Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଳମଛୁଇଁ ଶିଶୁ ମନ୍ଦିରରେ ପୂର୍ବତନ ଛାତ୍ରଛାତ୍ରୀ ଏକତ୍ରୀକରଣ କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଳମଛୁଇଁ ଶିଶୁ ମନ୍ଦିରରେ ପୂର୍ବତନ ଛାତ୍ରଛାତ୍ରୀ ଏକତ୍ରୀକରଣ କାର୍ଯ୍ୟକ୍ରମ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୁରାତନ ଛାତ୍ର ଛାତ୍ରୀମାନଙ୍କର ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ବିକ୍ରମ ଜେନା ଓ କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଚାର୍ଯ୍ୟ ମଳୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଅତିଥିମାନେ ନିଜ ଅଭିଭାଷଣରେ ପୂର୍ବ ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ପ୍ରତି ସଦାସର୍ବଦା ଆନୁଗତ୍ୟ ଭାବ ପ୍ରକାଶ କରିବା ସହ ବିଦ୍ୟାଳୟର ବିବିଧ ବିକାଶନ୍ମୁଖୀ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାସହିତ ଉପସ୍ଥିତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ସେମାନଙ୍କର ଅଧ୍ୟୟନ କରୁଥିବାର ସ୍ମୃତିଚାରଣ କରିବା ସହ ଆଗାମୀ ବର୍ଷ ବିଦ୍ୟାଳୟର ରୌପ୍ୟ ଜୟନ୍ତୀରେ ସେମାନେ ସାମିଲ ହେବାକୁ ସଂକଳ୍ପ ନେଇଥିଲେ । ୭୨ ଜଣ ପୂର୍ବ ଛାତ୍ର ଓ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ବ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପୂର୍ବ ଛାତ୍ର ପରିଚାଳନା ସମିତି ଗଠନ କରାଯାଇଥିଲେ । ପ୍ରସାଦ ମହାନ୍ତି ସଂଯୋଜକ, ସଭାପତି ଭାବରେ ନିକ୍ଷିତ କୁମାର ରଥ, ଉପ ସଭାପତି ସ୍ୱସ୍ତିରୂପା ପ୍ରଧାନ, ସଂପାଦକ ଭାବରେ ଦିବ୍ୟପ୍ରକାଶ ସ୍ୱାଇଁ, ସହ ସଂପାଦକ ଭାବରେ ବିକାଶ ରଞ୍ଜନ ଗଡ଼ନାୟକ, କୋଷାଧ୍ୟକ୍ଷ ସୁମନ ସାହୁ ଓ ସଦସ୍ୟା ଭାବରେ ତୁଳସୀ ସାହୁ, କ୍ରିଷ୍ଣା ଗୋପାଳ ସାହୁ, ଅନିଷ୍କ ବେହେରା, ସ୍ୱସ୍ତିକା ମହାପାତ୍ରଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠା ଆଚାର୍ଯ୍ୟା ଦମୟନ୍ତୀ ନନ୍ଦ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା ବୈଦେହୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ କୁମୁଦ ବେହେରା, ବୈଦେହୀ ସାହୁ, ଭଗବତୀ ମହାପାତ୍ର, ରୀତା ଭୂତିଆ, ଅର୍ଚ୍ଚନା ସାହୁ, ଭଗବାନ ବେହେରା, ବସନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply