ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ତରଫରୁକର୍ତ୍ତବ୍ୟବୋଧ ଦିବସ ପାଳିତ


       କଟକ, ତା୧୯।୧- ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶାର କଟକ ଜିଲ୍ଲା ଶାଖା ତରଫରୁ କର୍ତ୍ତବ୍ୟବୋଧ ଦିବସ ଉପଲକ୍ଷେ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ କଲେଜଛକସ୍ଥିତ ସରସ୍ବତୀ ଶିଶୁ ମନ୍ଦିରଠାରେ ଏକ ସମାବେଶର ଆୟୋଜନ କରାଯାଇଥିଲା। ଜିଲ୍ଲା ଶାଖାର ପ୍ରଭାରୀ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପୂର୍ବତନ ସଭାପତି ଡକ୍ଟର ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରାରମ୍ଭିକ ସୂଚନା ଦେଇ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି କହିଲେ ଯେ, ଶିକ୍ଷକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ମହାସଂଘ ପ୍ରତିବର୍ଷ ଜାନୁଆରୀ ୧୨ ବିବେକାନନ୍ଦ ଜୟନ୍ତୀଠାରୁ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶବ୍ୟାପୀ କର୍ତ୍ତବ୍ୟବୋଧ ଦିବସ ପାଳନ କରିଆସୁଛି।       ପ୍ରଫେସର ମୋହିନ ମହମ୍ମଦ, ପ୍ରଫେସର ଶିବବ୍ରତ ଦାସ, ଡକ୍ଟର ବିଚିତ୍ରାନନ୍ଦ ବଳ, ଡକ୍ଟର ଶଚୀନ୍ଦ୍ର ରାଉଳ, ଡକ୍ଟର ବି. ସି. ଦାସ, ଡକ୍ଟର ସଂକର୍ଷଣ ମିଶ୍ର, ଅଧ୍ୟାପକ ଚିତ୍ତରଞ୍ଜନ ବେହେରା, ଅକ୍ଷୟ କୁମାର ଦାଶ,ବିଜୟ କୁମାର ନାୟକ, ଅର୍ଜୁନ ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ ଓ ବିଘ୍ନେଶ୍ୱର ସ୍ୱାଇଁ ଶିକ୍ଷକସମାଜ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ ପୂର୍ବକ ଭାରତବର୍ଷକୁ ବିଶ୍ଵଗୁରୁ ଆସନରେ ବସାଇବା ପାଇଁ ଆହ୍ୱାନ ଦେଇଥିଲେ। ଶେଷରେ ଶିକ୍ଷାବିତ୍ ସାଧୁ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *