ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର

ୱାଶିଂଟନ: ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର ଆସିଛି। ୱାନ୍ ବିଗ୍ ବିଉଟିଫୁଲ୍ ବିଲ୍ ଆକ୍ଟର ନୂତନ ଡ୍ରାଫ୍ଟରେ, ରେମିଟେନ୍ସ ଟ୍ୟାକ୍ସକୁ ୩.୫% ରୁ  ୧%କୁ ହ୍ରାସ କରାଯାଇଛି। ପୂର୍ବରୁ, ଏହି ବିଲରେ ୫% ଟିକସର ବ୍ୟବସ୍ଥା ଥିଲା, ପରେ ଏହାକୁ ୩.୫% କୁ ହ୍ରାସ କରାଯାଇଥିଲା ଏବଂ ବର୍ତ୍ତମାନ ସେନେଟର ସଦ୍ୟତମ ସଂସ୍କରଣରେ, ଏହାକୁ  ୧%କୁ  ହ୍ରାସ କରାଯାଇଛି। ବିଲ୍ ଆଇନ ହେବା ପରେ ଭାରତକୁ ଟଙ୍କା ପଠାଉଥିବା ଲୋକମାନଙ୍କୁ ଏହା ଦ୍ବାରା ବହୁତ ଲାଭ ମିଳିବ।

Leave a Reply