Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନର ପ୍ରକୃତ ଉଦେ୍ଦଶ୍ୟ ଜଣାପଡ଼ୁଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନର ପ୍ରକୃତ ଉଦେ୍ଦଶ୍ୟ ଜଣାପଡ଼ୁଛି

ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତର ପ୍ରଭାବକୁ କମାଇବାକୁ ଚାହୁଛି ଚୀନ୍ । ଭାରତ ମହାସାଗରରେ ନିଜର ଆଧିପତ୍ୟ ବଢ଼ାଇବା ଏବଂ ଭାରତର ପ୍ରଭାବ କମ୍ କରିବା ପାଇଁ ଚୀନ୍ ଚେଷ୍ଟା କରୁଥିବା ସୋମବାର ସୁରକ୍ଷା ବୈଠକରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ କୁହାଯାଇଛି । ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ଆଇପିଏସ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟରେ କୁହାଯାଇଛି ଚୀନ୍ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ବିକାଶ ପାଇଁ ସହଜ ଲୋନ୍ ଦେବା ବାହାନାରେ ବହୁଳ ଭାବରେ ଅର୍ଥ ଖର୍ଚ୍ଚ କରୁଛି । ଏପରି କରି ଚୀନ୍ ନିଜର ଆଧିପତ୍ୟ ବଢ଼ାଇବା ସହ ଭାରତର ପ୍ରଭାବକୁ ହ୍ରାସ କରିବାକୁ ଚାହୁଛି । ସୂଚନାଯୋଗ୍ୟ, ତିନି ଦିନିଆ ଏହି ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍? ଡୋଭାଲ୍ ଏବଂ ପ୍ରାୟ ୩୫୦ ପୋଲିସ୍? ଅଧିକାରୀ ଉପସ୍ଥିତ ରହିଥିଲେ । ଉପସ୍ଥାପିତ ହୋଇଥିବା ରିପୋର୍ଟ ପେପରକୁ ଦେଶର କିଛି ଶୀର୍ଷ ଆଇପିଏସ ଅଫିସର ପ୍ରସ୍ତୁତ କରିଛନ୍ତି । ରିପୋର୍ଟ କୁହାଯାଇଛି ଭାରତ ମହସାଗରରେ ନୂଆଦିଲ୍ଲୀର ପ୍ରଭାବକୁ ହ୍ରାସ କରିବାର ଏକମାତ୍ର ଉଦେ୍ଦଶ୍ୟ ରହିଛି । ଏଥିପାଇଁ ଚୀନ୍ ବେଲ୍ଠ ଏବଂ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରୋଜେକ୍ଟର ବ୍ୟବହାର କରି ଭାରତ ସହ ଏହାର ସୀମାବର୍ତ୍ତୀ ଦେଶରେ ନିଜର କାର୍ଯ୍ୟକଳାପ ଏବଂ ପ୍ରଭାବ ବଢ଼ାଉଛି । ଏହି ପୋଜେକ୍ଟରେ ଭାରତ ସହ ଏହାର ପଡ଼ୋଶୀ ଦେଶରେ ଚୀନ୍ ସହଜ ଋଣ ପ୍ରଦାନ କରୁଛି । ଏହିଭଳି ଭାବରେ ଭାରତରେ ସମ୍ବେଦନଶୀଳ ବର୍ଡର ଏବଂ ଏଲଏସିରେ ଥିବା ପରିସ୍ଥିତରୁ ଭ୍ରମିତ କରିବାକୁ ଚାହୁଛି । ରିପୋର୍ଟରେ ଆହୁରି କୁହାଯାଇଛି, ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଇନାର ଆର୍ଥôକ ଏବଂ ସାମରିକ ବିକାଶ ହୋଇଛି । ଏହା ସହ ଭାରତର ପଡ଼ୋଶୀ ଦେଶରେ ଚାଇନାର କାର୍ଯ୍ୟକଳାପ ଏବଂ ହସ୍ତକ୍ଷେପ ବୃଦ୍ଧି ପାଇଥିବା ନେଇ ସେ କହିଛନ୍ତି । ତେବେ ଏପରି କରି ଭାରତକୁ ବିବଶ କରିବା ଏବଂ ଭାରତ ସାମ୍ନାରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଛି । ଏପରି କରି ଭାରତକୁ ଚୀନକୁ ଭାରତ ମହାସାଗରେ ନିଜର କ୍ଷମତା ବୃଦ୍ଧିକୁ କରିବାରେ ଭ୍ରମିତ କରିବପାରିବ । ସହ ଏସିଆରେ ଏକଛତ୍ରବାଦ ଆଧିପତ୍ୟ ହାସଲ କରିବାକୁ ଚାହୁଥିବା କୁହାଯାଉଛି । ଏହି ରିପୋର୍ଟ ପେପର ଅନୁଯାୟୀ, ଚାଇନା ଏବେ ଦକ୍ଷିଣ ଏସୀୟ ଦେଶମାନଙ୍କରେ ଅଧିକ ସକ୍ରିୟ ହୋଇଛି । କେବଳ ବାଣିଜ୍ୟିକ ଏବଂ ବିକାଶମୂଳକ କାର୍ଯ୍ୟକଳାପ ନୁହେଁ ଏହା ରାଜନୀତିକ ଏବଂ ନିରାପତ୍ତାରେ ମଧ୍ୟ ଏହି ଦେଶମାନଙ୍କରେ ସକ୍ରିୟ ରହିଛି । ଚୀନ୍ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ନେପାଳ, ବଙ୍ଗଲାଦେଶ, ମ୍ୟାନମାର ଏବଂ ଶ୍ରୀଲଙ୍କାରେ ଭିତ୍ତିଭୂମି ବିକାଶ ନାମରେ ଏବଂ ଆର୍ଥôକ ସହଯୋଗ ନାଁରେ ସହଜ ଲୋନ୍ ଦେଉଛି । ଆଉ ଭାରତର ପଡ଼ୋଶୀ ଦେଶ ଚାଇନାକୁ ଏକ ଜରୁରୀ ସହାୟତା ଭାବେ କହିଛନ୍ତି । କାରଣ ଚୀନ୍? ସେମାନଙ୍କୁ ଟେକ୍ନୋଲୋଜୀ କିମ୍ବା ଲଜିଷ୍ଟିକ୍ ସହାୟତା ଯୋଗାଉଛି । ଏହା ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କାର ସବୁଠୁ ବଡ଼ ଟ୍ରେଡିଂ ପାର୍ଟନର ଭାବରେ ରହିଛି । କିନ୍ତୁ ଆର୍ଥôକ ସମ୍ପର୍କର ରାଜନୀତିକ ସମ୍ପର୍କ ସହ ମଧ୍ୟ ଯୋଡ଼ି ହୋଇଛି । ତେବେ କୋଭିଡ୍-୧୯ ମହାମାରୀ ଚୀନକୁ ଏହି ସବୁ ଦେଶରେ ସିଧାସଳଖ କାମ କରିବାକୁ ପାଇଁ ସୁଯୋଗ ଦେଇଛି । ମେଡିକାଲ ସରଞ୍ଚାମ ଯୋଗାଇବା, ଜୈବଚିକିତ୍ସା ଜ୍ଞାନ ଭଳି ଅନେକ ସହାୟତା କରୁଛି । ଏହି ସବୁ କାର୍ଯ୍ୟକଳାପରୁ ଚୀନର ପ୍ରକୃତ ଉଦେ୍ଦଶ୍ୟ ଜଣାପଡ଼ୁଛି ଯେ ଭାରତ ମହାସାଗର କ୍ଷେତ୍ରରେ ଏହାର ଶକ୍ତି ବଢ଼ାଇବାକୁ ଖୁବ୍ ଚେଷ୍ଟା କରୁଛି । କାରର ଏହି କ୍ଷେତ୍ରରେ ଭାରତ ଚୀନ ପାଇଁ କଣ୍ଟା ଭାବରେ ରହିଛି ।

Leave a Reply