Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୀଳାଦ୍ରି ବିହାର ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୀଳାଦ୍ରି ବିହାର ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

ଭୁବନେଶ୍ୱର: ନୀଳାଦ୍ରି ବିହାର ସେକ୍ଟର ତିନି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଦୀନବନ୍ଧୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୪ ନମ୍ବର ଓାର୍ଡର କର୍ପୋରେଟର ମୋନାଲିସା ସାହୁ ଯୋଗଦେଇ ଉଦ୍ଘାଟନ କରି କହିଥିଲେ ଶିଶୁମାନେ ପାଠ ପଢିବା ସହ ଖେଳକୁଦ କରିବା ଆବଶ୍ୟକ । ଖେଳିବା ଦ୍ୱାରା ଶାରୀର ସୁସ୍ଥ ରହିଥାଏ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଦୁଇ ଦୁଇ ଥର ହକି ବିଶ୍ୱକପ ଅୟୋଜନ କରି ଓଡିଶାକୁ ସାରା ବିଶ୍ୱରେ ପରିଚିତ କରାଇଛନ୍ତି । ସମ୍ମାନୀତ ଅତିଥି ଭାବେ ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିଦେ୍ର୍ଦଶକ ନୀଳାଦ୍ରି ମୋହନ ଶତପଥୀ, ସାମ୍ବାଦିକ ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କର ଯେଉଁ ଖେଳ ଉପରେ ରୁଚି ରହୁଛି ସେ ଖେଳ ପାଇଁ ଅଭିଭାବକମାନେ ସୁବିଧା ସୁଯୋଗ ଦେବା ଆବଶ୍ୟକ । ନିର୍ଦ୍ଧିଷ୍ଟ ଖେଳ ଉପରେ ଯଦି ଉପଯୁକ୍ତ ତାଲିମ ପ୍ରଦାନ କରାଯାଏ ପିଲାଟି ଭଲ ଖେଳିବା ସହିତ ସୁନାମ ଅର୍ଜନ କରିପାରିବ ବୋଲି କହିଥିଲେ । ପ୍ରଥମେ ଛାତ୍ରଛାତ୍ରୀ ମାନେ ଓଡିଶୀ ନୃତ୍ୟ, ଦାଣ୍ଡିଆ ନୃତ୍ୟ ଓ ଏକତାଳି ପ୍ରଦର୍ଶନ କରିଥିଲେ । ପରେ ବିଭିନ୍ନ ପ୍ରକାର ଖେଳକୁଦ ପ୍ରତିଯୋଗୀତା ହୋଇଥିଲା । ଏଥିରେ ପ୍ରଥମ, ଦି୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଶିତ ଏକତାଳି ନୃତ୍ୟ ବେଶ୍ ଚିତ୍ତାକର୍ଶକ ହୋଇଥିଲା । କାର୍ଯ୍ୟକ୍ରମକୁ ଗୁରୁମା ଦୀପ୍ତିମୟି ସିଂହ, ସୁନୀତା ସାହୁ, ରାଜଲକ୍ଷ୍ମୀ ମହାରଣା, ଲୋପାମୁଦ୍ରା ଧଳ ଓ ସସ୍ମିତା ସାହୁ ପରିଚାଳନା କରିଥିଲେ ।

Leave a Reply