Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନ୍ୟାୟ ଅପେକ୍ଷାରେ ମୁକେଶ ଜୈନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନ୍ୟାୟ ଅପେକ୍ଷାରେ ମୁକେଶ ଜୈନ

ଟାଙ୍ଗୀ-ଚୌଦ୍ୱାର: ଗତ ବର୍ଷ ସୋସିଆଲ ମିଡ଼ିଆ ଖବର ପ୍ରକଶକୁନେଇ ଓଡିଶା ପୋଲିସ ଦାରାସେନା ରାଷ୍ଟୀୟ ସଭାପତି ମୁକେଶ ଜୈନଙ୍କୁ ଗୋଟିଏ ଘଟଣାକୁ ଚାରୋଟି ପୃଥକ ପୃଥକ କେଶ କରି ଓଡିଶାର ବାଲେଶ୍ୱର କାରାଗାରରେ ଚଉଦ ମାସ ରଖାଯାଇଥିଲା । ଏହାଦ୍ୱାରା ମୁକେଶଙ୍କ ମନରେ ଗଭୀର ଆଘାତ ଲାଗିବା ସହ ତାଙ୍କର ମାନ ସଂମ୍ମାନ ପ୍ରତି ଆଞ୍ଚ ଆସିଥିଲା । ଏହାକୁ ନେଇ ସେ କୋର୍ଟ ଦ୍ୱାରସ୍ତ ହୋଇଛନ୍ତି । ତାଙ୍କର ଅଭିଯୋଗକ୍ରମେ ତାଙ୍କୁ ଜାଣି ଶୁଣି କଟକ କୋର୍ଟରେ ଚକ୍ରାନ୍ତ କରି ନ୍ୟାୟ ପ୍ରଦାନରେ ବିଳମ୍ବ କରାଯାଉଛି । ତାଙ୍କ ପ୍ରତି ଅନ୍ୟାୟ କରାଯାଉଛି ଏବଂ ଜାଣି ଶୁଣି ଗୋଟିଏ ଘଟଣାରେ ଚାରୋଟି ମାକଦମା ଚଲାଇ ତାଙ୍କ ଆର୍ଥôକ ଅବସ୍ଥା ଶୋଚନୀୟ କରାଯାଉଛି । ସେଥିପାଇଁ ସେ ରାଜ୍ୟପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆଜି ତାଙ୍କ କେଶର ଶୁଣାଣିରେ କୋର୍ଟ ତାଂକ ପକ୍ଷ ଶୁଣିବା ପରେ ତାଂକ ପ୍ରତି ଅନ୍ୟାୟ ହେଇଛି ଏବଂ ସରକାରୀ ଓକିଲ ଚଳିତ ମାସ ୧୭ରେ ଉପସ୍ଥିତ ରହି ତାଙ୍କ ପକ୍ଷ ରଖୁବାକୁ ନିର୍ଦେଶ ଦେଇଛନ୍ତି । ତାଙ୍କ କେଶ ଲଢ଼ିବାକୁ କୌଣସି ଓକିଲ ଆଗ୍ରହ ନ ରଖି ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଓକିଲମାନେ ଲୁଟି ସାରିଲେଣି ସେଥିପାଇଁ ସେ ନିଜ କେଶ ନିଜେ ଲଢୁଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Leave a Reply