୧୧୩ ଥର ନିୟମ ଉଲ୍ଲଘଂନ କରିଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଳୀ : ରାହୁଲ ଗାନ୍ଧୀ ୧୧୩ ଥର ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ଭାରତ ଯୋଡ଼ୋ ଯାତ୍ରାର ନେତୃôବ କରୁଥିବା ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ କେ ସି ବେଣୁଗୋପାଳଙ୍କ ପ୍ରଶ୍ନରେ ଏଭଳି ଜବାବ୍ ରଖିଛି ସିଆରପିଏଫ୍ୟ ସିଆରପିଏଫ୍ କହିଛି ଯେ ୨୦୨୦ ଠାରୁ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ନିଜେ ୧୧୩ ଥର ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିଛନ୍ତି । ସିଆରପିଏଫ୍ ଆହୁରି କହିଛି । ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ସଂପୂର୍ଣ୍ଣ ଭାବରେ ପ୍ରୋଟୋକଲର ପାଳନ କରାଯାଇଛି । ତାଙ୍କୁ ତ+ ସୁରକ୍ଷା ଦିଆଯାଇଛି ଏବଂ ଏହାର ଗୁଣବତ୍ତାରେ ମଧ୍ୟ କୌଣସି ତ୍ରୁଟି ନାହିଁ । କିନ୍ତୁ ନିଜେ ରାହୁଲ ଗାନ୍ଧୀହିଁ ଅନେକ ଥର ସୁରକ୍ଷା ନିୟମର ଉଲ୍ଲଘଂନ କରିଛନ୍ତି ଏବଂ ଲୋକଙ୍କୁ ଭେଟିବାକୁ ବାହାରିପଡ଼ନ୍ତି । ପ୍ରକୃତରେ କଂଗ୍ରେସର ଚିଠିକୁ ନେଇ ଗୃହ ମନ୍ତ୍ରାଳୟ ସିଆରପିଏଫ୍ ଠାରୁ ଜବାବ୍ ମାଗିଥିଲେ । ଯାହାର ଉତ୍ତରରେ ସିଆରପିଏଫ୍ ରାହୁଲ ଗାନ୍ଧୀଙ୍କ ଉପରେ ସୁରକ୍ଷା ନିୟମ ଉଲ୍ଲଘଂନ ଅଭିଯୋଗ ରହିଛି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗର ମଧ୍ୟ ସିଆରପିଏଫ୍ ଜବାବ ଦେଇଛି । ସିଆରପିଏଫ୍ କହିଛି ଯେ ଦିଲ୍ଳୀ ପୋଲିସକୁ ପୂର୍ବରୁ ହିଁ ପର୍ଯ୍ୟାପ୍ତ ସୁରକ୍ଷା ପାଇଁ କୁହାଯାଇଥିଲାୟ ସିଆରପିଏଫ୍ ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁବେଳେ ଭଲ ବ୍ୟବସ୍ଥା କରିଥାଏ । ସୁରକ୍ଷା ଏଜେନ୍ସୀ ସ୍ପଷ୍ଟ ଭାବରେ କହିଛି ଯେ ୨୦୨୦ ରୁ ଏପର୍ଯ୍ୟନ୍ତ ୧୧୩ ଥର ଭାଙ୍ଗିଛନ୍ତି ।

Leave a Reply

Your email address will not be published. Required fields are marked *