨୦ ହଜାର ଟଙ୍କା ଦେଇଥିବା କହିଛନ୍ତି । ଗିରଫ ବାଂଲାଦେଶୀମାନଙ୍କୁ ମଧ୍ୟ ଗୁପ୍ତଚର ଏଜେନ୍ସି ଅଧିକାରୀ ପଚରାଉଚରା କରୁଛନ୍ତି । ତାଙ୍କ ଭାରତ ଆସିବା ପଛରେ ଅନ୍ୟ କୌଣସି ଉଦେ୍ଦଶ୍ୟ ଅଛି କି ନାହିଁ, ଏ ସମ୍ପର୍କରେ ସୂଚନା ମଧ୍ୟ ଖୋଜାଯାଉଛି । ସେମାନଙ୍କୁ ଆଧାର କାର୍ଡ ଏବଂ ପାସପୋର୍ଟ କିଏ ଦେଇଛି ସେ ନେଇ ତଦନ୍ତ ଜାରି ରହିଛି । ଷ୍ଟେସନ ଦାୟିତ୍ୱରେ ଥିବା ଆନନ୍ଦ କୁମାର ଶାହି କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Leave a Reply