Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ୬.୫% ରହିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ୬.୫% ରହିବ

ନୂଆଦିଲ୍ଲୀ,୩୧ା୧ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାରଦିନ ଲୋକସଭାରେ ୨୦୨୨-୨୩ ଆର୍ଥôକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥôକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ଓ ନୂଆ ଆର୍ଥôକ ବର୍ଷ ଅର୍ଥାତ୍ ୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ । ଏହା ସହିତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିର ମାନ୍ୟତା ବଜାୟ ରଖିବ ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ ପରେ ସରକାରଙ୍କ ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା ଭି.ଅନନ୍ତ ନାଗେଶ୍ୱରନ୍ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ଅର୍ଥନୈତିକ ସ୍ଥିତି ସଂପର୍କରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତିର ସୁଧାର ଜାରି ରହିଛି ଓ ଏହା କୋଭିଡ୍ ମହାମାରୀ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବରୁ ମୁକ୍ତ ହୋଇ ପ୍ରାକ୍ ମହାମାରୀ ସ୍ତରରେ ପହଞ୍ଚିବାକୁ ଆରମ୍ଭ କରିଛି । ମୁଦ୍ରାସ୍ପୀତି ହାର ଗତ ନଭେମ୍ବର ବେଳକୁ ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟ ମଧ୍ୟରେ ରହିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଅର୍ଥନୀତି ଯାହା ହରାଇଥିଲା ତାହା ପାଇଯାଇଛି, ଯାହା ଅଟକି ଯାଇଥିଲା ତାହା ଚାଲିବା ଆରମ୍ଭ କରିଛି ଓ ଯାହା ଧୀମା ହୋଇଯାଇଥିଲା ତାହା ପୁଣି ଥରେ ନିଜର ପୂର୍ବ ବେଗ ହାସଲ କରିପାରିଛି । ଭାରତୀୟ ଟଙ୍କା ପାଇଁ ସ୍ଥିତି ଆହ୍ୱାନମୂଳକ ରହିଥିଲେ ବି ଅନ୍ୟ ଅର୍ଥନୀତିଗୁଡ଼ିକର ମୁଦ୍ରା ତୁଳନାରେ ଏହା ଭଲ ସ୍ଥିତିରେ ରହିଛି । ଏପ୍ରିଲ-ନଭେମ୍ବର ସୁଦ୍ଧା ଦେଶର ପ୍ରତ୍ୟକ୍ଷ ଟିକସ ଆଦାୟ ଉଲ୍ଲେଖନୀୟ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ବ୍ୟୟ ( ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର) ଜିଡିପିର ୨.୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏପ୍ରିଲ-ଡିସେମ୍ବର ମଧ୍ୟରେ ଭାରତର ପଣ୍ୟଦ୍ରବ୍ୟ ରପ୍ତାନି ୩୩୨.୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ୟୁପିଆଇ କାରାବାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି । ମୂଲ୍ୟ ଅନୁସାରେ ୨୦୧୯ ରୁ ୨୦୨୨ ମଧ୍ୟରେ ଏହା ୧୨୧ ପ୍ରତିଶତ ବୃଦ୍ଧି ପାଇଛି ।

Leave a Reply