Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତରେ ପ୍ରତି ୪ରୁ ୩ଜଣଙ୍କଠାରେ ରହିଛି ଭିଟାମିନ୍-ଡି’ର ଅଭାବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତରେ ପ୍ରତି ୪ରୁ ୩ଜଣଙ୍କଠାରେ ରହିଛି ଭିଟାମିନ୍-ଡି’ର ଅଭାବ

ନୂଆଦିଲ୍ଲୀ: ଭିଟାମିନ୍-ଡି’ର ଅଭାବ ନେଇ ଭାରତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଭାରତର ୭୬ପ୍ରତିଶତ ଲୋକଙ୍କଠାରେ ଭିଟାମିନ-ଡି’ର ଅଭାବ ରହିଥିବା ଏକ ବିସ୍ତୁତ ଗବେଷଣାରୁ ଜଣାପଡ଼ିଛି । ସୂଚନାଯୋଗ୍ୟ, ଭାରତର ପ୍ରାୟ ୨୭ଟି ସହରରେ ବାସ କରୁଥିବା ୨.୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ଟାଟା ଗ୍ରୁପ ଦ୍ୱାରା ଏହି ସର୍ଭେ କରାଯାଇଥିଲା । ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ, ଭିଟାମିନ- ଡି’ ଅଭାବରୁ ପ୍ରଭାବିତ ଲୋକଙ୍କ ବୟସ ୨୫ ବର୍ଷ କିମ୍ବା ତା’ଠାରୁ କମ୍ ରହିଛି । ଏହି ସର୍ଭେରେ ୭୯ପ୍ରତିଶତ ପୁରୁଷ ଏବଂ ପ୍ରାୟ ୭୫ ପ୍ରତିଶତ ମହିଳା ସାମିଲ ହୋଇଥିଲେ । ସୂଚନା ମୁତାବକ, ସୁରଟ ଏବଂ ବଡୋଦରାରେ ଭିଟାମିନ-ଡି’ର ଅଭାବ ଥିବା ଲୋକଙ୍କ ସଂଖ୍ୟା ଅଧିକ ବୋଲି ଗବେଷଣାରୁ ଜଣାପଡ଼ିଛି । ସୁରଟରେ ୮୮ପ୍ରତିଶତ ଏବଂ ବଡୋଦରାରେ ୮୯ପ୍ରତିଶତ ଲୋକ ଏହ ଭିଟାମିନ୍ ଅଭାବରେ ପୀଡ଼ିତ । ଏତଦ୍ ବ୍ୟତୀତ ଦିଲ୍ଲୀ-ଏନ୍ସିଆରର ୭୨ପ୍ରତିଶତ ଲୋକ ଏହି ଭିଟାମିନ୍ରେ ଅଭାବ ଦେଇ ଗତିକରୁଛନ୍ତି । ଏହି ଭିଟାମିନର ଅଭାବ ସବୁଠାରୁ ଅଧିକ ଯୁବପିଢ଼ିଙ୍କଠାରେ ଅଧିକ ଦେଖାଦେଇଛି । ୨୫ବର୍ଷ ପର୍ଯ୍ୟନ୍ତ ୮୪ପ୍ରତିଶତ ଯୁବକମାନଙ୍କଠାରେ ଭିଟାମିନ-ଡି’ ଅଭାବ ଦେଖିବାକୁ ମିଳିଛି ।

Leave a Reply