Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ହତ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ହତ୍ୟା

ନୂଆଦିଲ୍ଳୀ : ପାକିସ୍ତାନରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା । ସିନ୍ଜୋରେ ସହରରେ ଜଣେ ହିନ୍ଦୁ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ବୁଧବାର ଜଣେ ୪୦ ବର୍ଷୀୟ ମହିଳାଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଛି । ପାକିସ୍ତାନରେ ହିନ୍ଦୁ ସମୁଦାୟର ପ୍ରଥମ ମହିଳା ସେନେଟର କ୍ରିଷ୍ଣା କୁମାରୀ ଏକ ଟ୍ୱିଟ୍ କରିଛନ୍ତି । ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ମହିଳାଙ୍କ ଶରୀର ଏବଂ ମୁହଁରୁ ଚମଡ଼ା ଉତାରିଦିଆଯାଇଥିବା ନେଇ କହିଛନ୍ତି । ମହିଳା ନାମ ଦୟା ଭେଲ୍ ବୋଲି ଜଣାପଡ଼ିଛି । ମହିଳା ଜଣକ ବିଧବା ଏବଂ ସେ ନିଜର ୪ ସନ୍ତାନଙ୍କ ସହ ରହୁଥିଲେ । ବୁଧବାର ମହିଳାଙ୍କ ମୃତଦେହ ଏକ ·ଷ ଜମିରୁ ମିଳିଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇବା ସହ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply