ଷୋଳମପୁର ଶିଶୁ ମନ୍ଦିରରେ ସ୍ୱାସ୍ଥ୍ୟ ଶିବିର

ଭଣ୍ଡାରିପୋଖରୀ : ବୌଦ୍ଧବିହାର ଷୋଳମପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡ଼ାକ୍ତର ଜ୍ୟୋତି ପ୍ରକାଶ ସ୍ୱାଇଁ, ଫାର୍ମାସିଷ୍ଟ ବିନୋଦ ବିହାରୀ ପଣ୍ଡା ଉପସ୍ଥିତ ରହି ପିଲାମାନଙ୍କର ଓଜନ, କର୍ଣ୍ଣ, ନାସା, ଚକ୍ଷୁ, ଦନ୍ତ, ଚର୍ମ ରୋଗ ଉପରେ ପରୀକ୍ଷଣ କରିବା ସହିତ ଆବଶ୍ୟକ ସ୍ଥଳେ ଔଷଧ ପ୍ରଦାନ କରିଥିଲେ । ଏହି ଅବସରରେ ୧୦୨ ଜଣ ପିଲାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଶିବିରକୁ ବିଦ୍ୟା ମନ୍ଦିରର ସମ୍ପାଦକ ବିଶ୍ୱମ୍ବର ରାଉତ, ସଭାପତି ହୃଷିକେଶ ଦାଶ, ଅ·ର୍ଯ୍ୟା ପ୍ରତିଭା ନାୟକ, ନିର୍ମଳା ମହାରଣା, ମାମିନା ଜେନା, ଗୁରୁଜୀ ସୁଜିତ ରାଉତ ପ୍ରମୁଖ ପରି·ଳନା କରିଥିଲେ ।

Leave a Reply

Your email address will not be published. Required fields are marked *