Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜହ୍ନ ରାଇଜର ସ୍ୱପ୍ନକୁ ବାସ୍ତବ କରିବା ଅଭିମୁଖେ ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜହ୍ନ ରାଇଜର ସ୍ୱପ୍ନକୁ ବାସ୍ତବ କରିବା ଅଭିମୁଖେ ଭାରତ

ନୂଆଦିଲ୍ଲୀ: ପୁଣିଥରେ ଜହ୍ନ ରାଇଜର ସ୍ୱପ୍ନକୁ ବାସ୍ତବ କରିବା ଅଭିମୁଖେ ଭାରତ । ପୁଣିଥରେ ହେବ ମିସନ ଚଦ୍ରାୟନ । ଚନ୍ଦ୍ରାୟନ-୩ ମିସନ ପାଇଁ ସବୁକିଛି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଏସ୍. ସୋମନାଥନ । ୧୦୮ ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ପ୍ରତିକ୍ରିୟା ଦେଇ ସୋମନାଥନ ଏହି ସୂଚନା ଦେଇଛନ୍ତି । ଚନ୍ଦ୍ରାୟନ-୨ ମିସନ ଫେଲ୍? ମାରିବା ପରେ ଚନ୍ଦ୍ରାୟନ-୩ ମିସନ ଆରମ୍ଭ ହୋଇଥିଲା । ଏହା ଜୁନ ମାସରେ ଲଞ୍ଚ ହୋଇପାରେ । ଚନ୍ଦ୍ରାୟନ- ୩ ମିସନକୁ ପ୍ରସ୍ତୁତ କରିବା ପାଇଁ ଅନେକ ବାଧା ସୃଷ୍ଟି ହୋଇଥିଲା । ଲକ୍ଡାଉନ୍ ଓ କି ଟେଷ୍ଟିଂରେ ସମସ୍ୟା ଯୋଗୁ ମିସନରେ ବିଳମ୍ବ ହୋଇଥିଲା । ୨୦୧୮ରେ ଚନ୍ଦ୍ରାୟନ-୨ ଚନ୍ଦ୍ରପୃଷ୍ଟରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । ହେଲେ ଏଥର ଚନ୍ଦ୍ରାୟନ-୩କୁ ସଫଳତା ପୂର୍ବକୁ ଲ୍ୟାଣ୍ଡିଂ କରିବାକୁ ବୈଜ୍ଞାନିକମାନେ ପ୍ରାଣପ୍ରଣେ ଲାଗି ପଡ଼ିଛନ୍ତି ।

Leave a Reply