Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଝଟ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଝଟ୍କା

ଇସ୍ଲାମାବାଦ : ଆର୍ଥôକ ସଂକଟରେ ପଡ଼ିଥିବା ପାକିସ୍ତାନକୁ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ ମୁ୍ଦ୍ରାପାଣ୍ଠି (ଆଇଏମଏଫ) । ପାକିସ୍ତାନ ସରକାରଙ୍କ ପକ୍ଷରୁ ଆଇଏମଏଫ ନିକଟରେ ଦାଖଲ ଆବର୍ତ୍ତି ଋଣ ପରିଚାଳନା ଯୋଜନାକୁ ଅବାସ୍ତବ କହି ଖାରଜ କରିଦେଇଛି ଆଇଏମଏଫ । ଏହା ଫଳରେ ପାକିସ୍ତାନକୁ ମିଳିବାକୁ ଥିବା ଋଣ ପୁଣି ଥରେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ପାକିସ୍ତାନ ବିଦ୍ୟୁତ ବିଭାଗରେ ବ୍ୟାପକ ସଂସ୍କାର ଆଣିବା ସହ ସବସୀଡି କମାଇବାକୁ ଆଇଏମଏଫ ନିଦେ୍ର୍ଦଶ ଦେଇଛି । ଏହା ସହିତ ୟୁନିଟ ପିଛା ଦର ୧୨ ଟଙ୍କା ୫୦ ପଇସାକୁ ବୃଦ୍ଧି କରିବାକୁ ଆଇଏମଏପ ପାକିସ୍ତାନ ସରକାରଙ୍କୁ କହିଛି । ସୂଚନାଯୋଗ୍ୟ ଯେ ପାକିସ୍ତାନକୁ ଋଣ ପ୍ରଦାନ ପାଇଁ ଆଇଏମଏଫର ଏକ ବୈଷୟିକ ଦଳ ପାକିସ୍ତାନ ଗସ୍ତରେ ଅଛି ଓ ପାକିସ୍ତାନ ସରକାରଙ୍କ ଏହି ଋଣ ଅର୍ଥକୁ କିପରି ବିନିଯୋଗ କରାଯିବ ତାହାର ଅନୁଧ୍ୟାନ କରୁଛନ୍ତି । ଦେଶରେ ଟିକସ ବୃଦ୍ଧି ସହ ସବସୀଡି ହ୍ରାସ କରିବାକୁ ଆଇଏମଏଫ ପାକିସ୍ତାନ ସରକାରଙ୍କୁ ପରାମର୍ଶ ଦେଇଥିବାବେଳେ ପାକିସ୍ତାନ ସରକାର ଏହାକୁ ମାନିବାକୁ ଅମଙ୍ଗ ହେଉଛନ୍ତି । କାରଣ ଆସନ୍ତା ଅକ୍ଟୋବର ମାସରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଥିବାରୁ ଶାହବାଜ ସରକାର ଲୋକମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହିଁ । ସେପଟେ ଆଇଏମଏଫ ବି ନିଜ ଜିଦରେ ଅଟଳ ରହିଛି । ତେବେ ପାକିସ୍ତାନ ଆଇଏମଏଫ ଚାପ ଆଗରେ ନଇଁବା ଆରମ୍ଭ କରିଛି ବୋଲି ପାକିସ୍ତାନୀ ଗଣମାଧ୍ୟମ କହିଛି ।

Leave a Reply