Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଇସଲାମ ବନାମ ପଶ୍ତୁନ : କେଉଁ ପରିଚୟଟି ବଡ ? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସଲାମ ବନାମ ପଶ୍ତୁନ : କେଉଁ ପରିଚୟଟି ବଡ ?


ଡ. ସମନ୍ୱୟ ନନ୍ଦ
ଗୋଟିଏ ପଟେ ପାକିସ୍ତାନର ଆର୍ଥିକ ସ୍ଥିତି ଦୟନୀୟ ହୋଇ ପଡିଥିବା ବେଳେ ଏବେ ତେହେରିକ-ଏ- ତାଲିବାନ ବା (ଟିଟିପି)ତାର ମୁଣ୍ଡବ୍ୟଥା ବଢାଇ ଦେଇଛି । ଟିଟିପିର ଯୋଦ୍ଧା ମାନେ ପ୍ରତି ଦିନ ପାକିସ୍ତାନରେ ସୈନିକ, ପୋଲିସକର୍ମୀ ମାନଙ୍କୁ ହତ୍ୟା କରୁଛନ୍ତି । ଟିଟିପି ପାକିସ୍ତାନର ହୋଇଥିଲେ ସୁଦ୍ଧା ଏହି ସଂଗଠନ ତାଲିବାନରୁ ପ୍ରେରଣା ଲାଭ କରିଥାଏ । ଟିିଟିପି ହେଉ ବା ତାଲିବାନ ଉଭୟ ପଶ୍ତୁନ ଜାତିର । ଟିଟିପି ଉପରେ ରୋକ ଲଗାଇବାକୁ ପାକିସ୍ତାନ ଆଫଗାନିସ୍ତାନରେ ଶାସନରେ ଥିବା ତାଲିବାନକୁ ଗୁହାରୀ କଲେ ସୁଦ୍ଧା ସେମାନେ ମଧ୍ୟ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ଆଫଗାନିସ୍ତାନରେ ତାଲିବାନର ଅଧିକାର ହେବା ପରେ ପାକିସ୍ତାନ ଭାବିଥିଲା ଯେ ତାଲିବାନ ଇସଲାମର କଥା କହୁଥିବା କାରଣରୁ ତାଙ୍କ କଥାରେ ପରିଚାଳିତ ହେବ ଓ ତାଙ୍କ ଜରିଆରେ ପାକିସ୍ତାନ ଭାରତକୁ ଘେରିବ । ହେଲେ ଏଭଳି କିଛି ହେବା ପରିବର୍ତେ ଏହାର ଓଲଟା ହେଉଥିବା ଦେଖିବାକୁ ମିଳିଛି ।
୨୦୨୧ ମସିହାରେ ଅଗଷ୍ଟ ମାସ ୧୫ ତାରିଖ ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ତାଲିବାନର ଅଧିକାର ହୋଇ ଯାଇଥିଲା । ସେତେବେଳେ ତାଲିବାନର ନେତା ଓ ଲଢୁଥିବା ସୈନିକ ମାନେ ଯେତେ ଖୁସି ନ ଥିଲେ ତା ଠାରୁ ଅଧିକ ଖୁସି ଥିଲା ପାକିସ୍ତାନ । କାବୁଲ ଉପରେ ତାଲିବାନର ଅଧିକାର ହେବା ପରେ ତକ୍ରାଳୀନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନ ଦେଇଥିବା ବକ୍ତବ୍ୟ ଉପରେ ଦୃଷ୍ଟି ପକାଇବା । ଇମରାନ କହିଥିଲେ – ‘ତାଲିବାନ ବାସ୍ତବରେ ଦାସତ୍ୱର ବେଡିକୁ ଭାଙ୍ଗି ଦେଇଛି ।’ ଇମରାନ ତାଲିବାନର ପ୍ରଶଂସାରେ ଶତମୁଖ ଥିଲେ । ସେ ଲୁଚାଇ ନୁହେଁ ବରଂ ଖୋଲାଖୋଲି ଭାବେ ତାଲିବାନର ସମର୍ଥନ କରିଥିଲେ ।
କେବଳ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନ ହିଁ ନୁହନ୍ତି ବରଂ ସାରା ପାକିସ୍ତାନରେ ତାଲିବାନର କାବୁଲ ଉପରେ ଅଧିକାରକୁ ନେଇ ଖୁସି ମନା ଯାଇଥିଲା । ପାକିସ୍ତାନର ଅନେକ ଅଂଚଳରେ ସେତେବେଳେ ରାଲୀ ବାହାର କରା ଯାଇଥିଲା ଓ ମିଠା ବଂଟା ଯାଇଥିଲା ।
ତାଲିବାନକୁ ପୁଣି ଥରେ ଆଫଗାନିସ୍ତାନରେ କ୍ଷମତାକୁ ଫେରାଇ ଆଣିବାରେ ଯଦି କାହାର ସବୁଠାରୁ ଅଧିକ ଭୂମିକା ରହିଥିଲା, ତେବେ ସେ ହେଉଛି ପାକିସ୍ତାନ । ପାକିସ୍ତାନ ହିଁ ତାଲିବାନକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରି ଆସିଛି । ପାକିସ୍ତାନର ଏପରି କରିବା ପଛରେ ନିଶ୍ଚିତ ଉଦେ୍ଦଶ୍ୟ ରହିଛି । ପାକିସ୍ତାନ ଆଫଗାନିସ୍ତାନ ଜରିଆରେ ବିଶ୍ୱ ରାଜନୀତିରେ ନିଜର ପ୍ରଭାବ ବଢାଇବା ପାଇଁ ଚାହେଁ । ଆଫଗାନିସ୍ତାନରେ ତା କଥାରେ ପରିଚାଳିତ ସରକାର ରହିଲେ ସେ ବିଶ୍ୱ ସମୁଦାୟ ସହ ଭଲ ମୁଲଚାଲ କରି ପାରିବ ବୋଲି ତାର ସ୍ପଷ୍ଟ ମତ । ଏହା ଠାରୁ ମଧ୍ୟ ଅଧିକ ବଡ କଥା ହେଲା ଯେ ପାକିସ୍ତାନ ତାଲିବାନ ଜରିଆରେ ଭାରତକୁ ଘେରିବ ଓ ସବୁବେଳେ ଅସୁବିଧାରେ ପକାଇ ପାରିବ ବୋଲି ପାକିସ୍ତାନ ମନେ କରେ । ପାକିସ୍ତାନର ରଣନୀତିଜ୍ଞ ମାନଙ୍କର ମତ ରହି ଆସିଛି ଯେ ଆଫଗାନିସ୍ତାନକୁ ଢାଲ କରି ଭାରତକୁ ଘେରିବାରେ ପାକିସ୍ତାନର ବିଶେଷ କିଛି କ୍ଷତି ହେବାର ନାହିଁ । କାରଣ ଇସଲାମର ଦ୍ୱାହି ଦେଇ ତାଲିବାନ ଓ ତାର ଇସଲାମୀ ଯୋଦ୍ଧା ମାନଙ୍କୁ କାଶ୍ମୀରକୁ ଆତଙ୍କବାଦ ପାଇଁ ପଠାଇ ଦିଆ ଯାଇ ପାରେ ଓ ସମ୍ପୂର୍ଣ ଭାରତକୁ ଇସଲାମୀକରଣ କରିବାକୁ ପାକିସ୍ତାନର ସ୍ୱପ୍ନ ଗଜବା –ଏ- ହିନ୍ଦ ପ୍ରଜେକ୍ଟ ପାଇଁ କାମକୁ ଆଗକୁ ବଢା ଯାଇ ପାରେ । ପାକିସ୍ତାନର ବିଶେଷ କିଛି କ୍ଷତି ହେବାର ନାହିଁ, କେବଳ ଇସଲାମ ନାମରେ ହିଁ ତାଲିବାନର ଯୋଦ୍ଧା ମାନଙ୍କ ଦ୍ୱାରା ଏହି କାମ ସୁରୁଖୁରରେ କରା ଯାଇ ପାରେ । ଏପରି କରି ଭାରତକୁ ଅସ୍ଥିର କରା ଯାଇ ପାରେ । ପାକିସ୍ତାନ ତାଲିବାନ ଜରିଆରେ ପୂର୍ବରୁ ଏପରି କରି ସାରିଛି । ଆଫଗାନିସ୍ତାନରେ ଏହା ପୂର୍ବରୁ ପୂର୍ବବର୍ତୀ ତାଲିବାନ ସରକାର ବେଳେ ଏହା କରି ସାରିଛି । ସେତେବେଳେ କାଶ୍ମୀରକୁ ତାଲିବାନୀ ଭଡାଟିଆ ଆତଙ୍କବାଦୀ ମାନଙ୍କୁ ପାକିସ୍ତାନ ପଠାଉଥିଲା । କେବଳ ସେତିକି ନୁହେଁ କାଠମାଣ୍ଡୁର ତ୍ରିଭୁବନ ବିମାନ ବନ୍ଦରରୁ ଭାରତୀୟ ବିମାନ ଅପହରଣ କରି ତାଲିବାନ ଶାସନରେ ଥିବା କାନ୍ଦାହାର ଠାରେ ନେଇ କିଭଳି ମୌଲାନା ମସୁଦ ଆଜହରକୁ ଛାଡିବାକୁ ବାଧ୍ୟ କରିଥିଲେ ତାହା ସମସ୍ତଙ୍କୁ ମନେ ଥିବ ।
ସେତେବେଳେ ମଧ୍ୟ ପାକିସ୍ତାନ- ଆଫଗାନିସ୍ତାନ ରାଜନୀତି ଉପରେ ଦୃଷ୍ଟି ରଖୁଥିବା ବିଶେଷଜ୍ଞ ମାନଙ୍କ ମତ ଥିଲା ଯେ ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତାକୁ ଆସିବା ପରେ ସବୁଠାରୁ ବଡ ସମସ୍ୟା ପାକିସ୍ତାନକୁ ହିଁ ଆସିବ । ତାଲିବାନର ଆଗାମୀ ଟାର୍ଗେଟ ପାକିସ୍ତାନ ହିଁ ହେବ । କିନ୍ତୁ ସେତେବେଳେ ପାକିସ୍ତାନର ରାଜନୈତିକ ନେତୃତ୍ୱ ଏହି ଭାବୀ ସଂକଟକୁ ଅନୁମାନ କରିବା ତ ଦୂରର କଥା ବରଂ ସେମାନେ ତାଲିବାନର କାବୁଲ ଉପରେ ଅଧିକାରକୁ ପାକିସ୍ତାନର ବିଜୟ ବୋଲି ମନେ କରୁଥିଲେ ।
ଇଂରେଜ ମାନଙ୍କ ଶାସନ କାଳରେ ସେମାନେ ଉତର ସୀମାନ୍ତରେ ମ୍ୟାକମୋହନ ଲାଇନ ଓ ପଶ୍ଚିମ ସୀମାନ୍ତରେ ଡୁରାଣ୍ଡ ଲାଇନକୁ ଭାରତର ସୀମା ବୋଲି ଘୋଷଣା କରିଥିଲେ । ଆଫଗାନିସ୍ତାନରେ ରହୁଥିବା ଲୋକ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ପଶ୍ତୁନ ଜନଜାତିର । ସେତେବେଳ ଠାରୁ ଡୁରାଣ୍ଡ ଲାଇନକୁ ନେଇ ବିବାଦ ଥିଲା । କାରଣ ପଶ୍ତୁନ ଜନଜାତିର ଅନେକ ଲୋକ ଡୁରାଣ୍ଡ ଲାଇନର ଏପଟେ ରହି ଯାଇଥିଲେ । ସେତେବେଳେ ଏହି ରାଜ୍ୟ ବ୍ରିଟିଶ ଇଣ୍ଡିଆରେ ଥିଲା ଓ ଏହାକୁ ନର୍ଥ ବେଷ୍ଟ ଫ୍ରଂଟିୟର ପ୍ରଭିନ୍ସ ବା ଏନଡବଲୁଏଫପି କୁହା ଯାଉଥିଲା । ପାକିସ୍ତାନ ଏବେ ଏହି ରାଜ୍ୟର ନାମ ପରିବର୍ତନ କରି ଖୈବର ପୁଖତୁନଖବା କରି ଦେଇଛି । ଏହି ରାଜ୍ୟର ଅଧିକାଂଶ ଲୋକ ପଶ୍ତୁନ ଜନଜାତିର । ଡୁରାଣ୍ଡ ଲାଇନ ଏକ କୃତ୍ରିମ ସୀମା ରେଖା । ଏହି ସୀମା ରେଖା ସେମାନଙ୍କୁ ଅଲଗା କରି ଦେଇଛି । ତେଣୁ ସେମାନେ ଏହି ସୀମା ରେଖାକୁ ମାନନ୍ତି ନାହିାଁ ବ୍ରିଟିଶ ଶାସନକାଳରେ ସେମାନଙ୍କର ଶକ୍ତି କମ ଥିବା କାରଣରୁ ସେମାନେ ଚୁପ ଥିଲେ । ମାତ୍ର ଏବେ ତାଙ୍କର ଶକ୍ତି ବଢିଛି । ତାଲିବାନର ଆଫଗାନିସ୍ତାନ ଉପରେ ଅଧିକାର ହୋଇଛି । ତେଣୁ ତାଲିବାନ ସୈନିକ ମାନେ ପାକିସ୍ତାନ ଓ ଆଫଗାନିସ୍ତାନର ସୀମାରେ ଥିବା ଡୁରାଣ୍ଡ ଲାଇନର ତାର ବାଡକୁ ହଟାଇବାରେ ଲାଗିଛନ୍ତି । ସେମାନେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନରେ ଥିବା ପଶ୍ତୁନ ଅଂଚଳ ତାଙ୍କର ।
ଅନ୍ୟ ପକ୍ଷରେ ପାକିସ୍ତାନ ମଧ୍ୟରେ ଥିବା ତେହେରିକ-ଏ- ତାଲିବାନ ପାକିସ୍ତାନ ବା ଟିଟିପି ପାକିସ୍ତାନରେ ଆକ୍ରମଣ ଜାରୀ ରଖିଛି । ଟିିଟିପିର ଲୋକ ମାନେ ମଧ୍ୟ ପଶ୍ତୁନ ଜନଜାତିର । ସେମାନେ ପାକିସ୍ତାନୀ ସେନା, ପୋଲିସକୁ ଆକ୍ରମଣ କରୁଛନ୍ତି ଓ ପ୍ରତିଦିନ ପାକିସ୍ତାନକୁ ବିପୁଳ କ୍ଷତି ପହଂଚାଉଛନ୍ତି ।
ତାଲିବାନର ସୈନିକ ମାନେ ମଧ୍ୟ ଡୁରାଣ୍ଡ ଲାଇନର ତାରକୁ ଖୋଲିବାରେ ଲାଗିଛନ୍ତି । ଡୁରାଣ୍ଡ ଲାଇନର ସୀମାରେ ପ୍ରତିଦିନ ଆକ୍ରମଣ ହେଉଛି । ପାକିସ୍ତାନ ଭିତରେ ପଶି ଟିଟିପି ଆକ୍ରମଣ କରୁଥିବା ବେଳେ ସୀମାରେ ତାଲିବାନ ସୈନ୍ୟ ମାନେ ଡୁରାଣ୍ଡ ଲାଇନର ତାର ଖୋଲିବାରେ ଲାଗିଛନ୍ତି । ମୋଟ ଉପରେ କହିବାକୁ ଗଲେ ସେମାନେ ପାକିସ୍ତାନକୁ ଅସ୍ତବ୍ୟସ୍ତ କରି ସାରିଲେଣି । ପାକିସ୍ତାନର ସୈନିକ ହୁଅନ୍ତୁ ବା ପୋଲିସ କେହି ଟିଟିପି କିମ୍ବା ତାଲିବାନ ସହ ଲଢିବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ଛତ୍ରଭଙ୍ଗ ଦେବା ଆରମ୍ଭ କଲେଣି । ପାକିସ୍ତାନୀ ସେନା ଓ ପୋଲିସର ମନୋବଳ ଖୁବ ତଳକୁ ଆସି ସାରିଲାଣି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ପାକିସ୍ତାନ ଯାହା ଆଶା କରିଥିଲା ସେ ପରି କାହିଁକି ହେଉ ନାହିଁ ? ତାଲିବାନ ଓ ତେହେରିକ-ଏ ତାଲିବାନ କଟ୍ଟର ଇସଲାମିକ ବିଚାରଧାରାକୁ ମାନନ୍ତି । ଏହା ସତ୍ୱେ ସେମାନେ ପାକିସ୍ତାନକୁ କାହିଁକି ଲହୁଲୁହାଣ କରୁଛନ୍ତି ? ଏହାର କାରଣ ହେଲା ତାଲିବାନ ତେହେରିକ-ଏ- ତାଲିବାନର ଲୋକ ମାନେ ମୁସଲମାନ ସତ, ହେଲେ ସେମାନେ ପଶ୍ତୁନ ମଧ୍ୟ । ପାକିସ୍ତାନ ଭାବୁଛି ଯେ ସେମାନଙ୍କୁ ସେ ଇସଲାମର ଦ୍ୱାହି ଦେଇ ନିୟନ୍ତ୍ରଣରେ ରଖିବ ଓ ନିଜ ସୁବିଧା ଅନୁସାରେ ନଚାଇବ । ହେଲେ ସେମାନଙ୍କ ପାଇଁ ଇସଲାମ ଓ ପଶ୍ତୁନର ପରିଚୟ ମଧ୍ୟରେ ପଶ୍ତୁନର ପରିଚୟ ବଡ । ତେଣୁ ସେମାନେ ପାକିସ୍ତାନର କଥାରେ ଆସୁ ନାହାନ୍ତି । ସେମାନଙ୍କ ମନରେ ପଶ୍ତୁନ ରାଷ୍ଟ୍ରୀୟତାର ଭାବନା ଆସି ସାରିଛି । ତେଣୁ ସେମାନେ ପଶ୍ତୁନ ଅଂଚଳକୁ ଏକାଠି କରିବା ଓ ପାକିସ୍ତାନକୁ ବିଖଣ୍ଡନ କରିବା ଦିଗରେ କାମ ଆରମ୍ଭ କରି ଦେଇଛନ୍ତି । ଇସଲାମ ନାମରେ ଗଠିତ ହୋଇଥିବା ଦେଶ ପାକିସ୍ତାନର ଏହା ହେଉଛି ବିଡମ୍ବନା । ଭାରତକୁ ଖଣ୍ଡ ଖଣ୍ଡ କରି ଇସଲାମ ନାମରେ ସିନା ଦେଶ ତିଆରି କରି ନେଲେ ହେଲେ ଇସଲାମ ପାଖରେ ତାଙ୍କୁ ଏକାଠି କରି ରଖିବାର ଶକ୍ତି ନାହିାଁ ପଶ୍ତୁନ ମାନଙ୍କ ପାଇଁ ଇସଲାମ ଠାରୁ ପୁଶ୍ତୁନ ପରିଚୟ ବଡ ହୋଇଥିବା ସ୍ପଷ୍ଟ ଜଣା ପଡୁଛି ।

Leave a Reply