Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତିନି ଭାଗରେ ହେବ ପାକିସ୍ତାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତିନି ଭାଗରେ ହେବ ପାକିସ୍ତାନ

ଇସଲାମାବାଦ: ତିନି ଭାଗରେ ହେବ ପାକିସ୍ତାନ । ବଲୁଚିସ୍ତାନ ପରେ ଏବେ ସିନ୍ଧୁ ପ୍ରାନ୍ତ ଅଲଗା ଦେଶ ଦାବି କରୁଛନ୍ତି । ସିନ୍ଧୁ ରିଭୋଲ୍ୟୁସନାରୀ ଆର୍ମି ସିନ୍ଧୁଦେଶ ପାଇଁ ଲଢେଇ ଆରମ୍ଭ କରିଦେଇଛି । ଲାହୋର ଠାରୁ ନିଜକୁ ଅଲଗା କରିବାକୁ ଚାହୁଁଛନ୍ତି ସିନ୍ଧୁବାସୀ । ଏସଆରଏ ସଂଗଠନ ପାକିସ୍ତାନରୁ ଆତଙ୍କବାଦୀଙ୍କୁ ସଫା କରିବାରେ ଲାଗିପଡ଼ିଛି । କରାଚିରେ ସକ୍ରିୟା ଥିବା ଅଲଭଦ୍ର ଆତଙ୍କବାଦୀ ସଂଗଠନର ପୂର୍ବ କମାଣ୍ଡର ଖଲିଦ୍ ରାଜାକୁ ଟାର୍ଗେଟ୍ କରି ହତ୍ୟା କରିଛନ୍ତି ସିନ୍ଧୁ ରିଭୋଲ୍ୟୁସନାରୀ ଆର୍ମିର ସଦସ୍ୟ । ଏହା ପୂର୍ବରୁ ହିଜବୁଲ-ମୁଜାହିଦିନକ କମାଣ୍ଡର ବସିର୍ ଅହମଦ ପିର୍ ଓର୍ଫ ଇମତିଆ ଏଲନକୁ କିଛି ବନ୍ଧୁଧାରୀ ହତ୍ୟା କରିଥିଲେ । ସିନ୍ଧୁ ରିଭୋଲ୍ୟୁସନାରୀ ଆର୍ମି ସିନ୍ଧୁଦେଶକୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତାର ପ୍ରତିଜ୍ଞା କରିଛି । ଏସଆରଏ ସଂଗଠନ ସଦସ୍ୟଙ୍କ ପ୍ରାଣ ଥିବା ଯାଏଁ ସିନ୍ଧୁପ୍ରଦେଶ ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି । ୨୦୨୦ ମସିହାରେ ସିନ୍ଧୁ ରିଭୋଲ୍ୟୁସନାରୀ ଆର୍ମି ପ୍ରଥମେ, କରାଚିରୁ ବାହାରିଥିବା ଏକ ରାଲିରେ ଗ୍ରେନେଡ୍ ହମଲା କରିଥିଲା । ଯେଉଁ ୩୦ ଅଧିକ ଲୋକଙ୍କ ଗୁରୁତର ଭାବେ ଆହତ ହୋଇଥିଲେ । ସିନ୍ଧୁକୁ ପାକିସ୍ତାନ ଠାରୁ ସ୍ୱତନ୍ତ୍ର କରିବାକୁ କିଛି ସ୍ଥାନରେ ହୋଇଥିବା ବ୍ଲାଷ୍ଟକୁ ନେଇ ନିଜକୁ ଦାୟୀ କରିଛନ୍ତି ଏସଆରଏ । ସୂଚନା ଅନୁଯାୟୀ, ସିନ୍ଧୁ ରିଭୋଲ୍ୟୁସନାରୀ ଆର୍ମି ବଲୁଚିସ୍ତାନ ଲେବିରେଶନ ଆର୍ମି ସହିତ ହାତ ମିଳାଇଥିବା ଜଣାପଡ଼ିଛି । ଉଦ୍ରବାଦୀ ସଂଗଠନ ବିଏଲଏ ମଧ୍ୟ ବଲୁଚିସ୍ତାନକୁ ପାକିସ୍ତାନ ଠାରୁ ସ୍ୱତନ୍ତ୍ର କରିବାକୁ ଲଢ଼େଇ ଜାରି ରଖିଛି । ବିଏଲଏ ମୁଖ୍ୟତଃ ପାକିସ୍ତାନ ସେନାକୁ ଟାର୍ଗେଟ୍ କରୁଛି ଏବଂ ବଲୁଚିସ୍ତାନ ଚୀନର ଉପସ୍ଥିତିକୁ ବିରୋଧ କରୁଛି । ଆତଙ୍କବାଦୀ ଖଲିଦ୍ ରାଜାର ହତ୍ୟା, ପାକିସ୍ତାନ ସେନାକୁ ବଡ଼ ଝଟକା ଲଗିଛି । ପାକିସ୍ତାନ ଓ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଆତଙ୍କବାଦୀଙ୍କୁ ବ୍ୟବହାର କରି କାଶ୍ମୀରରେ ଅଶାନ୍ତି ସୃଷ୍ଟି କରୁଥିଲେ । ଗୋଟିଏ ବର୍ଷ ମଧ୍ୟରେ ୩ଟି ଆତଙ୍କୀ ବଡ଼ ମୁଣ୍ଡ ଗଡ଼ିଛି । ସେପଟେ ସିନ୍ଧୁ ପ୍ରଦେଶର ଗଭର୍ଣ୍ଣର ଖଲିଦ୍ ରାଜା ହତ୍ୟା ଘଟଣାରେ ଯାଞ୍ଚ ନିଦେ୍ର୍ଦଶ ଦେଇଛନ୍ତି ।

Leave a Reply