Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଭୁ ରାମଙ୍କ ପ୍ରତିମୂର୍ତି ପାଇଁ ମାତା ସୀତାଙ୍କ ଦେଶରୁ ଆସିଛି ଶାଳଗ୍ରାମ ଶିଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଭୁ ରାମଙ୍କ ପ୍ରତିମୂର୍ତି ପାଇଁ ମାତା ସୀତାଙ୍କ ଦେଶରୁ ଆସିଛି ଶାଳଗ୍ରାମ ଶିଳା


ନୂଆଦିଲ୍ଲୀ: ଅଯୋଧ୍ୟାରେ ପହଁଚିଲା ଶାଳଗ୍ରାମ ଶିଳା । ପ୍ରଭୁ ରାମଙ୍କ ପ୍ରତିମୂର୍ତି ପାଇଁ ମାତା ସୀତାଙ୍କ ଦେଶରୁ ଆସିଛି ଶାଳଗ୍ରାମ ଶିଳା । ନେପାଳରୁ ଆସିଥିବା ଏହି ବିରଳ ଶାଳଗ୍ରାମ ଶିଳାରେ ହେବ ରାମଲାଲାଙ୍କ ମୂର୍ତି । ନେପାଳର ଜନକପୁରୀ ଗଣ୍ଡକି ନଦୀରୁ ଏହି ଦୁଇ ବିରାଟ ଶିଳା ଅଣାଯାଇଛି । ସେହିଠାରେ ରୁଦ୍ରାଭିଷେକ କରାଯାଇ ଶିଳାକୁ ଦୁଇଟି ଟ୍ରକରେ କଡ଼ା ସୁରକ୍ଷା ମଧ୍ୟରେ ନେପାଳରୁ ଶାଳଗ୍ରାମ ଶିଳାକୁ ୨ଟି ଟ୍ରକରେ ଅଣାଯାଇଛି । ଏହି ଶିଳା ଅଯୋଧ୍ୟାରେ ପହଁଚିବା ପରେ ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ନେପାଳରୁ ବିହାର ଦେଇ ଉତରପ୍ରଦେଶରେ ପହଂଚାଯାଇଥିଲା ଏହି ଶାଳଗ୍ରାମ ଶିଳା । ଏହାପରେ ଗୋରଖପୁର ଦେଇ ଅଯୋଧ୍ୟାରେ ପହଁଚିଛି ଶାଳଗ୍ରାମ ଶିଳା । ଶାଳଗ୍ରାମ ଶିଳା ଅଣାଯିବା ସମୟରେ ରାସ୍ତାରେ ଭବ୍ୟ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି । ଜୟ ଶ୍ରୀରାମ କହି ଶହ ଶହ ପୁରୁଷ ମହିଳା ଏହି ଶିଳାର ଦର୍ଶନ କରୁଛନ୍ତି । ନେପାଳର ପୁଣ୍ୟୋତୟା ଗଣ୍ଡକି ନଦୀରୁ ମିଳିଥିବା ଏହି ଶାଳଗ୍ରାମ ଶିଳା ୬ କୋଟି ବର୍ଷ ପୁରୁଣା । ଏହି ୨ ଶାଳଗ୍ରାମ ପ୍ରସ୍ତରରେ ନିର୍ମାଣ କରାଯିବ ଶ୍ରୀରାମଙ୍କ ବାଳରୂପ ଓ ମା’ ସୀତାଙ୍କ ପ୍ରତିମୂର୍ତି । ରାମଲାଲାଙ୍କ ମୂର୍ତି ୫ରୁ ସାଢ଼େ ୫ ଫୁଟ ହେବାକୁ ସ୍ଥିର ହୋଇଛି । ମୂର୍ତିର ଉଚ୍ଚତା ଏଭଳି ଭାବରେ ସ୍ଥିତ କରାଯାଇଛି ଯେ, ରାମନବମୀ ଦିନ ସୂର୍ଯ୍ୟଙ୍କ ପ୍ରଥମ କିରଣ ପ୍ରଥମେ ଶ୍ରୀରାମଙ୍କ ବାଳ ରୂପର ସିଧା ମଥାରେ ପଡ଼ିବ । ପୌରାଣିକ କଥା ଅନୁଯାୟୀ ମାତା ସୀତାଙ୍କ ଜନ୍ମଭୂମି ଜନକପୁରରରୁ ପବିତ୍ର ପଥର ଅଣାଯାଇଛି, ଯେଉଁଥିରେ ରାମଲାଲାଙ୍କ ପ୍ରତିମୂର୍ତି ନିର୍ମାଣ ହେବ ।

Leave a Reply