Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଣିଥରେ ଗର୍ଜିଲେ ଅଙ୍ଗନୱାଡ଼ି କର୍ମୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣିଥରେ ଗର୍ଜିଲେ ଅଙ୍ଗନୱାଡ଼ି କର୍ମୀ

ଛତ୍ରପୁର: ୮ ଦଫା ଦାବି ନେଇ ପୁଣିଥରେ ଗଞ୍ଜାମରେ ଗର୍ଜିଲେ ହଜାର ହଜାର ଅଙ୍ଗନୱାଡ଼ି କର୍ମୀ । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀମାନେ ଭାରତୀୟ ମଜଦୂର ସଂଘ ସହାୟତାରେ ଛତ୍ରପୁର ସହରରେ ବିଶାଳ ପ୍ରତିବାଦ ଶୋଭଯାତ୍ରା କରିଛନ୍ତି । ବିଭିନ୍ନ ଦାବି ଲିଖିତ ପ୍ଲାକାର୍ଡ ସାଙ୍ଗକୁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୮ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି । ପ୍ରମୁଖ ଦାବି ମଧ୍ୟରେ ମାସକୁ ୧୮ ହଜାର ଟଙ୍କା ଦରମା, ଅବସର ବେଳେ ୫ ଲକ୍ଷ ଗ୍ରାଚୁ୍ୟଟି ଓ ମାସିକ ୫ ହଜାର ଟଙ୍କା ଦେବାକୁ ସେମାନେ ଦାବି କରିଛନ୍ତି । ଏହା ସହିତ ଗ୍ରାମ କଲ୍ୟାଣ ସମିତି ଅଧୀନରୁ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି । ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନହେଲେ ବାଧ୍ୟ ହୋଇ ଆନେ୍ଦାଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ଚେତାବନି ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ସମ୍ପାଦିକା ମଞ୍ଜୁବାଳ ପାଣିଗ୍ରାହୀ, ଜିଲ୍ଲା ସଭାନେତ୍ରୀ ରଞ୍ଜିତା କୁମାରୀ ରଥଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

Leave a Reply