Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୭୦,୦୦୦ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୭୦,୦୦୦ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତ ବ୍ୟକ୍ତିବିଶେଷମାନଙ୍କୁ ପ୍ରାୟ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ନିଯୁକ୍ତି ପାଇଥିବା ଲୋକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଏହି ରୋଜଗାର ମେଳା ଏନଡିଏ ଏବଂ ବିଜେପି ସରକାରଙ୍କ ନୂତନ ପରିଚୟପାଲଟିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଖୁସି ଯେ ବିଜେପି ଶାସିତ ରାଜ୍ୟର ସରକାରମାନେ ମଧ୍ୟ ଏହିପରି ନିଯୁକ୍ତି ମେଳାର ନିରନ୍ତର ଆୟୋଜନ କରୁଛନ୍ତି । ଯେଉଁମାନେ ଏହି ସମୟରେ ସରକାରୀ ଚାକିରି କରିବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଆପଣମାନଙ୍କ ସାମ୍ନାରେ ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ମୁଦ୍ରା ଯୋଜନା କୋଟି କୋଟି ଯୁବକଙ୍କୁ ସାହାଯ୍ୟ କରିଛି । ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଭଳି ଅଭିଯାନ ଯୁବପିଢ଼ିଙ୍କସାମର୍ଥ୍ୟକୁ ଆହୁରି ବଢ଼ାଇ ଦେଇଛି । ସରକାରଙ୍କ ସହାୟତା ପାଇଥିବା ଏହି ଯୁବକମାନେ ବର୍ତ୍ତମାନ ଅନେକ ଯୁବକଙ୍କୁ ଚାକିରି ଦେଉଛନ୍ତି । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାରତ ନିଜର ଅର୍ଥନୀତିକୁ ଆଗକୁ ନେଉଛି । ଉଲ୍ଲେଖ ଥାଉ କି ଆଜି ଦେଶର ୪୩ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଥିବାବେଳେ କେନ୍ଦ୍ର ସରକାରୀ ବିଭାଗରେ ତଥା ରାଜ୍ୟ ସରକାରଙ୍କ ଅଧୀନରେ / କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକରେ ନିଯୁକ୍ତଦିଆଯାଉଛି । ଦେଶର ବିଭିନ୍ନସ୍ଥାନରୁ ମନୋନୀତ ହୋଇଥିବା ଏହିନୂତନ ନିଯୁକ୍ତ ବ୍ୟକ୍ତିମାନେ ଆର୍ଥôକସେବା ବିଭାଗ, ଡାକ ବିଭାଗ,ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷାବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ,ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାରକଲ୍ୟାଣ ମନ୍ତ୍ରଣାଳୟ, ପରମାଣୁ ଶକ୍ତିବିଭାଗ, ରେଳ ମନ୍ତ୍ରଣାଳୟ, ଅଡିଟ୍ଏବଂ ଆକାଉଣ୍ଟସ୍ ଓ ଗୃହ ମନ୍ତ୍ରଣାଳୟଇତ୍ୟାଦି ସମେତ ବିଭିନ୍ନ ବିଭାଗରେ

ଯୋଗ ଦେବେ ।

Leave a Reply